ସୋମବାର ରାଶିଫଳ (୨୭.୦୨.୨୦୨୩)

ମେଷ :  ପ୍ରଚୁର ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ମାନସିକ ସ୍ତରରେ ଗୁରୁପୂଜନକୁ ପ୍ରାଥମିକତା ଦେବେ। ନିଜ କର୍ମରେ ଦକ୍ଷତା ପ୍ରତିପାଦନ କରିବେ। ବିନୟାବନତ ହେବେ। ସଞ୍ଚୟାଭିମୁଖୀ ହେବା ଆଶା କରାଯାଏ।

ବୃଷ : ବୁଦ୍ଧିମାନ୍‌ ହେବେ। ପ୍ରିୟଭାଷୀ ହୋଇପାରନ୍ତି। ସପତ୍ନୀକ ଭୋଗ ବିଳାସ କରିପାରନ୍ତି। ଧନଶାଳୀ ହେବେ। ସ୍ତ୍ରୀ ପୁତ୍ରସମ୍ପନ୍ନ ହୋଇପାରନ୍ତି। ପତ୍ନୀଙ୍କ ସୁପରାମର୍ଶ ଆପଣଙ୍କ ଦ୍ବାରା ଗ୍ରହଣୀୟ ହେବ।

ମିଥୁନ : ନାନାବିଧ ସମ୍ମାନର ଅଧିକାରୀ ହେବେ। ଯାନବାହନ ଯୁକ୍ତ ହେବେ। କୀର୍ତ୍ତିମାନ୍‌ ହୋଇପାରନ୍ତି। ଭୋଗବିଳାସ କରିପାରନ୍ତି। ଶାସ୍ତ୍ରଜ୍ଞ ହେବେ। ମନ ପ୍ରସନ୍ନ ରହିବ। ବ୍ୟବସାୟ ଲାଭଜନକ ହେବ।

କର୍କଟ : ସରକାରୀ ଅର୍ଥ ମିଳିପାରେ। ଗୃହ ପରିବେଶ ଉତ୍ତମ ମାନର ହେବ। କୀର୍ତ୍ତି, ମର୍ତ୍ତି, ସ୍ବତ୍ବ, ସନ୍ତୋଷ ସବୁକିଛି ମିଳିବ। ବହୁବିଧ ଧନ ପ୍ରାପ୍ତିର ସୂଚନା ମିଳୁଛି। ଜ୍ଞାନୀ ହେବେ। ଉତ୍ତମ ପତ୍ନୀ ପ୍ରାପ୍ତ ହୋଇପାରେ।

ସିଂହ : ଧନବାନ୍‌ ହେବେ। ନାରୀ କଲ୍ୟାଣ ଉପରେ କାର୍ଯ୍ୟ କରିବେ। ଶତ୍ରୁ ଉପରେ ବିଜୟ ହାସଲ କରିପାରନ୍ତି। ରାଜତୁଲ୍ୟ, ସନ୍ତୋଷଯୁକ୍ତ ଓ କାର୍ଯ୍ୟରେ ଉତ୍ସାହ ବୃଦ୍ଧି ପାଇବ। ପରୋପକାରୀ ହେବେ। ବହୁପ୍ରକାର ଧନଲାଭ କରିପାରନ୍ତି।

କନ୍ୟା : ମହାମତି ସମ୍ପନ୍ନ ହେବେ। ଅସ୍ତ୍ରଶସ୍ତ୍ରକୁ ନିଜର ସମ୍ପତ୍ତିଭାବେ ବିବେଚନା କରିବେ। ପାପବିହୀନ ଜୀବନଯାପନ କରିବାକୁ ପ୍ରୟାସୀ ହେବେ। କୁଳ ଉଦ୍ଧାରକ ପୁତ୍ର ସନ୍ତାନର ଜନକ ହେବେ। ବ୍ରହ୍ମ ଉପାସକ ହୋଇପାରନ୍ତି।

prayash

ତୁଳା : ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ପତ୍ନୀ ଅଶେଷ ପ୍ରକାର ଗୁଣର ଅଧିକାରିଣୀ ହେବେ। ପଦାର୍ଥପ୍ରିୟ ହେବେ। ଧର୍ମମତ, ସନ୍ତାନ ପ୍ରିୟ ଓ ବିନୀତ ସ୍ବଭାବସମ୍ପନ୍ନ ହେବେ। ସେବକ ମନୋବୃତ୍ତିର ହେବେ।

ବିଛା : ଶତ୍ରୁ ଦମନ କରି ଆଶ୍ବସ୍ତ ହେବେ। ମିତ୍ର ଲାଭର ସୂଚନା ମିଳୁଛି। ପୁତ୍ର କିମ୍ବା ପୁତ୍ରବତ୍‌ ଧନପ୍ରାପ୍ତିର ସୁଯୋଗ ଅଛି। ଦାତା, ଭୋକ୍ତା, ଗୁଣବାନ୍‌, ଧନୀ ଓ ମାନୀ ହୋଇପାରନ୍ତି। ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିବ।

ଧନୁ : କୃଷି କାର୍ଯ୍ୟରେ ପାରଙ୍ଗମ ହେବେ। ଯାନବାହନ ସୁଖ ମିଳିପାରେ। ସୁଖୀ ହେବେ। ଗୃହ ପରିବେଶ ଉତ୍ତମ ମାନର ହେବ। ସମରାଭ୍ୟାସ, ସରକାରୀ ସେବା ଓ ବାକ୍ୟ କଥନରୁ ଧନ ପ୍ରାପ୍ତ ହେବେ। ଭାଗ୍ୟବାନ୍‌ ହେବେ।

ମକର : ଜିତେନ୍ଦ୍ରିୟ ହୋଇପାରନ୍ତି। ବାକ୍‌ ସଂଯମତା ଆପଣଙ୍କୁ ସମ୍ମାନର ଅଧିକାରୀ କରିବ। ଶାନ୍ତଶିଷ୍ଟ ସ୍ବଭାବ ସମ୍ପନ୍ନ ହୋଇପାରନ୍ତି। ଚତୁର ହେବେ। ବୃଦ୍ଧି ପ୍ରୟୋଗ କରି ଅସାଧ୍ୟ ସାଧନ କରିପାରନ୍ତି।

କୁମ୍ଭ : ରାଜତୁଲ୍ୟ ହୋଇପାରନ୍ତି। ଦେଶାଦିର ଆଧିପତ୍ୟ ବିସ୍ତାରିତ ହେବ। କାବ୍ୟ ଶାସ୍ତ୍ରାନୁରକ୍ତ ହେବେ। ସକଳ ଗୁଣର ଆଧାର ହୋଇପାରନ୍ତି। କେତେକ କ୍ଷେତ୍ରରେ ଜନ ଅସନ୍ତୋଷର ସମ୍ମୁଖୀନ ହୋଇପାରନ୍ତି।

ମୀନ : ବିବିଧ ଉପାୟରେ ଧନ ଆହରଣ କରିପାରନ୍ତି। ଶାରୀରିକ, ମାନସିକ ସ୍ତରରେ ଦୁର୍ବଳ ଅନୁଭବ କରିବେ। ପରୋପକାର ଓ ସମାଜସେବାରେ ନିଜକୁ ସାମିଲ କରିପାରନ୍ତି। ଧର୍ମକାର୍ଯ୍ୟରେ ନିଜକୁ ସାମିଲ କରିବେ।

Comments are closed.