www.samajalive.in
Sunday, December 14, 2025
17.1 C
Bhubaneswar

ବିର୍ଲା ସ୍କୁଲ୍‌ ଅଫ୍‌ ମ୍ୟାନେଜମେଣ୍ଟ୍‌ ତରଫରୁ ଭବିଷ୍ୟ କାର୍ଯ୍ୟ ପାଇଁ ମାନବସମ୍ବଳ ଶୀର୍ଷକ ଏଚଆର୍‌ କନକ୍ଲେଭ୍‌

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ୍‌ ବିଶ୍ୱବିଦ୍ୟାଳୟର ବିର୍ଲା ସ୍କୁଲ୍‌ ଅଫ୍‌ ମ୍ୟାନେଜମେଣ୍ଟ୍‌ ତରଫରୁ ୨୦୨୩, ନଭେମ୍ବର ୩ ତାରିଖରେ ଭବିଷ୍ୟତ କାର୍ଯ୍ୟସ୍ଥଳୀରେ ଏଚଆର୍‌ ଶୀର୍ଷକ ଏଚଆର୍‌ କନକ୍ଲେଭ୍‌ ଆୟୋଜନ କରାଯାଇଛି ।

ଏହି କନକ୍ଲେଭ୍‌ରେ ମୁଖ୍ୟ ଅତିଥି ଭାବରେ ଶ୍ରୀ ରମେଶ ଚନ୍ଦ୍ର ଯୋଶୀ, ନିର୍ଦ୍ଦେଶକ(ଅର୍ଥ) ନାଲକୋ, ସମ୍ମାନୀତ ଅତିଥି ଶ୍ରୀଅନୀଲ୍‌ ସିହ୍ନା ମାନବସମ୍ବଳ ମୁଖ୍ୟ, ଜୟଶ୍ରୀ ଚା, ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌, ଏକ୍ସ ସିଏଚଆରଓ, ଆଦିତ୍ୟ ବିର୍ଲା ଗ୍ରୁପ୍‌, ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପି.ପି. ମାଥୁର୍‌, କୁଳସଚିବ ଡକ୍ଟର ବି. କେ ଦାସ ଓ ବିର୍ଲା ସ୍କୁଲ୍‌ ଅଫ୍‌ ମ୍ୟାନେଜମେଣ୍ଟ୍‌ର ଡିନ୍‌ ପ୍ରଫେସର ପି. ନାୟକ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦ୍‌ଘାଟନ କରିଥିଲେ ।

- Advertisement -

ଶ୍ରୀ ରମେଶ ଚନ୍ଦ୍ର ଯୋଶୀ କହିଥିଲେ ଯେ ପ୍ରଯୁକ୍ତିବିଦ୍ୟା ମଣିଷକୁ ହଟାଇବାକୁ ନାହିଁ ବରଂ ମାନବ ସମ୍ବଳର କାର୍ଯ୍ୟକୁ ସାହଯ୍ୟ କରିବାକୁ ଅଛି । ସବୁବେଳେ ମଣିଷ ଦ୍ୱାରା ସମସ୍ୟାର ଅଭିନବ ସମାଧାନ ଦିଆଯାଇପାରେ କିନ୍ତୁ ଯନ୍ତ୍ର ଦ୍ୱାରା ଏହା ସମ୍ଭବ ନୁହେଁ ।
ଶ୍ରୀ ଅନୀଲ ସିହ୍ନା ତାଙ୍କ ଅଭିଭାଷଣରେ କହିଛନ୍ତି ଯେ ବର୍ତ୍ତମାନ ମାନବ ସମ୍ବଳ ଗୋଟିଏ ମୋ÷ଳିକ ପ୍ରଶାସକଙ୍କ ଠାରୁ ଆରମ୍ଭକରି ବ୍ୟବସାୟିକ ଭାଗିଦାରୀ, ରଣନୀତିକ ଉଦ୍ଭାବକ ଏବଂ ଚାମ୍ପିଆନ୍‌ ଭାବରେ ସ୍ୱୀକୃତି ପାଇଛି । ପ୍ରତ୍ୟେକ ସଂସ୍ଥାରେ ଗୋଟିଏ ପ୍ରଭାବଶାଳୀ କାର୍ଯ୍ୟପ୍ରଣାଳୀ ଏବଂ ବୈଷୟିକ ପ୍ରଗତି ଉପରେ ଗୁରୁତ୍ୱ ଦେଇ ସମୟର ଅନିଶ୍ଚିତତାକୁ ନେଇ ମାନବ ସାମର୍ଥ୍ୟର ବିକାଶ, ନବୀକରଣ ଏବଂ ବୃଦ୍ଧି ପାଇଁ ସର୍ବଦା ପଥ ପ୍ରଦର୍ଶକ ହୋଇଥାଏ ।

ପ୍ରଫେସର ଦାସ ପାରମ୍ପାରିକ କର୍ମଚାରୀ ବିଭାଗରୁ ମାନବସମ୍ବଳକୁ ପରିବର୍ତ୍ତନ ବିଷୟରେ ନିଜର ଭାବନା ବାଣ୍ଟିଥିଲେ ଏବଂ ଯେକୋ÷ଣସି ସଂସ୍ଥାରେ ଆଧୁନିକ ମାନବସମ୍ବଳର ଗୁରୁତ୍ୱକୁ ସୂଚିତ କଲେ ।

ପ୍ରଫେସର ନାୟକ ତାଙ୍କ ସ୍ୱାଗତ ଭାଷଣରେ ବିବିଧତା ପରିଚାଳନା ତଥା ଅର୍ନ୍ତଭୁକ୍ତିକୁ ଗ୍ରହଣ କରିବା ପାଇଁ କର୍ମଜୀବି ମାନବିକତାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ ।

ଅନଲାଇନ୍‌ ମାଧ୍ୟମରେ ଯୋଗଦେଇଥିବା ଏଡିପିର ପୂର୍ବତନ ବରିଷ୍ଠ ଉପସଭାପତି ତଥା ମାନବସମ୍ବଳ ମୁଖ୍ୟ ଶ୍ରୀ ବିପୁଲ୍‌ ସିଂ ଏହାର ଭବିଷ୍ୟତରେ ଚାକିରୀର ଆବଶ୍ୟକତା ସହିତ ଡିଜିଟାଲ୍‌ ଏବଂ ଆନାଲିଟିକାଲ୍‌ କୋ÷ଶଳକୁ ବିକାଶ ଉପରେ ଗୁରୁତ୍ୱ ଦେବାକୁ କହିଥିଲେ ।

ଏହି କନକ୍ଲେଭ୍‌ର ସଂଯୋଜକ ଡକ୍ଟର ଅର୍ଚ୍ଚନା ଚୋ÷ଧୁରୀ ବିଷୟ ପରିଚୟ ଦେଇ କନକ୍ଲେଭ୍‌କୁ ଉପସ୍ଥାପନ କରିଥିଲେ । ଏହି କନକ୍ଲେଭ୍‌ରେ ଚାକିରୀର ଭବିଷ୍ୟ, ମାନବସମ୍ବଳର କୋ÷ଶଳ ଏବଂ ନବସୃଜନର ଆବଶ୍ୟକତା ଉପରେ ପ୍ୟାନେଲ୍‌ ଆଲୋଚନା କରାଯାଇଥିଲା । କନକ୍ଲେଭ୍‌ରେ ବିଭିନ୍ନ ବି-ସ୍କୁଲର ଛାତ୍ରଛାତ୍ରୀମାନଙ୍କ ମାଧ୍ୟରେ ପୋଷ୍ଟ ତିଆରି, କେସ୍‌ ଆନାଲିସିସ୍‌, ଟୁନ୍‌ କେସ୍‌ ଏବଂ ହ୍ୱାଟ୍‌ ଇଫ୍‌ ଇତ୍ୟାଦି ପ୍ରତିଯୋଗୀତା କରାଯାଇଥିଲା । କନକ୍ଲେଭ୍‌ରେ ବିଭିନ୍ନ ଅନୁଷ୍ଠାନର ଛାତ୍ରଛାତ୍ରୀ ଏବଂ ପ୍ରତିନିଧିଙ୍କ ଆଗ୍ରହପ୍ରଦ ଅଂଶଗ୍ରହଣ କରିବା ପରିଲକ୍ଷିତ ହୋଇଥିଲା । ଏହି କାର୍ଯ୍ୟକ୍ରମଟି ସହ-ସଂଯୋଜକ ଡକ୍ଟର ସ୍ନିଗ୍ଧା ମହାପାତ୍ରଙ୍କ ଦ୍ୱାରା ପ୍ରସ୍ତାବିତ ଧନ୍ୟବାଦ ଅର୍ପଣ ସହିତ ସମାପ୍ତି ହୋଇଥିଲା ।

 

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories