www.samajalive.in
Monday, December 15, 2025
27.1 C
Bhubaneswar

ନାଗପୁର ଦିନିକିଆ : କୋହଲିଙ୍କ ୪୦ତମ ଶତକ, ଅଷ୍ଟ୍ରେଲିଆ ପାଇଁ ୨୫୧ ରନ୍‌ର ବିଜୟ ଲକ୍ଷ୍ୟ ରଖିଲା ଭାରତ

ନାଗପୁର: ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ଶତକ ବଳରେ ମଙ୍ଗଳବାର ମହାରାଷ୍ଟ୍ରର ନାଗପୁରସ୍ଥିତ ବିଦର୍ଭ କ୍ରିକେଟ୍‌ ଆସୋସିଏସନ୍‌ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଦ୍ବିତୀୟ ଦିନିକିଆରେ ଅଷ୍ଟ୍ରେଲିଆ ପାଇଁ ୨୫୧ ରନ୍‌ର ବିଜୟ ଲକ୍ଷ୍ୟ ରଖିଛି ଭାରତ। ଏହି ମ୍ୟାଚରେ ବିରାଟ ନିଜର ୪୦ ତମ ଶତକ (୧୧୬ ରନ୍‌, ୧୨୦ ବଲ୍‌, ୧୦ ଚୌକା) ହାସଲ କରିଛନ୍ତି। ଭାରତ ୪୮.୨ ଓଭରରେ ସମସ୍ତ ଓ୍ଵିକେଟ ହରାଇ ୨୫୦ରନ୍ କରିଛି।

ଅଷ୍ଟ୍ରେଲିଆ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଭାରତ ଖାତା ନଖୋଲି ତାର ପ୍ରଥମ ୱିକେଟ ଭାବେ ରୋହିତ ଶର୍ମାଙ୍କୁ ହରାଇଥିଲା। ଏହା ପରେ କୋହଲି ପଡ଼ିଆକୁ ଓହ୍ଲାଇଥିଲେ। ଗୋଟିଏ ପଟେ କୋହଲି କ୍ରମାଗତ ସ୍କୋର କରି ଚାଲିଥିଲାବେଳେ ଅନ୍ୟପଟେ ଭାରତ ଗୋଟିଏ ପରେ ଗୋଟିଏ ୱିକେଟ ହରାଇଥିଲା। କୋହଲି ୪୭ ଓଭର ଯାଏଁ ପଡ଼ିଆରେ ରହି ନିଜର ବ୍ୟକ୍ତିଗତ ୪୦ତମ ଶତକ ହାସଲ କରି ଭାରତକୁ ଏକ ଭଲ ସ୍କୋରକୁ ନେଇପାରିଥିଲେ। ୪୭.୧ ଓଭରରେ କୋହଲି ଅଷ୍ଟ୍ରେଲିଆର ଅଷ୍ଟମ ଶିକାର ହେବା ପରେ ଭାରତ ୪୮.୨ ଓଭରରେ ସମସ୍ତ ଓ୍ଵିକେଟ ହରାଇ ୨୫୦ ରନ୍‌ କରିଥିଲା।

Hot this week

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

Related Articles

Popular Categories