ପ୍ରଥମ ଦେଖାରେ ଏହି ଗୁଣରେ ପ୍ରଭାବିତ ହୁଅନ୍ତି ଝିଅ!!

0

କଥାରେ ଅଛି ପ୍ରଥମ ଦେଖା ହିଁ ଶେଷ ଦେଖା ହୋଇଥାଏ,ପ୍ରଥମ ଦେଖାରେ ଯଦି ଜଣେ ପ୍ରଭାବିତ ହୋଇଗଲା ତେବେ ଆଉ କିଛି ଭାବିବାକୁ ପଡ଼ି ନ ଥାଏ। ତେବେ ଝିଅମାନେ ବେଶୀ ଏହି ସବୁ ଦିଗ ପ୍ରତି ଖୁବ୍‍ ଧ୍ୟାନ ଦେବା ସହ ଆଗ୍ରହୀ ହୋଇଥାନ୍ତି। ଆସନ୍ତୁ ଜାଣିବା ଝିଅମାନେ ପୁଅମାନଙ୍କର କେଉଁ ଗୁଣରେ ପ୍ରଭାବିତ ହୁଅନ୍ତି ?
ଉଚ୍ଚତା- ଝିଅମାନେ ପ୍ରଥମେ ପୁଅମାନଙ୍କର ଉଚ୍ଚତା ଉପରେ ଧ୍ୟାନ ଦେଇଥାନ୍ତି। ଝିଅମାନେ ସାଧାରଣତଃ କମ୍‍ ଉଚ୍ଚତା କିମ୍ବା ବେଶୀ ଉଚ୍ଚତା ଥିବା ପୁଅମାନଙ୍କୁ ପସନ୍ଦ କରି ନଥାନ୍ତି। ଭାରତରେ ୫.୪ରୁ ୬.୨ ଉଚ୍ଚତାକୁ ସାମାନ୍ୟ ଉଚ୍ଚତା କୁହାଯାଏ।


ଚେହେରା- ସବୁ ଝିଅମାନଙ୍କର ପସନ୍ଦ ସମାନ ହୋଇ ନ ଥାଏ। ପୁଅଙ୍କ ଉଚ୍ଚତା ପରେ ଝିଅମାନଙ୍କ ନଜର ପୁଅମାନଙ୍କ ମୁହଁ ଉପରକୁ ଆସିଥାଏ। ଝିଅମାନଙ୍କୁ କାହା ମୁହଁ ଅଧିକ ପସନ୍ଦ ଆସିଥାଏ ତ କେତେବେଳେ ପସନ୍ଦ ଆସି ନ ଥାଏ। ତଥାପି ପୁଅମାନେ ସର୍ବଦା ନିଜ ଚେହେରାରେ ଚମକ ଆଣିବାକୁ ଚେଷ୍ଟା କରନ୍ତି।
ହସ- ପ୍ରଥମ ଦେଖାରେ ପୁଅ ଓ ଝିଅ ପରସ୍ପରକୁ ଦେଖି ଲାଜ କରି ହସିଥାନ୍ତି। ହସିବା ବେଳେ ପରସ୍ପର ପ୍ରତି ଆକୃଷ୍ଟ ମଧ୍ୟ ହୋଇଥାନ୍ତି। କାରଣ ହସିବା ବେଳେ ସମସ୍ତେ ଭଲ ଦେଖାଯାନ୍ତି।
ମଜା କରିବା- ମଜା କରିବା ଗୁଣ ପ୍ରାୟ ସବୁ ପୁଅଙ୍କ ପାଖରେ ଥାଏ। ଯେଉଁ ପୁଅମାନେ ଏଥିରେ ଦ୍ରୁତ ଝିଅମାନେ ସେମାନଙ୍କ ପ୍ରତି ଅଧିକ ଆକୃଷ୍ଟ ହୋଇଥାନ୍ତି କାରଣ ଝିଅମାନଙ୍କ ମନ ଖରାପ ଥିଲେ ସଙ୍ଗେ ସଙ୍ଗେ ଖୁସି କରି ଦିଅନ୍ତି।


ବିଶ୍ୱାସ- ସମ୍ପର୍କରେ ବିଶ୍ୱାସ ହେଉଛି ସବୁଠାରୁ ମୂଲ୍ୟବାନ। ଥରେ ଯଦି ବିଶ୍ୱାସ ଭାଙ୍ଗିଯାଏ ତାହେଲେ ଆଉ ସମ୍ପର୍କ ଯୋଡ଼ି ହୋଇ ପାରେ ନାହିଁ। ପୁଅମାନଙ୍କ ଉପରେ ଝିଅମାନେ ବହୁତ ଶୀଘ୍ର ବିଶ୍ୱାସ କରିଥାନ୍ତି। ତେଣୁ ପୁଅମାନେ କେବେ ବି ଝିଅଙ୍କ ବିଶ୍ୱାସ ଭାଙ୍ଗନ୍ତୁ ନାହିଁ।
ପ୍ରେମ ସମ୍ପର୍କରେ ଥିଲେ ଏସବୁ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ।

 

Leave A Reply