www.samajalive.in
Wednesday, November 12, 2025
19.1 C
Bhubaneswar

ଧନହାନୀ ସହ ହେବେ କାଙ୍ଗାଳ! କରୁଥିଲେ ଏହି ଭୁଲ୍‌‌..

ବାସ୍ତୁ ଶାସ୍ତ୍ରରେ ଅନେକ ନିୟମ ବର୍ଣ୍ଣନା କରାଯାଇଛି। ଘରର ଏହି ୩ଟି ସ୍ଥାନରେ କରୁଥିବା କିଛି ଭୁଲ୍‌‌ ପାଇଁ ଧନହାନୀ ସମସ୍ୟା ଲାଗି ରହିଥାଏ। ସେହି ଭୁଲ୍‌‌ ପାଇଁ ମଣିଷ କାଙ୍ଗାଳ ହୋଇଯାଏ। ଧନହାନୀ କାରଣରୁ ଅଧିକାଂଶ ନିଜ ଭାଗ୍ୟକୁ ଦୋଷ ଦେଇଥାଆନ୍ତି। ମାତ୍ର କିଛି ଭୁଲ୍‌‌ ପାଇଁ ଧନହାନୀ ହୋଇଥାଏ। ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଧନହାନୀର କାରଣ ଘରେ ଥିବା କିଛି ସ୍ୱତନ୍ତ୍ର ସ୍ଥାନରେ କରୁଥିବା ଭୁଲ୍‌‌। ଜାଣନ୍ତୁ ସେହି ଭୁଲ୍‌‌ ଗୁଡିକ କ’ଣ..
ଉତ୍ତର ଦିଗ ଭଗବାନ କୁବେରଙ୍କ ଦିଗ। ତେଣୁ ଏହି ଦିଗରୁ ଆସୁଥିବା ସକରାତ୍ମକ ଶକ୍ତି ହିଁ ଧନ ବୃଦ୍ଧି କରିଥାଏ। ଭାଗ୍ୟରେ ସୁପରିବର୍ତ୍ତନ ହୋଇଥାଏ।
କୁହାଯାଏ, ଘରର ଏହି ଦିଗକୁ ଅପରିଷ୍କାର କରିବା ସହ ଅନାବଶ୍ୟକ ଜିନିଷ ରଖିଲେ ଧନହାନୀର କାରଣ ପାଲଟିଥାଏ। ଏହି ଦିଗକୁ ସର୍ବଦା ପରିଷ୍କାର ରଖନ୍ତୁ।
ସେହିପରି ଘରର ଛାତରେ ପାଣି ଟାଙ୍କିକୁ ଦକ୍ଷିଣ-ପୂର୍ବ ଦିଗରେ ରଖିବା ଦ୍ୱାରା ନକରାତ୍ମକ ପ୍ରଭାବ ପଡିଥାଏ। ଏହାଦ୍ୱାରା ଘରେ କଳହ, କୋର୍ଟ କଚେରୀ ମାମଲା, ବାଦ ବିବାଦ ଆଦି ସମସ୍ୟା ଲାଗି ରହିଥାଏ। କୁହାଯାଏ ଏହି ସ୍ଥାନ ଅଗ୍ନିଙ୍କର। ତେଣୁ ଏଠାରେ ଜଳ ସ୍ଥାନ ରଖିବା ଉଚିତ୍‌‌ ନୁହେଁ। ଏହାଦ୍ୱାରା ଜୀବନରେ ନକରାତ୍ମକ ଶକ୍ତି ପ୍ରବେଶ କରିଥାଏ।
ବାସ୍ତୁ ଅନୁଯାୟୀ, ଘରର ଗାଧୁଆ ଘର, ପାଇଖାନା  ଉତ୍ତର-ପୂର୍ବ ଦିଗରେ ତିଆରି କଲେ, ସର୍ବଦା ଧନ ଅଭାବ ସହ ଧନହାନୀ ହୋଇଥାଏ। ଆର୍ଥିକ କ୍ଷେତ୍ରରେ ସମସ୍ୟା ଲାଗି ରହିଥାଏ।
ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟ ଜନିତ ସମସ୍ୟା ଲାଗି ରହିଥାଏ। ତେଣୁ ଏହି ଦିଗରେ ଭୁଲ୍‌‌ରେ ମଧ୍ୟ ଗାଧୁଆଘର ରଖନ୍ତୁ ନାହିଁ।

Hot this week

ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟିଲେ ସୌମ୍ୟା ସ୍ୱାମୀନାଥନ

ଭୁବନେଶ୍ୱର :  ପ୍ରଖ୍ୟାତ ବୈଜ୍ଞାନିକ ତଥା ଏମ.ଏସ. ସ୍ୱାମୀନାଥନ ଫାଉଣ୍ଡସନର ଅଧ୍ୟକ୍ଷା...

ନଓ୍ବାଦାରେ ମତଦାନ ସମୟରେ ଦୁଇ ଦଳର ସମର୍ଥକ ମୁହାଁମୁହିଁ

ନଓ୍ବାଦା: ବିହାରରେ ମଙ୍ଗଳବାର ଭୋଟିଂ ସମୟରେ ନଓ୍ବାଦା ଜିଲାରେ ବାରିସଲିଗଞ୍ଜ ଅଞ୍ଚଳରେ...

ଏଭଳି ଟଙ୍କାବଣ୍ଟା ନିର୍ବାଚନ ଜୀବନରେ ଦେଖି ନ ଥିଲି: ଶ୍ରୀକାନ୍ତ

ଭୁବନେଶ୍ୱର: ନୂଆପଡା ଉପନିର୍ବାଚନ ପାଇଁ ଭୋଟରଙ୍କୁ ପ୍ରଭାବିତ କରିବା ଲାଗି ବିଜେପି...

ଖଟିଆରେ ଆସି ମତଦାନ କଲେ ୧୧୦ ବର୍ଷୀୟା କାଲିୟା ଦେବୀ

କୈମପୁର : କୈମପୁର ଜିଲାର ମୋହନିୟା ବିଧାନସଭା କ୍ଷେତ୍ରର ଅମରପୁରାରେ ଜଣେ...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତିର ଅନୁସନ୍ଧାନ କରିବ ସିବିଆଇ

ଭୁବନେଶ୍ୱର: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତିର ତଦନ୍ତ କରିବ କେନ୍ଦ୍ରୀୟ ଅନୁସନ୍ଧାନ...

Related Articles

Popular Categories