www.samajalive.in
Sunday, December 7, 2025
23.1 C
Bhubaneswar

ହାଉସ୍‌ଫୁଲ୍‌ରେ ଅକ୍ଷୟଙ୍କ ଡବଲ ରୋଲ୍

୨୦୧୦ରେ ‘ହାଉସ୍‌ଫୁଲ୍‌’ ଚଳଚ୍ଚିତ୍ର ମୁକ୍ତିଲାଭ କରିଥିଲା। ଏଇ ଗତ କିଛି ବର୍ଷ ମଧ୍ୟରେ ଏହାର ଦୁଇଟି ଭାଗ ମୁକ୍ତିଲାଭ କରିସାରିଥିଲାବେଳେ ଏବେ ଚତୁର୍ଥ ଭାଗ ନିର୍ମାଣ କାର୍ଯ୍ୟ ଚାଲିଛି। ସାଜିଦ୍ ଖାନ୍ ନିର୍ଦେଶିତ ଓ ସାଜିଦ୍‌ ନାଦିଆୱାଲା ପ୍ରଯୋଜିତ ଏହି ଚଳଚ୍ଚିତ୍ରରେ ଏଥରକ ମଧ୍ୟ ଖିଲାଡି କୁମାର ଅକ୍ଷୟ, ରିତେଶ ଦେଶମୁଖ, ବବି ଦେଓଲ, ଚଙ୍କି ପାଣ୍ଡେ, ନାନା ପାଟେକର, ବୋମନ୍ ଇରାନୀ ଦେଖାଦେବେ। ପ୍ରତ୍ୟେକ ଭାଗରେ ଅକ୍ଷୟ ଓ ରିତେଶଙ୍କ ସହ ବୋମନ୍ ଇରାନିଙ୍କ ଯୋଡ଼ି ହାଉସଫୁଲ୍‌ରେ ଦର୍ଶକଙ୍କ ମନୋରଞ୍ଜନ କରିଛନ୍ତି। ଏଥରକ କିନ୍ତୁ କାହାଣୀରେ ଏକ ଭିନ୍ନ ମୋଡ଼ ଦେଖାଦେବ। ପୁନର୍ଜନ୍ମରେ ଅକ୍ଷୟ କୁମାରଙ୍କ ଡବଲରୋଲ୍‌ ହିଁ ଚଳଚ୍ଚିତ୍ରର ମୁଖ୍ୟ ଆକର୍ଷଣ ହେବ ବୋଲି ପ୍ରକାଶ। ଚଳଚ୍ଚିତ୍ରକୁ ଅଧିକ ଦମଦାର୍‌ କରିବା ନିମନ୍ତେ ଏଥିରେ ‘ସ୍ପେଶାଲ୍ ଇଫେକ୍ଟସ୍‌’ର ବ୍ୟବହାର କରାଯାଇଛି। ଏଥି ନିମନ୍ତେ ୭୫କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ ହେବ ବୋଲି ୟୁନିଟ୍ ସଦସ୍ୟଙ୍କ ମତ। ଲଣ୍ଡନ ଓ ରାଜସ୍ଥାନରେ ଏହି ଚଳଚ୍ଚିତ୍ରର ପ୍ରାରମ୍ଭିକ ଭାଗ ସୁଟିଂ ହୋଇସାରିଛି।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories