ଗୁରୁବାର ରାଶିଫଳ (୨୭/୧୦/୨୦୨୨) ଧର୍ମ ଅଧ୍ୟାତ୍ମନିଉଜ ଆଲର୍ଟରାଶିଫଳ By samajalive Last updated Oct 27, 2022 Share ମେଷ : ଶତ୍ରୁ ଦମନ କରି ଆଶ୍ବସ୍ତ ହେବେ। ଧନ ବୃଦ୍ଧିଲାଭର ସୂଚନା ମିଳୁଛି। ମହାମାନବ ମର୍ଯ୍ୟାଦାଯୁକ୍ତ ହୋଇପାରନ୍ତି। ଶ୍ରେଷ୍ଠାସନରେ ଆସୀନ ହେବେ। ଜ୍ଞାନଗରିମାଯୁକ୍ତ ହେବେ। ଅର୍ଥାଗମ ହେବ। ବୃଷ : ବାଣିଜ୍ୟ କାରବାର ଅତ୍ୟନ୍ତ ଲାଭଜନକ ହେବ। ବିଚକ୍ଷଣ ବୁଦ୍ଧିସମ୍ପନ୍ନ ହୋଇପାରନ୍ତି। ଲୋକପ୍ରିୟତା ଅର୍ଜନ କରିବେ। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖାଦେବ। ବିବାଦୀୟ ଘଟଣାରେ ବିଜୟୀ ହେବେ। ମିଥୁନ : ବିଖ୍ୟାତ କାର୍ଯ୍ୟକରି ଲୋକପ୍ରିୟତା ଅର୍ଜନ କରିବେ। ସତ୍ପଥଗାମୀ ହେବେ। ଉପକାରୀଙ୍କଠାରେ କୃତଜ୍ଞ ହେବେ। ବୁଦ୍ଧିମାନ୍ ହେବେ। ଶାସ୍ତ୍ର ପ୍ରତି ଅନୁରକ୍ତି ରହିବ। ଭୋଗପ୍ରିୟ ଓ ଶୌର୍ଯ୍ୟଯୁକ୍ତ ହେବେ। କର୍କଟ : ଶତ୍ରୁକୁ ପଦାନତ କରିପାରନ୍ତି। ସତ୍କର୍ମରେ ନିଜକୁ ନିୟୋଜିତ କରିବେ। ସରକାରୀ ସ୍ତରରେ ସମ୍ମାନିତ ହୋଇପାରନ୍ତି। ପ୍ରତ୍ୟେକ କ୍ଷେତ୍ରରେ ବିଜୟୀ ହେବେ। ମାନସିକ ଅଶାନ୍ତି ଦୂର ହେବ। ସିଂହ : ପୂଜ୍ୟପୂଜାର ପାତ୍ର ହେବେ। ଶାସ୍ତ୍ରଜ୍ଞ ହୋଇପାରନ୍ତି। ବହୁ ମିତ୍ରଙ୍କ ସାନ୍ନିଧ୍ୟ ମିଳିବ। ଦିନ ଭିତରେ ଯାହା ଘଟଣା ଘଟିବ, ତାହା ସୁଖବୋଧ ହେବ। କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ। କନ୍ୟା : ପ୍ରିୟଜନଙ୍କ ସହାୟତା ମିଳିବ। ଶତ୍ରୁ ବିନାଶକରି ମାନସିକ ଶାନ୍ତି ଫେରିପାଇବେ। ସାରାଦିନ କାର୍ଯ୍ୟବ୍ୟସ୍ତ ରହିବେ। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି। ଶ୍ରମଲବ୍ଧ ଧନରେ ଋଣ ପରିଶୋଧ କରିବେ। Related Posts ଡିଜେଲ ଚୋରକୁ ମାଡି ବସିଲେ ଗାଡ଼ି ଚାଳକ,… Jan 11, 2025 ଆସାମ କୋଇଲା ଖଣି ଦୁର୍ଘଟଣା – ଉଦ୍ଧାର… Jan 11, 2025 ତୁଳା : ବିଦ୍ୟାଭ୍ୟାସୀ ହେବ। ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଲଟେରି ଉଠାଣ ଫଳ ସପକ୍ଷରେ ଯାଇପାରେ। ପତ୍ନୀ ସୁଶୀଳା ଓ ଆଜ୍ଞାକାରିଣୀ ହେବେ। ବିଛା : ସହଭାଗୀଙ୍କ ସହିତ ସଦ୍ଭାବନାରେ ଚଳିବେ। ହସ ଖୁସିରେ ସମୟ ବିତିବ। ପରିଶ୍ରମର ମୂଲ୍ୟ ମିଳିବ। ଦେବ-ଗୁରୁ ଭକ୍ତିଯୁକ୍ତ ହେବେ। ନିଜ ଉଦ୍ୟମ ବଳରେ ଶ୍ରେଷ୍ଠାସନରେ ଆସୀନ ହେବେ। ଅର୍ଥ ମିଳିବ। ଧନୁ : ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖାଦେବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ଦେବଦର୍ଶନର ସୌଭାଗ୍ୟ ଉଦୟ ହୋଇଛି। ଅଶାନ୍ତି ଦୂର ହେବ। ସରକାରୀ ସ୍ତରରୁ ଲାଭପ୍ରାପ୍ତ ହେବେ। ମକର : ମଧ୍ୟମ ଧରଣର ଶୁଭଫଳ ପ୍ରାପ୍ତ ହେବେ। ଶ୍ରମ ସାର୍ଥକ ହେବ। ଜିତେନ୍ଦ୍ରିୟ ହେବେ। ସନ୍ତାନ ସୁଖ ମିଳିପାରେ। ପ୍ରବଳ ପରାକ୍ରମୀ ହେବେ। ଅକ୍ଷୟ କୀର୍ତ୍ତି ସ୍ଥାପନ କରିବେ। ସମାଜରେ ଜନବଲ୍ଲଭ ହେବେ। କୁମ୍ଭ : ସାମାଜିକ ସ୍ତରରେ ଶ୍ରେଷ୍ଠାସନରେ ଆସୀନ ହେବେ। ତେଜସ୍ବୀ ହେବେ। ଧର୍ମ-ଧାରଣାଯୁକ୍ତ ହୋଇପାରନ୍ତି। ସନ୍ତାନବତ୍ସଳ ହେବେ। ଆୟ ଊଣା ହେବ ନାହିଁ। ସରକାରୀ ଓ ବନ୍ଧୁ ସ୍ତରରୁ ଉପକୃତ ହେବେ। ମୀନ : ବନ୍ଧୁମାନେ ଆଡ଼ ହୋଇଯିବାର ସୂଚନା ମିଳୁଛି। ଅର୍ଥାଭାବ ଦେଖା ଦେଇପାରେ। ସାମାଜିକ ସ୍ତରରେ ଗୌରବାନ୍ବିତ ହୋଇପାରନ୍ତି। ଭାଷା ଓ ବ୍ୟବହାରର ମାଧୁରିମା ଆପଣଙ୍କୁ ମହାନ୍ କରିପାରେ। Share FacebookTwitterWhatsApp
Comments are closed.