www.samajalive.in
Sunday, December 7, 2025
23.1 C
Bhubaneswar

ଆଇସିଏମ୍‌ଆର୍‌ ସଂଶୋଧିକ ମାର୍ଗଦର୍ଶିକା: କେବଳ ଲକ୍ଷଣ ଓ କଣ୍ଟାକ୍ଟରେ ଆସିଥିବା ଲୋକଙ୍କ ହେବ କରୋନ ଟେଷ୍ଟ

ଭୁବନେଶ୍ବର: କରୋନା ଭୂତାଣୁ ଏକ ନୂଆ ଭୂତାଣୁ। ଏହା ସମ୍ପର୍କରେ ସାରା ବିଶ୍ବରେ ଗବେଷଣା ଚାଲିଛି। ଭୂତାଣୁ କେମିତି ଆସେ ଓ କିଭଳି ସଂକ୍ରମଣ ହୁଏ, ଏସବୁକୁ ଦୃଷ୍ଟିରେ ରଖି ଭାରତ ସରକାରଙ୍କ ଇଣ୍ଡିଆନ୍‌ କାଉନ୍‌ସିଲ୍‌ ଅଫ୍ ମେଡ଼ିକାଲ୍‌ ରିସର୍ଚ୍ଚ(ଆଇସିଏମ୍‌ଆର୍‌) ପକ୍ଷରୁ କରୋନା ଟେଷ୍ଟିଂର ମାର୍ଗଦର୍ଶିକା ସ୍ଥିର କରାଯାଇଛି। ଏବେ କରୋନା ଆକ୍ରାନ୍ତ ଚିହ୍ନଟ ଓ ସଂକ୍ରମଣ ରୋକିବା ପାଇଁ ଆଇସିଏମ୍‌ଆର୍‌ ପକ୍ଷରୁ ସଂଶୋଧିତ ମାର୍ଗଦର୍ଶିକା ଜାରି କରାଯାଇଛି। ଲକ୍ଷ୍ମଣଯୁକ୍ତ ଓ ପଜିଟିଭ୍‌ ରୋଗୀ କ୍ଲୋଜ୍‌ କଣ୍ଟାକ୍ଟରେ ଆସିଥିବା ଲୋକଙ୍କର ନିଶ୍ଚିତ ଭାବେ କରୋନା ଟେଷ୍ଟ କରାଯାଉଛି। ଏହାଦ୍ବାରା ଅଧିକ ସଂଖ୍ୟକ ଲୋକଙ୍କଠାରେ କରୋନା ପଜିଟିଭ୍‌ ଚିହ୍ନଟ କରାଯାଇପାରୁଛି। ତଥ୍ୟ ଅନୁସାରେ କରୋନା ସଂକ୍ରମଣ ମୁଖ୍ୟତଃ ଲକ୍ଷଣ ପ୍ରକାଶ କରୁଥିବା ବ୍ୟକ୍ତିଙ୍କ ଦ୍ବାରା ବ୍ୟାପୀଥାଏ। ଯେଉଁ ଲୋକଙ୍କ ଦେହରେ ପଜିଟିଭ୍‌ ଆସେ ଏବଂ ଲକ୍ଷଣ ନାହିଁ ସେମାନଙକ ଦ୍ବାରା ଏହା ବ୍ୟାପୀବାର ସମୟ ସୀମା ବହୁତ କମ୍‌ ରହିଥାଏ ବୋଲି ବୋଲି ଜାତୀୟ ସ୍ବାସ୍ଥ୍ୟ(ଏନ୍‌ଏଚ୍‌ଏମ୍‌) ନିର୍ଦେଶିକା ଶାଲିନୀ ପଣ୍ଡିତ ପ୍ରକାଶ କରିଛନ୍ତି।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories