www.samajalive.in
Monday, December 8, 2025
13.1 C
Bhubaneswar

ଏପରି ଭାବେ ଲୁଣର ବ୍ୟବହାର ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ

ପ୍ରାୟ ଆପଣ ବହୁ ଲୋକଙ୍କ ଠାରୁ ଏହା କହିଥିବାର ଶୁଣି ଥିବେ ଯେ, ଦରକାର ଠାରୁ ଯେକୌଣସି ଦ୍ରବ୍ୟ ଅଧିକ ଖାଇବା ଶରୀର ପାଇଁ କ୍ଷତିକାରକ ଅଟେ । ଏହିପରି ହିଁ ଲୁଣର ଅଧିକ ମାତ୍ରାରେ ସେବନ ସ୍ୱାସ୍ଥ୍ୟ ପାଇଁ ହାନିକାରକ । ସମସ୍ତେ ଏହା ଜାଣି ଥାଆନ୍ତି ଯେ, ସୁସ୍ଥ ଓ ଖାଦ୍ୟକୁ ସ୍ୱାଦିଷ୍ଟ କରିବା ପାଇଁ ଲୁଣର ଭୂମିକା ଗୁରୁତ୍ୱପୂର୍ଣ୍ଣ ଅଟେ । ଲୁଣ ଏପରି ଏକ ଦ୍ରବ୍ୟ ଯାହାର ସଠିକ ମାତ୍ରାରେ ବ୍ୟବହାର ସ୍ୱାସ୍ଥ୍ୟ ପାଇଁ ନିତ୍ୟାନ୍ତ ଜରୁରୀ ଅଟେ । ମାତ୍ର ବହୁ ଲୋକେ ବ୍ୟଞ୍ଜନ ପ୍ରସ୍ତୁତ ପରେ ମଧ୍ୟ ଏହାର ଉପରେ କିମ୍ବା ଖାଦ୍ୟ ଖାଇବା ସମୟରେ ଖାଲି ଲୁଣକୁ ମଧ୍ୟ ଖାଇବାରେ ବ୍ୟବହାର କରିଥାଆନ୍ତି । ଜାଣନ୍ତୁ ଏପରି କରିବା ଦ୍ୱାରା ସ୍ୱାସ୍ଥ୍ୟ ଉପରେ କି କୁପ୍ରଭାବ ପକାଇଥାଏ….
ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ବ୍ୟଞ୍ଜନ ବ୍ୟତୀତ ଲୁଣକୁ ସିଧାସଳଖ ଖାଦ୍ୟ ଖାଇବା ସମୟରେ ଖାଇବା ଦ୍ୱାରା ରକ୍ତ ଚାପ, ମୋଟାପଣ ବୃଦ୍ଧି, ଆଜ୍ଜମା, ହୃଦୟ ଓ ବୃକକ ଜନିତ ସମସ୍ୟା ସୃଷ୍ଟି ହୋଇଥାଏ ।
ଖାଦ୍ୟଦ୍ରବ୍ୟ ଉପରେ ଲୁଣ ଛିଞ୍ଚି ଖାଇବା କ୍ଷତିକାରକ –
ପ୍ରସ୍ତୁତ ହୋଇଥିବା ଖାଦ୍ୟ ଉପରେ ଲୁଣ ଛିଞ୍ଚି ଖାଇବା ଦ୍ୱାରା ଶରୀରରେ ବିଭିନ୍ନ ପ୍ରକାର ରୋଗର ବୃଦ୍ଧି ହୋଇଥାଏ । ପ୍ରସ୍ତୁତ ହୋଇଥିବା ଖାଦ୍ୟ ଉପରେ ଲୁଣ ପକାଇ ଖାଇବା ଦ୍ୱାରା ଏହା ସହଜରେ ଶରୀରରେ ରକ୍ତ ଚାପ ସମସ୍ୟା ସୃଷ୍ଟି କରିଥାଏ । ସ୍ମରଣ ଶକ୍ତି ମଧ୍ୟ ହ୍ରାସ କରିଥାଏ । ହାଡ଼ ଦୁର୍ବଳ ହେବା ସହ ଆଣ୍ଠୁଗଣ୍ଠି ଭଳି ସମସ୍ୟା ଦେଖାଯାଏ ।
କେତେ ପରିମାଣରେ ଲୁଣ ଖାଇବା ଉଚିତ –
ଆମେରିକା ବିଶେଷଜ୍ଞଙ୍କ ମତରେ ପ୍ରତ୍ୟେକ ଲୋକଙ୍କୁ ଗୋଟିଏ ଦିନରେ ସର୍ବମୋଟ ୨ ଚାମଚ ଲୁଣ ଖାଇବା ଆବଶ୍ୟକ ଅଟେ । ଯେଉଁମାନଙ୍କର ରକ୍ତ ଚାପ ଭଳି ସମସ୍ୟା ରହିଛି ସେମାନେ ଗୋଟିଏ ଦିନରେ ସର୍ବମୋଟ ଅଧ ଚାମଚ ଲୁଣ ଖାଇବା ଉଚିତ ।

Hot this week

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

Related Articles

Popular Categories