ଗୁରୁବାର ରାଶିଫଳ (୨୨/୦୯/୨୦୨୨)

ମେଷ : କାର୍ଯ୍ୟରେ ସଫଳତା ମିଳିବ। ସର୍ବସୁଖ ଲାଭ କରିପାରନ୍ତି। ଗୃହ ପରିବେଶ ସ୍ବାସ୍ଥ୍ୟ ଉପଯୋଗୀ ହେବ। ଯାନବାହନ ସୁଖ ମିଳିବ। ଭାଇମାନଙ୍କ ମଧ୍ୟରେ ଶ୍ରେଷ୍ଠ ହେବ।

ବୃଷ : କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ। ସାଧନାରେ ସିଦ୍ଧି ପ୍ରାପ୍ତ ହେବେ। କର୍ମ କ୍ଷେତ୍ରରେ ପ୍ରତିଷ୍ଠା ଲାଭ କରିବେ। ସକଳ ଗୁଣର ଆଧାର ହେବେ। କାବ୍ୟ ଶାସ୍ତ୍ରାନୁରକ୍ତ ହେବେ।

ମିଥୁନ : କାର୍ଯ୍ୟ ହାସଲ କରିବାର ସକ୍ଷମ ହେବେ ; ମାତ୍ର ଟିକେ ବିଳମ୍ବ ହୋଇପାରେ। ତ୍ୟାଗଶୀଳ ହୋଇପାରନ୍ତି। ମତିମାନ୍‌ ହେବେ। ବିବିଧ ଧନଯୁକ୍ତ ହେବାର ସୂଚନା ମିଳୁଛି। କୀର୍ତ୍ତିମାନ ଓ ଅତି ସୁଖୀ ହେବେ।

କର୍କଟ : ସୁଖ-ସମ୍ମାନ ଲାଭ କରିପାରନ୍ତି। ଧନବାନ ହେବେ। ଅପାର ଗୁଣର ଅଧିକାରୀ ହୋଇପାରନ୍ତି। ଉପାର୍ଜନକାରୀ ହେବେ। ଚେଷ୍ଟା ଫଳବତୀ ହେବ। କାର୍ଯ୍ୟରେ ସଫଳତା ମିଳିବ। ଚିନ୍ତାଧାରା ମହତ ହେବ।

ସିଂହ : ପ୍ରତାରିତ ହୋଇପାରନ୍ତି। ଆର୍ଥିକ ସ୍ଥିତି ଦୁର୍ବଳ ରହିବ। ଅଯଥା ଖର୍ଚ୍ଚାନ୍ତ ହେବାର ସୂଚନା ମିଳୁଛି। ମିତ୍ରମାନେ କରଛଡ଼ା ଦେଇପାରନ୍ତି। କର୍ମଚଞ୍ଚଳ ରହିବେ। ଶତ୍ରୁଙ୍କ ସହ ମୁକାବିଲା କରିବେ।

କନ୍ୟା : ଅର୍ଥ ଦ୍ରବ୍ୟାଦି ଲାଭ ହେବ। ହସଖୁସିରେ ଦିନଟି ଅତିବାହିତ ହୋଇପାରେ। ନାନାବିଧ ସମ୍ମାନର ଅଧିକାରୀ ହେବେ। ଯାନବାହନ ସୁଖ ମିଳିବ। କୀର୍ତ୍ତିମାନ ହେବେ। ପ୍ରସନ୍ନତା ଲାଭ କରିବେ।

ତୁଳା : ବ୍ୟବହାର ଶାଳୀନତା ଯୋଗୁଁ ମହନୀୟ ପଦପଦବୀ ଲାଭ କରିବେ। କର୍ମକ୍ଷେତ୍ର ଉତ୍ସାହଜନକ ହେବ। ସରକାରୀ ସ୍ତରରୁ ଅର୍ଥପ୍ରାପ୍ତିର ସୂଚନା ମିଳୁଛି। ଗୃହ ପରିବେଶ ଉତ୍ତମ ମାନର ହେବ।

ବିଛା : ଦାନ-ଧର୍ମରେ ଦୀକ୍ଷିତ ହୋଇପାରନ୍ତି। ବିଭିନ୍ନ ଦିଗରୁ ଅର୍ଥାଗମ ହେବ। କାର୍ଯ୍ୟରେ ସଫଳତା ଲାଭ କରିବେ। ଅଧିକ କ୍ଷମତା ହାସଲ କରି ତା’ର ସଦ୍‌ବ୍ୟବହାର କରିବେ। ବିବାଦରେ ବିଜୟୀ ହେବେ।

ଧନୁ : ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ବନ୍ଧୁ ବିରୋଧର ସମ୍ମୁଖୀନ ହେବେ। ଶୁଭକାର୍ଯ୍ୟକୁ ସ୍ଥଗିତ ରଖିବାକୁ ବାଧ୍ୟ ହେବେ। ଅର୍ଥ ବ୍ୟବସ୍ଥା ଟାଣଟୁଣ ରହିବ। ସାରାଦିନ ସତର୍କରେ ଚଳିବାକୁ ପଡ଼ିବ।

ମକର : ହର୍ଷ-ଉଲ୍ଲାସରେ ଦିନଟି ଅତିବାହିତ ହେବ। ପରିବାରର ଶ୍ରଦ୍ଧାଭାଜନ ହେବେ। ଦିନ ଭିତରେ ଯାହା ଘଟଣା ଘଟିବ; ତାହା ସୁଖବୋଧ ହେବ। ବନ୍ଧୁ ସହାୟତା ମିଳିବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।

କୁମ୍ଭ : ଲକ୍ଷ୍ମୀ ବରଦାୟିକା ଅଛନ୍ତି। ଶତ୍ରୁତାର ଅବସାନ ଘଟାଇ ମାନସିକ ଶାନ୍ତି ଫେରିପାଇବେ। ସାରାଦିନ କାର୍ଯ୍ୟବ୍ୟସ୍ତ ରହିବେ। ଶୁଭ କାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି। ଋଣ ପରିଶୋଧ କରି ଆଶ୍ବସ୍ତ ହେବେ।

ମୀନ : ବିଭିନ୍ନ ଦିଗରୁ ବହୁ ଅର୍ଥପ୍ରାପ୍ତିର ସୂଚନା ମିଳୁଛି। ଶାସ୍ତ୍ରାଦି ପଠନ ଓ ପ୍ରବଚନ ପ୍ରଦାନ କରି ଜନ-ମନ ତୋଷ କରିପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।ଉଚ୍ଚ ସମ୍ମାନର ଅଧିକାରୀ ହେବେ।

Comments are closed.