www.samajalive.in
Sunday, December 7, 2025
18.1 C
Bhubaneswar

ଭାରତକୁ ଦେଖି ପାକିସ୍ତାନରେ ପାଇଖାନା ଆନ୍ଦୋଳନ

ଇସଲାମାବାଦ : ଭାରତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ୱଚ୍ଛତା ଆନ୍ଦୋଳନର ପ୍ରଭାବ ପଡ଼ୋଶୀ ପାକିସ୍ତାନର ମହିଳାଙ୍କ ଉପରେ ପଡ଼ିଛି। ପାକିସ୍ତାନର ଗ୍ରାମୀଣ ମହିଳା ଆଉ ବାହାରକୁ ମଳତ୍ୟାଗ ପାଇଁ ଯିବାକୁ ଚାହୁଁ ନାହାନ୍ତି। ସୌଭାଗ୍ୟକୁ ନୂଆ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଏହା ଉପରେ ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି। ସାମାଜିକ କର୍ମୀ ଆୟେସା ସିଦ୍ଦିକି ନିଜର ରକ୍ଷଣଶୀଳ ପରିବାରର ପୁରୁଷ ସଦସ୍ୟଙ୍କ ସହିତ ପାଇଖାନା ନିର୍ମାଣ ନେଇ ସଂଘର୍ଷ କରିବା ଘଟଣାକ୍ରମେ ଇମ୍ରାନଙ୍କ ପରିମଳ ଅଭିଯାନ ପୁରୁଷ ପ୍ରାଧାନ୍ୟ ପରିବାରର ମହିଳାଙ୍କ ମୁହଁରେ ଆଶା ଉଦ୍ରେକ କରିଛି।
କେନ୍ଦ୍ରୀୟ ପଞ୍ଜାବପ୍ରଦେଶର ବସ୍ତି ଅମିରୱାଲା ଗ୍ରାମର ସିଦ୍ଦିକିଙ୍କ ଘର। ଗ୍ରାମର ପୁରୁଷ ଓ ମହିଳାମାନେ କୃଷି କ୍ଷେତ୍ରକୁ ମଳତ୍ୟାଗ କରିବା ପାଇଁ ଯାଇଥାନ୍ତି। ମହିଳାମାନଙ୍କୁ ସନ୍ଧ୍ୟା ପରେ କିମ୍ବା ରାତି ପାହିବା ପୂର୍ବରୁ ଏହି ପ୍ରାକୃତିକ କାର୍ଯ୍ୟ ଶେଷ କରିବାକୁ ପଡ଼ିଥାଏ। ସିଦ୍ଦିକିଙ୍କ ବୋହୂ ତାହିରା ବିବିଙ୍କ କହିବାନୁସାରେ ସେଭଳି ସମୟରେ ସାପ, କୁକୁରଙ୍କ ଭୟ ଥାଏ। ତା’ଛଡ଼ା ନିଜକୁ ଅଦୃଶ୍ୟ ରଖିବା ପାଇଁ ଧୂସର ଓଢ଼ଣି ଦ୍ୱାରା ମୁହଁକୁ ଢ଼ାଙ୍କିବାକୁ ପଡ଼ିଥାଏ। ପ୍ରକୃତିର ଆହ୍ୱାନକୁ ଅଟକାଇବା ପାଇଁ ମହିଳାମାନଙ୍କୁ ଦିନବେଳେ କମ୍‍ ପାଣି ପିଇବାକୁ ବା କମ୍‍ ଖାଇବାକୁ ହୋଇଥାଏ। ଏ ସବୁ ଯନ୍ତ୍ରଣାରୁ ମୁକ୍ତି ପାଇଁ ତାହିରା ରକ୍ଷଣଶୀଳତାର ବାଡ଼ ଡେଇଁ କିଛି ମାସ ପୂର୍ବେ ନିଜ ଘର ପାଖରେ ଏକ ପାଇଖାନା ନିର୍ମାଣ କରିଛନ୍ତି। ଏଥିରେ ତାଙ୍କୁ ସ୍ୱେଚ୍ଛାସେବୀ ସଂସ୍ଥା ଲୋଧରାନ୍‍ ପାଇଲଟ୍‍ ପ୍ରୋଜେକ୍ଟ (ଏଲପିପି) ସହଯୋଗ କରିଛି। ତାହିରାଙ୍କଠାରୁ ସାହସ ପାଇବା ପରେ ଗ୍ରାମାଞ୍ଚଳରେ ଏହି ସଂସ୍ଥା ଅଧିକ ପାଇଖାନା ନିର୍ମାଣ କରିବାକୁ ଅଗ୍ରସର ହୋଇଛି ବୋଲି କହନ୍ତି ଏହାର ଜଣେ ଅଧିକାରୀ ଅଲତାଫ ହୁସେନ। ଗ୍ରାମାଞ୍ଚଳରେ ଲୋକେ ସବୁ କିଛି ପାଇଁ ଖର୍ଚ୍ଚ କରନ୍ତି; କିନ୍ତୁ ପାଇଖାନା ନିର୍ମାଣ କରନ୍ତି ନାହିଁ। ଏବେ ଏଭଳି ମନୋଭାବରେ ପରିବର୍ତ୍ତନ ଘଟିଥିବା ସେ କହନ୍ତି। ମହିଳାମାନେ ବାହାରେ ମଳତ୍ୟାଗ କରିବାକୁ ସଙ୍କୋଚ ପ୍ରକାଶ କରିବା ସହ ଘରେ ପୁରୁଷଙ୍କ ନିକଟରେ ଏହାର ପ୍ରତିବାଦ କରୁଛନ୍ତି। ଏଲପିପି ଉଦ୍ୟମ ଯୋଗୁଁ ଉପରୋକ୍ତ ଗ୍ରାମରେ ଏବେ ୬୦ପରିବାର ମଧ୍ୟରୁ ୧୫ଟିରେ ପାଇଖାନା ନିର୍ମାଣ ସମ୍ଭବ ହୋଇଛି। ପଡ଼ୋଶୀ ଚାହ ଜାମଲିଆନୱାଲା ଗ୍ରାମରେ ୬୦ରୁ ୩୫ଟି ଘରେ ପାଇଖାନା ନିର୍ମାଣ ହେଲାଣି।
ଜାତିସଂଘ ହିସାବ ଅନୁସାରେ ପାକିସ୍ତାନରେ ୨୨ନିୟୁତ ବା ୨୨୦ଲକ୍ଷ ଲୋକ ବାହାରେ ମଳତ୍ୟାଗ କରିଥାନ୍ତି। ଗ୍ରାମାଞ୍ଚଳରେ ମାତ୍ର ୪୮ପ୍ରତିଶତଙ୍କର ପାଇଖାନା ରହିଛି। ସହରାଞ୍ଚଳରେ ଏହି ସଂଖ୍ୟା ୭୨ପ୍ରତିଶତ। ସେଥିପାଇଁ ଝାଡ଼ାବାନ୍ତିରେ ବର୍ଷକୁ ୫୩ହଜାର ଶିଶୁ ପ୍ରାଣ ହରାଇଥାଆନ୍ତି। ପାକିସ୍ତାନରେ ଏ ଜନିତ କ୍ଷତି ବାର୍ଷିକ ୨୫୦କୋଟି ଡଲାର। ତାହିରାଙ୍କର ୪ ସନ୍ତାନ ପେଟ ରୋଗରେ ପ୍ରାଣ ହରାଇଛନ୍ତି। ପୂର୍ବରୁ ଏହାକୁ ଈଶ୍ୱରଙ୍କ ଇଚ୍ଛା ବୋଲି ଭାବୁଥିବା ତାହିରା ଏବେ ବାସ୍ତବତା ବୁଝିଲେଣି। ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ଇମ୍ରାନ ୨୦୨୩ ସୁଦ୍ଧା ଦେଶରୁ ପାଇଖାନା ଅଭାବ ମେଣ୍ଟାଇବାକୁ ଘୋଷଣା କରିଛନ୍ତି। ସେଥିପାଇଁ ‘କ୍ଲିନ୍‍-ଗ୍ରୀନ୍‍ ପାକିସ୍ତାନ’ ବା ସ୍ୱଚ୍ଛ-ସବୁଜ ପାକିସ୍ତାନ ନିର୍ମାଣ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ଏଥିପାଇଁ ଏକ ମନ୍ତ୍ରଣାଳୟ ଗଠନ କରିଛନ୍ତି। ମହିଳାମାନେ ପାଇଖାନା ନିର୍ମାଣକୁ ଏବେ ସମ୍ମାନର ପ୍ରଶ୍ନ ଭାବେ ଗ୍ରହଣ କରିଛନ୍ତି; ପୁରୁଷମାନେ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି।

Hot this week

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

Related Articles

Popular Categories