www.samajalive.in
Monday, December 8, 2025
14.1 C
Bhubaneswar

ମହୁର ଚମତ୍କାରୀ ପ୍ରୟୋଗ ଓ ତାହାର ସୁଫଳ

ମହୁ ପ୍ରାକୃତିକ ରୂପେ ମିଳୁଥିବା ଏକ ପଦାର୍ଥ। ଏହା କେବଳ ମହୁମାଛିଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥାଏ। ପୂରାତନ ଯୁଗରୁ ଔଷଧ ଓ ଧାର୍ମିକ କାର୍ଯ୍ୟରେ ମହୁର ପ୍ରୟୋଗ କରାଯାଉଛି। ପଞ୍ଚକର୍ମରେ ମଧ୍ୟ ମହୁର ପ୍ରୟୋଗ ବିଶେଷ ରୂପେ କରାଯାଇଥାଏ। ପୂଜାରେ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ଜିନିଷ ‘ପଞ୍ଚାମୃତ’ ମହୁ ବିନା ପ୍ରସ୍ତୁତ ହେବ ଅସମ୍ଭବ। ବିଶ୍ୱାସ ରହିଛି ଯେ, ଦେବୀ ଦୁର୍ଗା ମହିଷାସୁରକୁ ବଦ୍ଧ କରିବା ସମୟରେ ବାରମ୍ବାର ମହୁ ପାନ କରିଥିଲେ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମହୁର ସମ୍ବନ୍ଧ ବୃହସ୍ପତିଙ୍କ ସହ ରହିଛି। ଏଥିସହ ସୂର୍ଯ୍ୟ ଓ ମଙ୍ଗଳଙ୍କର କିଛି ଭାଗ ମଧ୍ୟ ରହିଥାଏ।

ମହୁର ପ୍ରୟୋଗ କରିବା ସମୟରେ ଏହି ସବୁ ସାବଧାନତା ଅବଲମ୍ବନ କରିବା ଆବଶ୍ୟକ :

- Advertisement -

– ଏକାଥରେ ଅଧିକ ମାତ୍ରାର ମହୁର ପ୍ରୟୋଗ କରିବା ଉଚିତ ନୁହେଁ।
– ମହୁର ପ୍ରୟୋଗ ଯେତେବେଳେ ବି କରିବେ ଜଳ ସହିତ କରିବା ଆବଶ୍ୟକ।
– ସୂର୍ଯ୍ୟୋଦୟ ପୂର୍ବରୁ ମହୁର ସେବନ ଅଧିକ ଲାଭଦାୟକ ହୋଇଥାଏ।
– ମହୁକୁ ଗରମ କରି ଖାଇବା ଅନୁଚିତ୍‍।
– ମାଛ, ମାଂସ, ତେଲ ଓ ଆଦି ଉତ୍ତେଜକ ଖାଦ୍ୟ ପଦାର୍ଥ ସହ ମହୁର ପ୍ରୟୋଗ କରନ୍ତୁ ନାହିଁ।

ମହୁର ଧାର୍ମିକ ଓ ଆୟୁର୍ବେଦିକ ପ୍ରୟୋଗ :

– ପୂଜାରେ ଭଗବାନଙ୍କ ନିକଟରେ ଅର୍ପଣ କରାଯାଉଥିବା ପଞ୍ଚାମୃତ ମହୁ ବିନା ହୋଇପାରେ ନାହିଁ।
– ପ୍ରଭୁ ଶିବଙ୍କୁ ମହୁରେ ଅଭିଷେକ କରିବା ଦ୍ୱାରା ମଙ୍ଗଳ ଦୋଷ କଟିଯାଇଥାଏ, ତଥା ଋଣରୁ ମୁକ୍ତି ମିଳିଥାଏ।
– ଦେବୀଙ୍କୁ ମହୁ ଅର୍ପଣ କରିବା ଦ୍ୱାରା ଶତ୍ରୁ ଓ ବିରୋଧୀ ଶାନ୍ତ ହୋଇଥାଆନ୍ତି।
– ଶରୀରରେ ମହୁ ଲଗାଇ ସ୍ନାନ କରିବା ଦ୍ୱାରା ଚର୍ମ ଜନିତ ସମସ୍ୟା ଦୂର ହୋଇଥାଏ।
– ଉଷୁମ ପାଣି ସହ ମହୁ ମିଶାଇ ପିଇବା ଦ୍ୱାରା ମୋଟାପଣ ଦୂର ହୋଇଥାଏ।
– ମହୁକୁ ତୁଳସୀ ଓ ଅଦା ସହ ଖାଇବା ଦ୍ୱାରା ଥଣ୍ଡା ଜନିତ ସମସ୍ୟା ଦୂରେଇ ଯାଇଥାଏ।
– ନିୟମିତ ଭାବେ ଉପବାସ ରଖି ମହୁ ଖାଇବା ଦ୍ୱାରା ଶରୀରରୁ ବିଷ ଦୂର ହୋଇଯାଏ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମହୁର ପ୍ରୟୋଗ :

– ଜାତକରେ ମଙ୍ଗଳ ଦୋଷ ଥିଲେ ମହୁ ଖାଆନ୍ତୁ ନାହିଁ, ବରଂ ପ୍ରତ୍ୟେକ ମଙ୍ଗଳବାର ଏହାକୁ ଶିବଲିଙ୍ଗରେ ଅର୍ପଣ କରନ୍ତୁ।
– ଯଦି ବୃହସ୍ପତି କୁପରିଣାମ ଦେଉଛନ୍ତି, ତେବେ ମହୁକୁ ସୁନା କିମ୍ବା ପିତ୍ତଳ ପାତ୍ରରେ ଖାଆନ୍ତୁ।
– ସ୍ୱାମୀ, ସ୍ତ୍ରୀଙ୍କ ମଧ୍ୟରେ ମତଭେଦ ହେଉଥିଲେ କାଚ ବୋତଲରେ ମହୁ ପୁରାଇ ଶୋଇବା ଘରେ ରଖନ୍ତୁ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories