ହିନ୍ଦୁ ଧର୍ମରେ ସର୍ବପ୍ରଥମେ ପ୍ରଭୁ ଗଣେଶଙ୍କ ପୂଜାର ବିଧାନ ରହିଛି। ଗଣେଶଙ୍କ ପୂଜା ବିନା କୌଣସି ଶୁଭ କାର୍ୟ୍ୟର ପ୍ରାରମ୍ଭ ହୋଇନଥାଏ। ଧାର୍ମିକ ମାନ୍ୟତା ଅନୁଯାୟୀ, ବୁଧବାରର ଦିନ ଗଣେଶଙ୍କୁ ସମର୍ପିତ। ଗଣେଶଙ୍କୁ ପୂଜାର୍ଚ୍ଚନା କରିବା ଦ୍ୱାରା ବିଶେଷ ଫଳ ପ୍ରାପ୍ତି ହୋଇଥାଏ। ଜାଣନ୍ତୁ କିଛି ସହଜ ଉପାୟ ବିଷୟରେ ……
ବିଘ୍ନହର୍ତ୍ତା ଗଣପତିଙ୍କୁ ମୋଦକ ଖୁବ ପ୍ରିୟ। ପ୍ରତି ବୁଧବାର ଗଣପତିଙ୍କ ନିକଟରେ ନିଶ୍ଚୟ ମୋଦକ ଭୋଗ ଲଗାନ୍ତୁ।
ଶାସ୍ତ୍ର ଅନୁଯାୟୀ, ମୋଦକର ଅର୍ଥ ହେଉଛି ଆନନ୍ଦ ପ୍ରଦାୟକ। ଏହା ସହ ଜ୍ଞାନର ପ୍ରତୀକ। ତେଣୁ ଏହା ପ୍ରଭୁ ଗଣେଶଙ୍କର ଅତି ପ୍ରିୟ।
ଏହା ସହ ଲଡ଼ୁ ମଧ୍ୟ ଭୋଗ କରନ୍ତୁ। ଲଡ଼ୁ ମଧ୍ୟ ପ୍ରଭୁଙ୍କୁ ଖୁବ ପ୍ରିୟ।
ବୁଧବାର ଏହି ଭୋଗ ପ୍ରଭୁଙ୍କ ନିକଟରେ ଅର୍ପଣ କଲେ ସେ ସମସ୍ତ ଦୁଃଖ ଦୂର କରିବା ସହ ସୁଖସମ୍ପତ୍ତି ପ୍ରଦାନ କରିଥାଆନ୍ତି।
ପ୍ରଭୁ ଗଣେଶଙ୍କୁ ଅର୍ପଣ କରନ୍ତୁ ଲଡ଼ୁ ଭୋଗ; ମିଳିବ ଶୁଭଫଳ
Popular Categories



