ରାଜନୈତିକ ଥଇଥାନ ପାଇଁ ମହିଳାଙ୍କୁ ଯୌନଶୋଷଣ କରୁଥିଲେ ଇମ୍ରାନ: ପୂର୍ବତନ ପତ୍ନୀ

0

ଇସଲାମାବାଦ : ପାକିସ୍ତାନରେ ସାଧାରଣ ନିର୍ବାଚନ ଆଉ ମାତ୍ର ଗୋଟିଏ ମାସ(ଜୁଲାଇ ୨୫) ବାକି ଥିବାବେଳେ ପ୍ରମୁଖ ବିରୋଧୀ ଦଳ ତେହରିକ୍‍-ଇ-ଇନସାଫ ନେତା ଇମ୍ରାନ ଖାଁଙ୍କୁ ଶକ୍ତ ଧକ୍କା ଲାଗିଛି। ଇମ୍ରାନଙ୍କ ପୂର୍ବତନ ପତ୍ନୀ ରେହାମ ଖାଁଙ୍କ ଲିଖିତ ଏକ ପୁସ୍ତକ ବୁଧବାର ଦେଶର ରାଜନୀତି ପାଣିପାଗକୁ ସରଗରମ କରିଦେଇଛି। ଖୁବ୍‍ ଶୀଘ୍ର ମୁକ୍ତିଲାଭ କରିବାକୁ ଥିବା ଏହି ପୁସ୍ତକରେ ରେହାମ ଇମ୍ରାନଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ଇମ୍ରାନ ମହିଳାମାନଙ୍କୁ ରାଜନୈତିକ ପ୍ରାଧାନ୍ୟ ଦେବା ପାଇଁ ଯୌନଶୋଷଣ କରିଥାନ୍ତି ବୋଲି ରେହାମ ତାଙ୍କ ପୁସ୍ତକରେ ଉଲ୍ଲେଖ କରିଛନ୍ତି।
ରେହାମ ହେଉଛନ୍ତି ଜଣେ ଟିଭି ଉପସ୍ଥାପିକା; ଯେ କି ଅଳ୍ପକାଳ ପାଇଁ ଇମ୍ରାନଙ୍କୁ ବିବାହ କରିଥିଲେ। ସେ ଇମ୍ରାନଙ୍କର ଦ୍ୱିତୀୟ ପତ୍ନୀ ଥିଲେ। ତାଙ୍କ ପୁସ୍ତରେ ରେହାମ ସ୍ୱଳ୍ପକାଳୀନ ବୈବାହିକ ଜୀବନ ଓ ଦଳ ପରିଚାଳନା ସଂକ୍ରାନ୍ତ କିଛି ଅନ୍ତରଙ୍ଗ କଥା ବର୍ଣ୍ଣନା କରିଛନ୍ତି। ପୁସ୍ତକର କିଛି ଅଂଶ ଅନ୍‍ଲାଇନ୍‍ରେ ଉପଲବ୍ଧ ହେବା ପରେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନରେ ରେହାନ କହିଛନ୍ତି ଯେ ‘ଇମ୍ରାନ ପାକିସ୍ତାନର ପ୍ରଧାନମନ୍ତ୍ରୀ ହେବା ଅତି ବିପଜ୍ଜନକ।’ ଉଲ୍ଲେଖଯୋଗ୍ୟ ଯେ ରେହାନ୍‍ଙ୍କର ରାଜନୈତିକ ଆକାଙ୍‍ଖ୍ୟା ରହିଥିଲା। ସେ ଇମ୍ରାନଙ୍କ ରାଜନୈତିକ କାର୍ଯ୍ୟକଳାପରେ ହସ୍ତକ୍ଷେପ କରିବା ନେଇ ଉଭୟଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା ଓ ଶେଷରେ ଏହା ବିବାହ ବିଚ୍ଛେଦର ରୂପ ନେଇଥିଲା। ବର୍ତ୍ତମାନ ରେହାନ୍‍ଙ୍କ ଏହି ମନ୍ତବ୍ୟ ଇ୍ରମାନଙ୍କ ରାଜନୈତିକ ଭବିଷ୍ୟତ ପ୍ରତି ବିପଦ ସୃଷ୍ଟି କରିଛି।

Leave A Reply