ଗୁରୁବାର ରାଶିଫଳ (୦୩/୧୧/୨୦୨୨)

ମେଷ :  ଜ୍ଞାନ ପିପାସୁ ହେବେ। ସତ୍‌କର୍ମରେ ନିୟୋଜିତ ହେବେ। ସରକାରୀ ଓ ବେସରକାରୀ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଚେଷ୍ଟା ଫଳବତୀ ହେବ। କାର୍ଯ୍ୟରେ ସଫଳତାର ଶୀର୍ଷ ସ୍ପର୍ଶ କରିବେ।

ବୃଷ : ଅନୁଭୂତିରୁ ଉତ୍ପନ୍ନ ଜ୍ଞାନ ବଳରେ କର୍ମକ୍ଷେତ୍ରକୁ ସରସ ସୁନ୍ଦର କରିପାରନ୍ତି। ଆର୍ଥିକ ସ୍ଥିତିରେ ପ୍ରଭୂତ ଉନ୍ନତି ଘଟିବ। ପ୍ରତିଯୋଗିତାରେ କୃତିତ୍ବ ଅର୍ଜନ କରିପାରନ୍ତି। କର୍ମଫଳ ବିଧାନ ଅଟଳ ଓ ଅକାଟ୍ୟ ହେବ।

ମିଥୁନ : ମିଳିଥିବା କ୍ଷମତାର ସଦୁପଯୋଗ କରି ଲୋକପ୍ରିୟତା ଅର୍ଜନ କରିପାରନ୍ତି। ସାରସ୍ବତ ସାଧନାର ଅମୃତମୟ ସୃଷ୍ଟିକୁ ଲୋକଲୋଚନକୁ ଆଣିପାରନ୍ତି। ଭକ୍ତି କଥାମୃତରେ ଓ ଭାବରେ ତଲ୍ଳୀନ ହେବେ।

କର୍କଟ : ଧୈର୍ଯ୍ୟ ଓ ସାହସର ସହିତ ବିପଦର ମୁକାବିଲା କରିପାରନ୍ତି। ସାମାନ୍ୟ ଅସୁସ୍ଥତା ଥାଇ ବି ଈଶ୍ବରଙ୍କ ଭକ୍ତିରେ ଶକ୍ତିସମ୍ପନ୍ନ ହେବେ। ଜଳଯାତ୍ରା ବିପଦପୂର୍ଣ୍ଣ ହୋଇପାରେ। ଦେବଦ୍ବିଜ ପରାୟଣ ହୋଇ ବିପଦ ଟାଳିବେ।

ସିଂହ : ତ୍ୟାଗରୂପକ ଜୀବନ ଶୋଧନର ରାଜମାର୍ଗକୁ ଆଦରି ନେଇପାରନ୍ତି। ଦିନଟି ଶିବମୟ ହେବ। ସମ୍ବେଦନା ସହିତ ଯୋଡ଼ି ହୋଇ ସେବାର ସାର୍ଥକତା ଉପଲବ୍ଧ କରନ୍ତୁ। ପତ୍ନୀଙ୍କ ସ୍ବାସ୍ଥ୍ୟପ୍ରତି ଯତ୍ନବାନ୍‌ ହେବେ।

କନ୍ୟା : ଅପୂର୍ଣ୍ଣତାରୁ ପୂର୍ଣ୍ଣତା ଦିଗରେ ଅଗ୍ରସର ହେବେ। ଆର୍ଥିକ ସ୍ଥିତିକୁ ଦେଖି ଖର୍ଚ୍ଚର ସୀମା ନିର୍ଦ୍ଧାରଣ କରିବାକୁ ପଡ଼ିବ। ଋଣ ପରିଶୋଧ କରି ଆଶ୍ବସ୍ତ ହେବେ। ଶତ୍ରୁତାର ଅବସାନ ଘଟାଇ ମାନସିକ ଶାନ୍ତି ପାଇବେ।

prayash

ତୁଳା : ଆଧ୍ୟାତ୍ମିକ ପଥର ପଥିକ ହୋଇପାରନ୍ତି। ଧୀ ଶକ୍ତି ସମ୍ପନ୍ନ ହେବେ। ପ୍ରିୟତମାଙ୍କ ମନସ୍କାମନା ପୂର୍ଣ୍ଣ କରିପାରନ୍ତା। ଚେତନାର ଉଳ ପ୍ରଦୀପ ହେବେ। ବିଭିନ୍ନ ସୂତ୍ରରୁ ଅର୍ଥାଗମ ହେବ।

ବିଛା : ଶ୍ରମ ସାର୍ଥକ ହେବ। ଆତ୍ମଜ୍ଞାନ ପ୍ରାପ୍ତି ନିମନ୍ତେ ଅଗ୍ରଗାମୀ ହେବେ। ସଶକ୍ତ ଆତ୍ମବଳରେ ବଳୀୟାନ ହେବେ। ପରମ କଲ୍ୟାଣୀୟ ମାର୍ଗରେ ମାର୍ଗୀ ହେବାକୁ ପଡ଼ିବ। ରୋଜଗାର ଆଶାନୁରୂପ ହେବ।

ଧନୁ :  କୋମଳ ହୃଦୟଯୁକ୍ତ ଓ ଜ୍ଞାନର ଭଣ୍ଡାର ହୋଇପାରନ୍ତି। ପୁଣ୍ୟବାନ୍‌ ଓ ସୁବିମଳ ଯଶସ୍ବୀ ହେବେ। ହାତକୁ ନେଉଥିବା କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ। ସତ୍ୟ ପ୍ରତିଜ୍ଞସମ୍ପନ୍ନ ହେବେ।

ମକର : ରାଜତୁଲ୍ୟ ହୋଇପାରନ୍ତି। ଦେଶାଦିର ଆଧିପତ୍ୟ ଲାଭ କରିପାରନ୍ତି। ବିବିଧ ଉପାୟରେ ଧନ ଆହରଣ କରି ଆର୍ଥିକ ସ୍ଥିତିକୁ ଦୃଢ଼ କରିପାରନ୍ତି। ଦିବ୍ୟଚେତନା ପ୍ରାପ୍ତ ହେବେ।

କୁମ୍ଭ : ବହୁଜନହିତାୟ ଓ ବହୁଜନ ସୁଖାୟ କାର୍ଯ୍ୟରେ ନିୟୋଜିତ ହେବେ। କାମ, କ୍ରୋଧ, ଲୋଭ ଓ ଧନ ମୋହରୁ ନିଜକୁ ବିରତ କରାଇପାରନ୍ତି। ସୁସ୍ବାଦୁ ଭୋଜନରେ ନିଜକୁ ଓ ସହଯୋଗୀଙ୍କୁ ଆପ୍ୟାୟିତ କରିବେ।

ମୀନ : ଜୀବ ସେବାକୁ ଶିବସେବା ଭାବେ ବିବେଚନା କରିପାରନ୍ତି। ନିର୍ବିବାଦ ବ୍ୟକ୍ତିତ୍ବସମ୍ପନ୍ନ ହେବେ। ମଧୁର କଥାରେ ପରକୁ ଆପଣାର କରିପାରନ୍ତି। ଧର୍ମକାର୍ଯ୍ୟରେ ଧନ ବ୍ୟୟ କରିପାରନ୍ତି। ସାଧନା ଫଳବତୀ ହେବ।

kalyan agarbati

Comments are closed.