www.samajalive.in
Saturday, December 6, 2025
14.1 C
Bhubaneswar

ଶୀତଋତୁରେ ଶରୀରକୁ ଆରାମ ଦିଏ ଉଷୁମ ପାଣିରେ ଗାଧୁଆ

ମୁମ୍ବଇ : ଶୀତ ଋତୁ ଆସିଛି ଏବଂ ସ୍ୱାସ୍ଥ୍ୟ ତଥା ଶରୀର ରକ୍ଷା ନିମନ୍ତେ ଅଧିକ ଯତ୍ନର ଆବଶ୍ୟକତା ରହିଛି । ଶୀତ ଋତୁରେ ଆମେ ଗାଧୋଇବା ପାଇଁ ପ୍ରତିଦିନ ସକାଳ ହେଉ କି ସଂଧ୍ୟା, ଏଭଳି ଉଷୁମ ପାଣି ଆବଶ୍ୟକ କରିଥାଉ, ଯାହା ଅଧିକ ଗରମ ହୋଇନଥିବ କିମ୍ବା ଅଧିକ ଥଣ୍ଡା ମଧ୍ୟ ନଥିବ । ପ୍ରକୃତରେ ଗବେଷଣାରୁ ଜଣାଯାଇଛି ଯେ ଶୀତଦିନେ ସଠିକ ଉଷୁମ ପାଣି ଗାଧୁଆ ପାଇଁ ୪୪ ଡିଗ୍ରୀ ସେଲସିୟସ ସର୍ବୋଚ୍ଚ ତାପମାତ୍ରା ଭାବରେ ବିବେଚନା କରାଯାଇଥାଏ । ଉଷୁମ ପାଣି ବ୍ୟବହାର ଦିନ ତମାମ ଶରୀରକୁ ଶକ୍ତି ଯୋଗାଇବା ସହିତ ସତେଜତା ଅନୁଭବ କରିବାରେ ସହାୟକ ହେଉଥିବାବେଳେ ଏହାକୁ ଦୃଷ୍ଟିରେ ରଖି ଭାରତର ସର୍ବାଧିକ ପସନ୍ଦଯୋଗ୍ୟ ଗୁଣମାନ, ବିଶ୍ୱାସ ଓ ଆଧୁନିକ ପ୍ରଯୁକ୍ତିର ବ୍ରାଣ୍ଡ୍‍ କ୍ରମ୍ପଟନ ଗ୍ରୀଭସ କଞ୍ଜୁମର ଇଲେକ୍ଟ୍ରିକାଲ୍ସ ଲିମିଟେଡ ନୂଆ ସୋଲାରିୟମ କ୍ୟୁବ ପ୍ଲସ୍‍ ୱାଟର ହିଟର ପ୍ରଚଳନ କରିଛି । ଏହାର ସର୍ବୋଚ୍ଚ ମାନ୍ୟତାପ୍ରାପ୍ତ ଏବଂ ପ୍ରଶଂସନୀୟ ସୋଲାରିୟମ ବର୍ଗର ଏହି ନୂଆ ୱାଟର ହିଟର ଉଚ୍ଚତର ପାଣି ଗରମ କରିବା ଦକ୍ଷତା ପ୍ରଦର୍ଶନ କରୁଛି, ତାହାସହିତ ଏଥିରେ ସ୍ମାର୍ଟ ଶକ୍ତି ପରିଚାଳନା ଏବଂ ସମକାଳୀନ ଡିଜିଟାଲ ଡିସପ୍ଲେ ରହିଛି ଯାହା ଆମକୁ ସଠିକ ଗରମ ପାଣି ଯୋଗାଇବାରେ ସହାୟତା କରୁଛି । ଚଳିତ ସମୟର ନୂତନ ଉଦ୍ଭାବନ ପ୍ରିସିସନ ହିଟିଂ ପ୍ରଯୁକ୍ତି ଆଣିଛି ଯାହା ୱାଟର ହିଟରଗୁଡିକ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ହୋଇଛି, ବିଶେଷକରି ଶୀତଦିନେ ଆମେ ପାଣିର ଉଷ୍ଣତାକୁ ବାରମ୍ବାର ହାତରେ ଯାଞ୍ଚ ନକରି ତାହାକୁ ଡିଜିଟାଲ ପଦ୍ଧତିରେ ପୂର୍ବରୁ ସ୍ଥିର କରି ଏକ ତାପମାତ୍ରା ନିୟନ୍ତ୍ରିତ ଗାଧୁଆ ଅନୁଭୂତି ଏହାଦ୍ୱାରା ପାଇପାରିବା ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories