www.samajalive.in
Wednesday, December 10, 2025
14.1 C
Bhubaneswar

ଗରମ ଦିନେ ଘରକୁ ଥଣ୍ଡା ରଖିବାର ସରଳ ଉପାୟ

ଖରାଦିନ ଆସିବା ମାତ୍ରେ ଅତ୍ୟଧିକ ଗରମ, ଖରା ଓ ଝାଳବୁହା କଥା ମନେ ପଡ଼ିଯାଏ। ଲୋକେ ପଦାକୁ ବାହାରିବା ତ କଷ୍ଟକର ହୋଇପଡ଼େ, ଏହାସହ ଘରେ ମଧ୍ୟ ଅସହ୍ୟ ଗରମ ହୋଇଥାଏ। ତେବେ ଗରମ ଦିନରେ ଘରକୁ ଥଣ୍ଡା ରଖିବା ପାଇଁ ଲୋକେ ଏସି, କୁଲର ଓ ଫ୍ୟାନ୍ ଆଦିର ବ୍ୟବହାର କରିଥାଆନ୍ତି। ହେଲେ କ’ଣ ଆପଣ ଜାଣନ୍ତି ଏସବୁ ବ୍ୟତୀତ ଏପରି କିଛି ଉପାୟ ରହିଛି, ଯାହା ଦ୍ବାରା ଖରାଦିନେ ଆପଣ ଘରକୁ ଥଣ୍ଡା ରଖିପାରିବେ। ଚାଲନ୍ତୁ ଜାଣିବା ସେହିସବୁ ଉପାୟ ବିଷୟରେ –

-ଘରକୁ ଥଣ୍ଡା ରଖିବା ପାଇଁ ପ୍ରଥମତଃ ଘରେ ବାୟୁ ଚଳାଚଳ ପାଇଁ ଉପଯୁକ୍ତ ବ୍ୟବସ୍ଥା କରିବା ଆବଶ୍ୟକ।
-ଯଦି ଆପଣଙ୍କର ଛାତ ଘର ତେବେ ଛାତରେ ମୋଟା ଚୂନ ରଙ୍ଗ ବୋଳିଦିଅନ୍ତୁ ଓ ରାତିରେ ଛାତକୁ ଓଦା ରଖନ୍ତୁ।
-ଘରକୁ ସୂର୍ଯ୍ୟଙ୍କ ଉତ୍ତପ୍ତ କିରଣରୁ ନଆସିବା ପାଇଁ କବାଟ ଓ ଝରକାରେ ହାଲୁକା ରଙ୍ଗ ବିଶେଷତଃ ଧଳା ରଙ୍ଗର ପରଦା ଟାଙ୍ଗନ୍ତୁ ।
-ଘରର ଗୋଟିଏ ଝରକା ଖୋଲା ରଖି କୁଲରର ବ୍ୟବହାର କରନ୍ତୁ। ଏହାଦ୍ବାରା କ୍ରସ ଭେଣ୍ଟିଲେସନ ହୋଇ ଘର ଥଣ୍ଡା ରହିଥାଏ ।
-ସୂର୍ଯ୍ୟାସ୍ତ ପରେ ଘରର କବାଟ, ଝରକା ଖୋଲି ଦିଅନ୍ତୁ। ଯାହା ଦ୍ବାରା ଘରକୁ ଥଣ୍ଡା ପବନ ଚଳାଚଳ ସଠିକ୍ ଭାବେ ହେବ ଓ ଘର ଥଣ୍ଡା ରହିବ ।
-ଆଜବେଷ୍ଟ ଘର ହୋଇଥିଲେ ଖରା ଦିନେ ଆଜବେଷ୍ଟ ଉପରେ ନଡ଼ା ପକାଇ ଦିଅନ୍ତୁ ଏବଂ ରାତିରେ କିଛି ପାଣି ପକାନ୍ତୁ ଏହା ଦ୍ବାରା ଘର ଥଣ୍ଡା ରହିଥାଏ ।
-ବେଣା ଚେରକୁ ଓଦା କରି ଘରର ଝରକା କିମ୍ବା କବାଟ ସମ୍ମୁଖରେ ଟାଙ୍ଗିବା ଦ୍ବାରା ମଧ୍ୟ ଘର ଥଣ୍ଡା ରହିଥାଏ।
-ହାଲୁକା ରଙ୍ଗର କଟନ୍ ବେଡ଼ସିଟ୍ ଓ ତକିଆ ଖୋଳର ବ୍ୟବହାର କରନ୍ତୁ।
-ଏହାବ୍ୟତୀତ ଘର ଆଖପାଖରେ ଓ ବାଲ୍କୋନୀରେ ବିଭିନ୍ନ ଗଛ ଲଗାନ୍ତୁ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories