ବାୟୁସେନା ବିମାନ ତେଜସ ଦୁର୍ଘଟଣାଗ୍ରସ୍ତ, ପାଇଲଟ ସୁରକ୍ଷିତ

ଡେସ୍କ: ରାଜସ୍ଥାନର ଜୈସଲମେର ନିକଟରେ ଭାରତୀୟ ବାୟୁସେନାର ହାଲୁକା ଲଢୁଆ ବିମାନ ତେଜସ ଆଜି ଏକ ପ୍ରଶିକ୍ଷଣ ଉଡ଼ାଣ ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ପାଇଲଟ୍ ସୁରକ୍ଷିତ ଭାବେ ଉଦ୍ଧାର ହୋଇଛନ୍ତି ବୋଲି ଭାରତୀୟ ବାୟୁସେନା ପକ୍ଷରୁ କୁହାଯାଇଛି। ବାୟୁସେନା ପକ୍ଷରୁ ଦୁର୍ଘଟଣାର କାରଣ ଜାଣିବା ପାଇଁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।

ନବୀନଙ୍କ ବଡ ଘୋଷଣା; ସରପଞ୍ଚ ପାଇବେ . . .

୨୩ ବର୍ଷ ପୂର୍ବେ ୨୦୦୧ମସିହାରେ ସ୍ୱଦେଶୀ ବିମାନର ପ୍ରଥମ ପରୀକ୍ଷଣ ଉଡ଼ାଣ ପରେ ଏହା ହେଉଛି ପ୍ରଥମ ଦୁର୍ଘଟଣା। ତେଜସକୁ ୨୦୧୬ରେ ଭାରତୀୟ ବାୟୁସେନାରେ ସାମିଲ କରାଯାଇଥିଲା।

ମହିଳା କର୍ମଚାରୀଙ୍କୁ ଅଧିକ ୧୦ଦିନ ଛୁଟି ମିଳିବ

ଅପରାହ୍ନ ପ୍ରାୟ ୨ଟା ବେଳେ ଜୈସଲମେରର ଲକ୍ଷ୍ମୀ ଚାନ୍ଦ ସାନୱାଲ କଲୋନି ନିକଟରେ ଥିବା ଛାତ୍ରୀନିବାସ ତଳେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ପାଇଲଟ୍ ସୁରକ୍ଷିତ ଭାବେ ଉଦ୍ଧାର ହୋଇଥିବା ବେଳେ ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ବୋଲି ବାୟୁସେନା ପକ୍ଷରୁ କୁହାଯାଇଛି।

ଧନହାନୀ ସହ ହେବେ କାଙ୍ଗାଳ! କରୁଥିଲେ ଏହି ଭୁଲ୍‌‌..

ବାୟୁସେନା ପକ୍ଷରୁ ଟ୍ୱିଟ ଜରିଆରେ କୁହାଯାଇଛି, ଭାରତୀୟ ବାୟୁସେନାର ଏକ ତେଜସ୍ ବିମାନ ଆଜି ଜୈସଲମେରଠାରେ ଏକ ପ୍ରଶିକ୍ଷଣ ଉଡାଣ ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ପାଇଲଟ ସୁରକ୍ଷିତ ଭାବେ ବାହାରକୁ ଚାଲି ଆସିଥିଲେ। ଦୁର୍ଘଟଣାର କାରଣ ଜାଣିବା ପାଇଁ କୋର୍ଟ ଅଫ୍ ଇନକ୍ୱାରି ଗଠନ କରାଯାଇଛି ବୋଲି ଭାରତୀୟ ବାୟୁସେନା କହିଛି।

Comments are closed.