mission shakti banner

ବାୟୁସେନାର ଅକାଟ୍ୟ ପ୍ରମାଣ – ଭାରତ ଖସାଇଛି ପାକ ଏଫ – ୧୬ ବିମାନ

BSKY banner  750×100

ନୂଆଦିଲ୍ଲୀ: ଭାରତୀୟ ବାୟୁସେନା ପାକିସ୍ତାନ ଏଫ-୧୬ ବିମାନ ଖସାଇବା ଘଟଣାରେ ବଳିଷ୍ଠ ଏବଂ ଅକାଟ୍ୟ ପ୍ରମାଣ ଉପସ୍ଥାପନ କରିଛି। ୨୭ ଫେବୃଆରୀ ଘଟଣାର ରାଡ଼ାର ଚିତ୍ର ସ୍ପଷ୍ଟ କରିଛି ଯେ ଭାରତୀୟ ବାୟୁସେନା ପାକିସ୍ତାନ ସେନା ଦ୍ୱାରା ସେହିଦିନ ବ୍ୟବହୃତ ଏଫ-୧୬ ବିମାନକୁ ଖସାଇ ଦିଆଯାଇଥିଲା। ସୋମବାର ଏକ ସାମ୍ବାଦିକ ସମ୍ମିଳନୀରେ ବାୟୁସେନା ଭାଇସ ମାର୍ଶାଲ ଆର. ଜି. କେ. କାପୁର କହିଛନ୍ତି, ଭାରତୀୟ ବାୟୁସେନା ଆକ୍ରମଣରେ ପାକିସ୍ତାନ ବାୟୁସେନାର ଏଫ-୧୬ ବିମାନ ଖସି ପଡିଥିଲା। କାପୁର ମଧ୍ୟ ଏ ସମ୍ପର୍କିତ ପ୍ରାମାଣିକ ତଥ୍ୟ ଉପସ୍ଥାପନ କରିଥିଲେ। ପାକିସ୍ଥାନ ଭାରତର ଏହି ଦାବିକୁ ବାରମ୍ବାର ପ୍ରତ୍ୟାଖାନ କରିଆସୁଥିବାବେଳେ ଆମେରିକାରୁ ପ୍ରକାଶିତ ‘ଫରେନ ପଲିସୀ’ ପତ୍ରିକା ମଧ୍ୟ ପାକିସ୍ତାନର କୌଣସି ଏଫ-୧୬ ବିମାନ ନଷ୍ଟ ହୋଇନଥିବା କହିଥିଲା। ଭାଇସ ମାର୍ଶାଲ ଆର. ଜି. କେ. କାପୁର କହିଛନ୍ତି ଯେ ସମ୍ପୃକ୍ତ ବିମାନର ଭଗ୍ନାବଶେଷରୁ ପ୍ରାରମ୍ଭିକ ଭାବେ ଏକଥା ସ୍ପଷ୍ଟ ହୋଇଥିଲା।

ସୂଚନା ଯୋଗ୍ୟ ଯେ, ୨୭ ଫେବୃଆରୀରେ ଭାରତୀୟ ବାୟୁସେନାର ମିଗ-୨୧ ବିଜନ ଏବଂ ପାକିସ୍ତାନର ଏଫ-୧୬ ବିମାନ ମୁହାଁମୁହିଁ ହେବା ପରେ ଭାରତୀୟ ବାୟୁସେନା ପାଇଲଟ ଅଭିନନ୍ଦନ ପାକ ଏଫ – ୧୬ ବିମାନକୁ ଗୁଳି କରି ଖସାଇଦେବା ପରେ ଭାରତୀୟ ବିମାନ ଖସି ପଡିଥିଲା। ଯାହା ଫଳରେ ପାକ ସେନା ଅଭିନନ୍ଦନଙ୍କୁ ନିଜ ହେପାଜତକୁ ନେଇଥିଲା ଓ ୬୦ ଘଣ୍ଟା ପରେ ଛାଡିଥିଲା।

Comments are closed.