www.samajalive.in
Sunday, December 7, 2025
26.1 C
Bhubaneswar

ବେଆଇନ ବାରୁଦ ବିସ୍ଫୋରଣ, ୨ ମହିଳାଙ୍କ ସହ ୩ ଶ୍ରମିକ ମୃତ

ଗୁଣପୁର: ରାୟଗଡ଼ା ଜିଲା ଗୁଣପୁର ସହରଠାରୁ ୧ କିମି ଦୂରରେ ଥିବା ଓକିଲଗୁଡ଼ା ପଥର ଖାଦାନରେ ଆଜି ଅପରାହ୍ନରେ ୩ଟା ସମୟରେ ଭୟାନକ ବାରୁଦ ବିସ୍ଫୋରଣରେ ୩ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୯ ଜଣ ଆହତ ହୋଇଛନ୍ତି। ମୃତକ ତିନି ଜଣ ହେଲେ ଗୁଣପୁର ନିକଟ ଲୁଙ୍ଗୁରତାଲ ଗ୍ରାମର ଜୋମେସ ଶବର, କୁଳବତୀ ଶବର ଓ ସାମ୍ପୁନି ଗ୍ରାମର ଡୁଡି ଶବର। ଆହତମାନେ ହେଲେ ନିକଟ ଗ୍ରାମର ବୁଡା ଶବର, ପାନ୍ତୁଲୁ ଶବର, ସୁକୁ ଶବର, ବଳିଆ ଶବର, ସମିଆଁ ଶବର ଓ ଅନ୍ୟମାନ ବୋଲି ଜଣାପଡିଛି। ୯ ଆହତ ଶ୍ରମିକଙ୍କୁ ଗୁଣପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଏଭଳି ଅଭାବନୀୟ ଘଟଣା ସମଗ୍ର ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି। ସୂଚନା ମୁତାବକ ଉକ୍ତ ପଥର ଖାଦାନରେ ଆଜି ଅପରାହ୍ଣରେ ସାମ୍ପୁନି ଓ ଲୁଙ୍ଗୁରତାଲ ଗାଁର ପ୍ରାୟ ୧୫ ଜଣରୁ ଊର୍ଦ୍ଧ୍ବ ଶ୍ରମିକ କାମ କରୁଥିଲେ। କିଛି ଭାବିବା ପୂର୍ବରୁ ହଠାତ୍‍ ସେଠାରେ ବିସ୍ଫୋରଣ ଘଟିଥିଲା। ଆଖି ପିଛୁଳାକେ ଅନେକ ଶ୍ରମିକଙ୍କ ମୃତ, ଆହତ ଭଳି ପରିସ୍ଥିତି ଦେଖା ଦେଇଥିଲା। ବିସ୍ଫୋରଣ ଏତେ ପ୍ରଚଣ୍ଡ ଥିଲା ଯେ ଆଖପାଖ ଅଞ୍ଚଳର ଲୋକେ ଭୟଭୀତ ହୋଇପଡିଥିଲେ। ଉକ୍ତ ଖାଦାନରେ ଥିବା ଏକ ଟ୍ରାକ୍ଟର ମଧ୍ୟ ଓଲଟି ପଡିଥିଲା।

- Advertisement -

ସେଠାରେ ପୂର୍ବରୁ ଖାଦାନର ବଡ ପଥର ଭିତରେ ବାରୁଦ ଭରି କରି ରଖାଯାଇଥିବା ଶ୍ରମିକ ଜାଣି ନ ଥିଲେ। ସାମାନ୍ୟ ଆହତ ହୋଇଥିବା କିଛି ଶ୍ରମିକ ଘଟଣା ସମ୍ପର୍କରେ ଆମ୍ବୁଲାନ୍ସକୁ ସୂଚନା ଦେଇଥିଲେ। ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ଘଟିଥିଲା। ମୃତକଙ୍କ ମଧ୍ୟରୁ ଜଣଙ୍କ ଶରୀରଠାରୁ ମୁଣ୍ଡ ଗଣ୍ଡି ଅଲଗା ହୋଇ ଯାଇଥିବା ମଧ୍ୟ ଦେଖିବାକୁ ମିଳିଥିଲା। ଆମ୍ବୁଲାନ୍ସ ପହଞ୍ଚି ଆହତ ୯ ଜଣଙ୍କୁ ସ୍ଥାନୀୟ ଡାକ୍ତରଖାନାକୁ ନିଆଯାଇଥିଲା।

Hot this week

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

Related Articles

Popular Categories