ସୋମବାର ରାଶିଫଳ (୨୬/୦୯/୨୦୨୨) ଧର୍ମ ଅଧ୍ୟାତ୍ମନିଉଜ ଆଲର୍ଟରାଶିଫଳ By samajalive Last updated Sep 26, 2022 Share ମେଷ : ଶତ୍ରୁ ପ୍ରାଣାହାନିରୁ ବର୍ତ୍ତିବା ପାଇଁ ଆତ୍ମସମର୍ପଣ ପୂର୍ବକ ପରାଜୟ ବରଣ କରିବାକୁ ବାଧ୍ୟ ହେବ। ଋଣଦାତା ସମ୍ମାନବୋଧ ଆଧାରରେ ବିନା ସୁଧରେ ପ୍ରଦତ୍ତ ଋଣ ଅର୍ଥ ଗ୍ରହଣ କରିପାରନ୍ତି। ବୃଷ : ଶ୍ରଦ୍ଧା ଓ ବିଶ୍ବାସ ରଜୁରେ ଅନୁବନ୍ଧିତ ହୋଇଯାଇଛି। ପ୍ରଭୂତ ବିତ୍ତର ଅଧିକାରୀ ହେବେ। କୋମଳ ହୃଦୟଯୁକ୍ତ ଓ ଜ୍ଞାନର ଭଣ୍ଡାର ହେବେ। ଧାର୍ମିକ, ତେଜସ୍ବୀ ଓ ଉତ୍ତମ ବ୍ୟକ୍ତିତ୍ବ ସମ୍ପନ୍ନ ହେବେ। ମିଥୁନ : କୃଷକ କଲ୍ୟାଣ ପାଇଁ ଅନୁଦାନ ପ୍ରଦାନ କରି ଉଦାର ସ୍ବଭାବର ପରିପ୍ରକାଶ ଘଟାଇପାରନ୍ତି। ଶୋଭନ ବ୍ୟକ୍ତିତ୍ବ ଅଧିକ ବିକଶିତ ହେବ। ଯାନବାହନ ସୁଖ ମିଳିବ। ସୁସ୍ଥ ରହିବେ। କର୍କଟ : ଦାନଶୀଳ ଭାବେ ଭୋକିଲାମାନଙ୍କ ଜଠରାଗ୍ନିକୁ ନିର୍ବାପିତ କରିପାରନ୍ତି। ସର୍ବଦର୍ଶୀ ହେବେ। ସୁଖ, ଶାନ୍ତି, ସମୃଦ୍ଧିର ବାସ୍ତବ ଆଧାର ହୋଇପାରନ୍ତି। ଚରିତ୍ରବାନ ବ୍ୟକ୍ତିବିଶେଷଙ୍କ ପ୍ରତୀକ ହେବେ। ସିଂହ : ସ୍ବକର୍ମର ଆଧାରରେ ନିଜର ଭାଗ୍ୟନିୟନ୍ତା ନିଜେ ହେବେ। ଜୀବନ ଶୋଧନର ରାଜମାର୍ଗ, ତ୍ୟାଗପୂତ ମନୋବୃତ୍ତିର ହୋଇପାରନ୍ତି। ବିଭିନ୍ନ ସ୍ତରର ଧନାଗମକୁ ଶିଶୁକଲ୍ୟାଣ ପାଇଁ ଗଚ୍ଛିତ କରିପାରନ୍ତି। କନ୍ୟା : ଧର୍ମୀୟ ବିଚାରରେ ଉଦାର ସ୍ବଭାବର ହେବେ। ଐଶ୍ବର୍ଯ୍ୟପ୍ରାପ୍ତିର ସୂଚନା ମିଳୁଛି। ସୁସ୍ବାଦୁ ଭୋଜନରେ ଆତ୍ମୀୟସ୍ବଜନଙ୍କ ସହିତ ନିଜେ ଆପ୍ୟାୟିତ ହେବେ। ପରୋପକାର ପାଇଁ ଉତ୍ସର୍ଗୀକୃତ ହୋଇପାରନ୍ତି। Related Posts ବିମାନ ଦୁର୍ଘଟଣାର ତଦନ୍ତ ଜାରି, ମିଳିଲା ବ୍ଲାକ… Jun 13, 2025 ସମସ୍ତ ବୋଇଙ୍ଗ ବିମାନର ଅତିରିକ୍ତ ସୁରକ୍ଷା… Jun 13, 2025 ତୁଳା : ଏକାନ୍ତରେ ମୌନାବତାର ପୂର୍ବକ ତପ-ସାଧନାରେ ନିମଗ୍ନ ହୋଇପାରନ୍ତି । ସ୍ନେହସିକ୍ତ ଭାଷା ଓ ପ୍ରେମପୂର୍ଣ୍ଣ ବ୍ୟବହାର ପାଇଁ ଆଦରଣୀୟ ହେବେ। ପରୋପକାରରେ ଧନବ୍ୟୟ କରିବେ। ବିଛା : କାୟ ମନୋବାକ୍ୟରେ ଧର୍ମ ଆଚରଣ କରିପାରନ୍ତି। କର୍ମଚଞ୍ଚଳ ରହିବେ। ଆର୍ଥିକ ଚାପର ସମ୍ମୁଖୀନ ହୋଇ ବି ସ୍ବାଭିମାନର ସହ ଚଳିବେ। ନିଷ୍ଠାର ପୁରସ୍କାର ସ୍ବରୂପ ସରକାରୀ ସମ୍ମାନ ଓ କୃପା ମିଳିବ। ଧନୁ : ସହିଦଙ୍କ ଭଳି ସମର୍ପଣ ମନୋଭାବର ପ୍ରତୀକ ହୋଇପାରନ୍ତି। ଜ୍ଞାନଦୀପର ସଳିତା ହୋଇ ନିଜେ ଜଳି ନିଃଶେଷ ହେବା ସହିତ ଅନ୍ୟକୁ ଆଲୋକଦାନ କରିପାରନ୍ତି। ବ୍ୟବସାୟରୁ ଲାଭବାନ ହେବେ। ମକର : ବ୍ରହ୍ମଜ୍ଞାନ ପ୍ରାପ୍ତି ପାଇଁ କାମନା ବାସନା ପରିତ୍ୟାଗ କରି ଯୋଗ ମାର୍ଗ ଅବଲମ୍ବନ କରିବାକୁ ପଡ଼ିବ। ଭାଗ୍ୟାକାଶରେ ଥିବା ପୂର୍ଣ୍ଣିମା ଜହ୍ନକୁ ହାତ ବଢ଼ାଇ ଆଶାବାଦୀ ହେବେ। ଦିନଟି ସୁଖ-ସମୃଦ୍ଧିପୂର୍ଣ୍ଣ ହେବ। କୁମ୍ଭ : ସୁନ୍ଦର ଅଳଙ୍କାର ରୂପ ନେବା ପାଇଁ ଯେପରି ସୁନାକୁ ଅସହ୍ୟ ଉତ୍ତାପ ସହ୍ୟ କରିବାକୁ ପଡ଼େ; ସେହିପରି ସେବା ଅନୁଷ୍ଠାନକୁ ପ୍ରତିଷ୍ଠିତ କରିବା ପାଇଁ କଷ୍ଟ ସହିବାକୁ ପଡ଼ିବ। ସାହସୀ ଓ ଧୈର୍ଯ୍ୟବାନ ହେବେ। ମୀନ : ପବିତ୍ର ଭାବନା ନେଇ ସମାଜସେବାରେ ନିଜକୁ ନିୟୋଜିତ କରିପାରନ୍ତି। ପତ୍ନୀଙ୍କ ପରାମର୍ଶ ଉପାଦେୟ ହେବ। ବ୍ୟବସାୟରୁ ସ୍ବଳ୍ପ ଲାଭ ପାଇ ସନ୍ତୁଷ୍ଟ ହେଲେ କୃପାନିଧାନଙ୍କ କୃପାପାତ୍ର ହୋଇପାରନ୍ତି। Share FacebookTwitterWhatsApp
Comments are closed.