ସୋମବାର ରାଶିଫଳ (୦୧.୦୫.୨୦୨୩)

ମେଷ : ପରମ କଲ୍ୟାଣୀୟ ମାର୍ଗରେ ମାର୍ଗୀ ହୋଇପାରନ୍ତି। ପତ୍ନୀଙ୍କ କୋମଳ ସ୍ପର୍ଶ ଓ ସନ୍ତାନଙ୍କ ଅଳିଅଝଟ ସୁଖଦାୟକ ହୋଇପାରେ। ଅର୍ଥାଗମର ମାର୍ଗ ଅତ୍ୟନ୍ତ ସରଳ ଥିବାରୁ ସରକାରୀ କଳକୁ ଧନ୍ୟବାଦ ଦେବେ।

ବୃଷ : ଆପଣଙ୍କ ବଡ଼ପଣିଆ ନିକଟରେ ବୟସ୍କ ଓ ଉଚ୍ଚଶିକ୍ଷିତ ବ୍ୟକ୍ତିମାନେ ନ୍ୟୂନତାର ଉପଲବ୍ଧି କରିପାରନ୍ତି। କୃଷି କର୍ମର କଳା ଓ କୌଶଳ କୃଷକଙ୍କୁ ଦାନ କରିପାରନ୍ତି। ଉଦାରତା ଯୋଗଁୁ ସମସ୍ତଙ୍କ ପ୍ରିୟ ହେବେ।

ମିଥୁନ : ଭ୍ରାତୃ ସହାୟତା ବିନା ବିବାଦରେ ଜଡ଼ିତ ହେବା ବୁଦ୍ଧିମାନର କାର୍ଯ୍ୟ ନୁହେଁ। ଉଦ୍ୟମ ନ କରି ମଧ୍ୟ ଅର୍ଥାଗମ ହେବ। ଆଧ୍ୟାତ୍ମିକ ପଥର ପଥିକ ହୋଇପାରନ୍ତି। ଠାକୁରଙ୍କ ଦର୍ଶନ ଲାଭ କରିବେ।

କର୍କଟ : ବ୍ରହ୍ମବାଦୀ ହୋଇ ଜୀବନକୁ ସମୃଦ୍ଧ ଓ ଶୃଙ୍ଖଳିତ କରିପାରନ୍ତି। ବିଭିନ୍ନ ସୂତ୍ରରୁ ଧନାଗମର ସୂଚନା ମିଳୁଛି। ସଶକ୍ତ ଆତ୍ମବଳରେ ବଳୀୟାନ୍‌ ହୋଇପାରନ୍ତି। ତ୍ୟାଗପୂତ ମନୋବୃତ୍ତିର ହେବେ।

ସିଂହ : କାୟ ମନୋବାକ୍ୟରେ ଧର୍ମ ଆଚରଣ କରିପାରନ୍ତି। ଶ୍ରମ ଓ ନିଷ୍ଠାର ମହତ୍ତ୍ବ ନିଶ୍ଚିତ ଉପଲବ୍ଧି କରିବେ। ଆୟ-ବ୍ୟୟ ସମାନ୍ତରାଳ ଗତି କରିବ। ସ୍ବାସ୍ଥ୍ୟ ଚାହୁଁଥିଲେ ଆହାର ସୁଧାର ହେବ। ପରୋପକାରୀ ହେବେ।

କନ୍ୟା : ଏକାନ୍ତ ସାଧନା ଫଳବତୀ ହେବ। ପୁଣ୍ୟାର୍ଜନର ଦ୍ବାରକୁ ଉନ୍ମୁକ୍ତ କରିପାରନ୍ତି। ଦାରିଦ୍ର୍ୟ ଅଭିଶାପ ନୁହେଁ; ଆଳସ୍ୟ ପରାୟଣତା ଓ ରୁଗ୍‌ଣ ମାନସିକତା ତା’ର ଅନ୍ୟ ରୂପ। ଦାନ-ଧର୍ମ ଜାରି ରଖିବେ।

ତୁଳା :​‌ ପ୍ରେମର ବନ୍ଧନରେ ବାନ୍ଧି ହେବେ। ସାମାଜିକ ଦାୟିତ୍ବବୋଧ ବଜାୟ ରଖିବେ। ପ୍ରଗତିଶୀଳ ପଦକ୍ଷେପକୁ ଲୋକଲୋଚନକୁ ଆଣିପାରନ୍ତି। ସରକାରୀ ସ୍ତରରୁ ସମ୍ମାନ ଓ ଅର୍ଥ ପ୍ରାପ୍ତ ହେବେ। ଯଶସ୍ବୀ ହେବେ।

ବିଛା : ମନ ପ୍ରସନ୍ନ ରହିବ। ପାରିବାରିକ ସ୍ନେହ ଶ୍ରଦ୍ଧା ଅତୁଟ ରହିବ। ଜ୍ଞାନର ପ୍ରଦୀପ ଜଳାଇ ନିଜ ବ୍ୟାବସାୟିକ ସଂସ୍ଥାକୁ ଉଳମୟ କରିପାରନ୍ତି। ମନ ପ୍ରସନ୍ନ ରହିବ। ଅଧସ୍ତନମାନଙ୍କୁ ସ୍ନେହ ଡୋରିରେ ବାନ୍ଧି ରଖିବେ।

ଧନୁ : ସତ୍‌ସାହସୀ ହେବେ। ଗୁଣର ପ୍ରସାର ଘଟାଇ ଅନ୍ୟମାନଙ୍କୁ ଅନୁପ୍ରାଣିତ କରିପାରନ୍ତି। ନିଜର ଭାଗ୍ୟ ନିୟନ୍ତା ନିଜେ ହେବେ। ଦାମ୍ପତ୍ୟ ଜୀବନ ସୁଖ-ସମୃଦ୍ଧିପୂର୍ଣ୍ଣ ହେବ। ଅନ୍ତର୍ନିହିତ ଗୁଣାବଳୀର ବିକାଶ ଘଟାଇ ପାରନ୍ତି।

ମକର : ପାପ, ତାପ, ପରିହାରକ ହୋଇପାରନ୍ତି । ଧୈର୍ଯ୍ୟ ଓ ସାହସ ସଞ୍ଚୟ କରି ଆକସ୍ମିକ ବିପଦର ସମ୍ମୁଖୀନ ହୋଇପାରନ୍ତି। ଈଶ୍ବର ଭକ୍ତିରେ ଶକ୍ତିସମ୍ପନ୍ନ ହେବେ। ଯାନବାହନ ଚଳାଚଳରେ ସତର୍କ ରହିବାକୁ ପଡ଼ିବ।

କୁମ୍ଭ : ସନ୍ମାର୍ଗୀ ହୋଇଥିବାରୁ ଅମୃତର ସନ୍ଧାନ ପାଇବେ। ମହନୀୟ କର୍ମ ସମୂହକୁ ପାଥେୟ କରି ଶ୍ରେଷ୍ଠାସନର ଦାବିଦାର ହୋଇପାରନ୍ତି। ଆଜି ଦିନଟି ଅତ୍ୟନ୍ତ ଶୁଭପ୍ରଦ। ସତ୍‌ ପରାୟଣ ହେବେ। ସେବା କରିପାରନ୍ତି।

ମୀନ : ଭିନ୍ନ ଭିନ୍ନ ସ୍ତରରୁ ସହାୟତା ପାଇ ଶତ୍ରୁତାର ଅବସାନ ଘଟାଇ ପାରନ୍ତି। ଭାଷା ଅମୃତ ଆଶ୍ବାଦନ ତୁଲ୍ୟ ହୋଇପାରେ। ଆଧ୍ୟାତ୍ମବାଦୀ ହୋଇପାରନ୍ତି। ଆତ୍ମଶକ୍ତିକୁ ଜାଗ୍ରତକରି ଆଚିନ୍ତ୍ୟଶକ୍ତସମ୍ପନ୍ନ ହେବେ।

Comments are closed.