nua o banner

ନିଜ କ୍ଷେପଣାସ୍ତ୍ରରେ ଖସିଥିଲା ବାୟୁସେନା ହେଲିକପ୍ଟର, ୬ ଯବାନ ଶହୀଦ ହୋଇଥିଲେ: ଭଦୌରିଆ

BJD Bijuli 480×75 Mob

ନୂଆଦିଲ୍ଲୀ: ଗତ ଫେବୃୟାରୀ ୨୭ ତାରିଖରେ ଜାମ୍ମୁ-କାଶ୍ମୀରରେ ଭାରତୀୟ ବାୟୁସେନାର ଏକ ମିଗ୍‌-୧୭ ଭି୫ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। କିନ୍ତୁ ଏହା ଦୁର୍ଘଟଣା ନ ଥିଲା। ବରଂ ବାୟୁସେନାର ନିଜସ୍ବ କ୍ଷେପଣାସ୍ତ୍ର ମାଡ଼ରେ ହେଲିକପ୍ଟରଟି ଖସିପଡ଼ିଥିଲା। ଏଥିରେ ୬ ଯବାନ ଶହୀଦ ହୋଇଥିଲେ ବୋଲି ବାୟୁସେନା ମୁଖ୍ୟ ରାକେଶ କୁମାର ସିଂହ ଭଦୌରିଆ ଶୁକ୍ରବାର ସୂଚନା ଦେଇଛନ୍ତି। ଏହା ଏକ ମସ୍ତବଡ଼ ଭୁଲ ଥିଲା ଏବଂ ଏଥିପାଇଁ ଦାୟୀ ୨ ଅଧିକାରୀଙ୍କ ବିରୋଧରେ ତଦନ୍ତ କରାଯିବ ବୋଲି ଭଦୌରିଆ କହିଛନ୍ତି।

ସୂଚନା ଅନୁସାରେ, ବାଲାକୋଟ ବିମାନ ଆକ୍ରମଣ ପରଦିନ ଅର୍ଥାନ ଫେବୃୟାରୀ ୨୭ ତାରିଖରେ ପାକିସ୍ତାନୀ ସେନାର ଯୁଦ୍ଧ ବିମାନ ଭାରତୀୟ ବାୟୁସୀମାରେ ପ୍ରବେଶ କରିଥିଲା। ସେଗୁଡ଼ିକୁ ଘଉଡ଼ାଇବା ଲାଗି ଭାରତୀୟ ବାୟୁସେନା ପକ୍ଷରୁ ଉଦ୍ୟମ ଚାଲିଥିଲା ବେଳେ ଉଭୟ ଦେଶର ଯୁଦ୍ଧ ବିମାନଗୁଡ଼ିକ ମଧ୍ୟରେ ଛକାପଞ୍ଝା ଆରମ୍ଭ ହୋଇଯାଇଥିଲା। ଏହି ସମୟରେ ବାୟୁସେନାର ଏକ ହେଲିକପ୍ଟର ଜାମ୍ମୁ-କାଶ୍ମୀର ଆକାଶରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। କିନ୍ତୁ ତାହା ଦୁର୍ଘଟଣା ନ ଥିଲା। ଭୁଲ ବଶତଃ ବାୟୁସେନାର ଏକ କ୍ଷେପଣାସ୍ତ୍ର ମାଡ଼ରେ ହେଲିକପ୍ଟରଟି ଖସିପଡ଼ିଥିଲା। ହେଲିକପ୍ଟରରେ ଥିବା ବାୟୁସେନାର ୬ ଯବାନ ଶହୀଦ ହୋଇଥିଲେ। ଏହି ଘଟଣାର କୋର୍ଟ ଅଫ ଏନକ୍ବାରୀ କରାଯାଇଥିଲା। ଏହା ଶେଷ ହୋଇଛି। ତଦନ୍ତରୁ ଜଣାପଡ଼ିଛି ଯେ ବାୟୁସେନା ଭୁଲବଶତଃ ନିଜେ ନିଜ ହେଲିକପ୍ଟରକୁ ଖସାଇ ଦେଇଥିଲା। ଏହି ତ୍ରୁଟି ପାଇଁ ଦୋଷୀ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଘଟଣା ପରଦିନ ତତ୍କାଳୀନ ବାୟୁସେନା ମୁଖ୍ୟ ବି.ଏସ. ଧନୋଆ କହିଥିଲେ।

Comments are closed.