ଚଟାପଟ୍ ଚାର୍ଜ ହେବ ଇ-କାର୍, ସାରା ଦେଶରେ ୬୦୦ ଚାର୍ଜିଂ ଷ୍ଟେସନ ଲଗାଇବ ହ୍ୟୁଣ୍ଡାଇ
ନୂଆଦିଲ୍ଲୀ : କାର୍ ନିର୍ମାତା କମ୍ପାନୀ ହ୍ୟୁଣ୍ଡାଇ ୨୦୩୨ ସୁଦ୍ଧା ସାରା ଦେଶରେ ଇଲେକ୍ଟ୍ରିକ୍ ଗାଡି ପାଇଁ ପ୍ରାୟ ୬୦୦ ଡିସି ଫାଷ୍ଟ-ଚାର୍ଜିଂ ଷ୍ଟେସନ ଲଗାଇବା ନେଇ ଘୋଷଣା କରିଛି । ଆଗାମୀ ୭ ବର୍ଷରେ ସାଧାରଣ ଲୋକଙ୍କ ପାଇଁ ରାଜମାର୍ଗରେ ଓ ସହର ମଧ୍ୟରେ ଚାର୍ଜିଂ ଷ୍ଟେସନ ଲଗାଇବ । ଏହା ବ୍ୟତୀତ କମ୍ପାନୀ ୧୦ ବର୍ଷ ସୁଦ୍ଧା ରାଜମାର୍ଗ, ସହର ଏବଂ ଡିଲରସିପରେ ୫୦ ଡିସି ଫାଷ୍ଟ ଚାର୍ଜର ପ୍ରସ୍ତୁତ କରିବାକୁ ମଧ୍ୟ ଲକ୍ଷ୍ୟ ରଖିଛି । ହ୍ୟୁଣ୍ଡାଇ ତାମିଲନାଡୁ ସରକାରଙ୍କ ସହିତ ଆଗାମୀ ୨ ବର୍ଷରେ ରାଜ୍ୟରେ ୧୦୦ ଇଭି ଚାର୍ଜିଂ ଷ୍ଟେସନ ସ୍ଥାପନ କରିବା ପାଇଁ ଚୁକ୍ତି କରିଛି ।
ସୂଚନାଯୋଗ୍ୟ ହ୍ୟୁଣ୍ଡାଇ ଇଣ୍ଡିଆ ନିଜ ଇଲେକ୍ଟ୍ରିକ୍ ପୋର୍ଟଫୋଲିଓର ବିସ୍ତାର କରିବା ଦିଗରେ କାମ କରୁଛି । କମ୍ପାନୀ ନିଜ ବେଷ୍ଟ ସେଲିଂ ଏସୟୁଭି କ୍ରେଟାର ଇଲେକ୍ଟ୍ରିକ୍ ଭାରିଆଣ୍ଟକୁ ଲଞ୍ଚ୍ କରିବାକୁ ପ୍ରସ୍ତୁତ ହେଉଛି । ଏକ ରିପୋର୍ଟ ଅନୁସାରେ କମ୍ପାନୀ କ୍ରେଟା ଇଭିକୁ ଜାନୁୟାରୀ ୨୦୨୫ ସୁଦ୍ଧା ଲଞ୍ଚ୍ କରିପାରେ ।
Comments are closed.