www.samajalive.in
Sunday, December 7, 2025
14.1 C
Bhubaneswar

ମହାନଦୀରୁ ବେନିୟମ ଭାବେ ମେସିନ ସାହାଯ୍ୟରେ ଚାଲିଛି ଗଭୀର ବାଲି ଖନନ

ହରଭଙ୍ଗା : ବୌଦ୍ଧଜିଲ୍ଲା ହରଭଙ୍ଗା ତହସିଲ ଅର୍ନ୍ତଗତ ହରଭଙ୍ଗାସ୍ଥିତ ମହାନଦୀ ବାଲି ଖାଦାନରୁ ବେନିୟମଭାବେ ମେସିନ ସାହାଯ୍ୟରେ ଗଭୀର ବାଲି ଖନନ ଚାଲିଥିବା ନେଇ ଅଭିଯୋଗ ହୋଇଛି। ଟେଣ୍ଡରଧାରୀ ମାଈନର ମିନେରାଲ ନିୟମକୁ ଫୁ କରି ବେନିୟମଭାବେ ବଡ ହିତାଜି ମେସିନ ସାହାଯ୍ୟରେ ମହାନଦୀ ଶଯ୍ୟାରୁ ବାଲି ଉତୋଳନ କରୁଥିବା ଯୋଗୁଁ ବନ୍ୟାପ୍ଲାବିତ ହରଭଙ୍ଗାବାସୀଙ୍କ ପାଇଁ ଏହା ବଡ ବିପଦସୃଷ୍ଟି କରୁଛି।ଅନ୍ୟପଟେ ମାଇନର ମିନେରାଲ ନାଁରେ ପ୍ରଚୁର ପରିମାଣରେ ମେଜର ମିନେରାଲ ଚାଲାଣ ହେଉଥିବା ସ୍ପଷ୍ଟ ହୋଇଛି।ପ୍ରକାଶ ଯେ ହରଭଙ୍ଗା ମହାନଦୀ ବାଲିଖାଦାନକୁ ତହସିଲ ପକ୍ଷରୁ ୫ବର୍ଷୀଆ ଟେଣ୍ଡର ପ୍ରଦାନ କରାଯାଇଛି।ଟେଣ୍ଡରଧାରୀ ଖଣି ନିୟମ ଅନୁଯାୟୀ ପ୍ରଥମେ ନିଜର ବାଲି ଖନନ ପରିସୀମା ଚିହ୍ନଟ କରି ଏରିଆ ଅନୁସାରେ ତାରବାଡ ଦେବା ନିୟମ ରହିଛି।ଏହାସହିତ ଲିଜଧାରୀ ଲିଜସର୍ମ୍ପକୀତ ସୂଚନାଫଳକ ଲଗାଇବା ଏବଂ ପରିବେଶ ମଞ୍ଜୁରୀ  ସାଙ୍ଗକୁ ଖଣି ମଞ୍ଜୁରୀ ପରେ ସେହି ସ୍ଥାନରୁ ମଞ୍ଜୁରୀ ଅନୁସାରେ ଶ୍ରମିକ ସାହାଯ୍ୟରେ ବାଲି ଉତୋଳନ କରିବା ପାଇଁ କଡାକଡି ନିୟମ ରହିଛି।
ମାତ୍ର ସମସ୍ତ ନିୟମକୁ ଫୁ କରି  ଲିଜଧାରୀ ଦିନଦ୍ୱିପହରରେ ମେସିନ ସାହାଯ୍ୟରେ ବାଲି ଖନନ କରି ମେଜର ମିନେରାଲ ଲୁଟ କରୁଥିବା ଦେଖିବାକୁ ମିଳୁଛି।ଏହାଦ୍ୱାରା ମହାନଦୀ ଶଯ୍ୟାରେ ବଡ ବଡ ଗର୍ତ ସୃଷ୍ଟି ହେବା ସହିତ ବର୍ଷାଦିନେ ନଦୀକୂଳ ଖାଈ ଗାଁ ମୁହାଁ ହେବାକୁ ବସିଛି। ବଡ ବଡ ଭାରିଯାନ ସାହାଯ୍ୟରେ ବାଲି ଚାଲାଣ ଯୋଗୁଁ ନଦୀଖଣ୍ଡି ରାସ୍ତା ବାଲି ଶଯ୍ୟା ସହିତ ମିଶିଯାଇ ହରଭଙ୍ଗା ଗାଁ ଆଡକୁ ନଦୀର ଗତିପଥ ବଦଳି ଯିବା ବଳି ଏକ ବଡବିପଦ ସୃଷ୍ଟି କରୁଛି। ବେନିୟମଭାବେ ବଡ ବଡ ଭାରିଯାନରେ ଓଭରଲୋଡିଂ ବାଲି ଚାଲାଣ ହେଉଥିବାରୁ ମହାନଦୀ ରାସ୍ତାରେ ଜନସାଧାରଣ ଗାଧୋଇଯିବା ମଧ୍ୟ ମୁସ୍କିଲ ହୋଇପଡୁଛି। ବଜାର ରାସ୍ତାରେ ଭାରିଯାନ ଚାଲୁଥିଲେ ମଧ୍ୟ ନିୟମିତ ପାଣି ପକାଯାଉନଥିବାରୁ ଧୂଳି ଉଡି ଲୋକଙ୍କ ପାଇଁ ଆଉ ଏକ ଅସ୍ୱାସ୍ଥ୍ୟକର ପରିସ୍ଥିତି ସୃଷ୍ଟି କରୁଛି।ଏ ଦିଗରେ ପ୍ରଶାସନ ପକ୍ଷରୁ ବିହିତ ପଦକ୍ଷେପ ଗ୍ରହଣ କରାନଗଲେ ଆଗକୁ ହରଭଙ୍ଗାବାସୀ ଆନ୍ଦୋଳନାତ୍ମକ ପନ୍ଥା ଆପଣେବାକୁ ବାଧ୍ୟହେବେ ବୋଲି ଚେତାବନୀ ଦେଇଛନ୍ତି। ଏ ସର୍ମ୍ପକରେ ହରଭଙ୍ଗା ତହସିଲଦାର ଶମ୍ଭୁଭୂଷଣ ମିଶ୍ରଙ୍କୁ ପଚାରିବାରୁ ମେସିନ ସାହାଯ୍ୟରେ ବାଲିଉତୋଳନ ପାଇଁ କୌଣସି ନିୟମନାହିଁ। ଲିଜଧାରୀ ଏଭଳି ବେନିୟମ କାର୍ଯ୍ୟ କରୁଥିଲେ ଆମେ ନିଶ୍ଚୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ ବୋଲି କହିଥିଲେ। ଏରିଆ ଅନୁସାରେ ବାଲି ଉତୋଳନ କରିବା ନିୟମ ରହିଛି।ତାଠାରୁ ଅଧିକ ବାଲିଉତୋଳନ ହେଲେ ଜି.ଡିପି.ଏସ ମାଧ୍ୟମରେ ଫାଇନ ଆଦାୟ ହେବ ବୋଲି କହିଥିଲେ।ଏ ସର୍ମ୍ପକରେ ବୌଦ୍ଧ ଆଂଚଳିକ ପରିବହନ ଅଧିକାରୀ ଅମରେଶ ପାତ୍ରଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ଗୋଟିଏ ୧୦ଚକିଆ ହାଇୱାରେ ଅଧିକରୁ ଅଧିକ ୧୬ଟନରୁ ୨୦ଟନ ମାଲପରିବହନ କ୍ଷମତା ରହିଛି। ଓଭରଲୋଡିଂ ଉପରେ ଆମେ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ ବୋଲି କହିଥିଲେ।

 

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories