www.samajalive.in
Monday, December 15, 2025
24.1 C
Bhubaneswar

ଲଗାଣ ବର୍ଷାରେ ଭୁଷୁଡ଼ିଲା କାନ୍ଥ: ବର୍ତ୍ତିଗଲେ ମାଆ, ପୁଅ ଓ ଝିଅ, ସହାୟତା ପାଇଁ ନିବେଦନ

ଫୁଲବାଣୀ: କନ୍ଧମାଳ ଜିଲାରେ ଗତ ଦିନରେ ହୋଇଥିବା ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ଅଞ୍ଚଳରେ ବହୁ କ୍ଷୟକ୍ଷତି ହୋଇଛି। ଏଭଳି ସ୍ଥଳେ କ.ନୂଆଗାଁ ବ୍ଳକ ଅନ୍ତର୍ଗତ ପୁରୁଣାନୂଆଗାଁ ଅଞ୍ଚଳର ଗେଲି ବେହେରା ନାମକ ଜଣେ ବିଧବା ମହିଳାଙ୍କର ମଧ୍ୟ ଘରର କାନ୍ଥ ବର୍ଷାରେ ଭୁଷୁଡ଼ି ପଡ଼ିଛି। ତେବେ ଏହି ସମୟରେ ନିଜେ ମହିଳା ଓ ତାଙ୍କର ଗୋଟିଏ ପୁଅ ଓ ଝିଅ ପଡ଼ିଶା ଘରକୁ ଯାଇଥିବା ଯୋଗୁଁ ବର୍ତ୍ତିଯାଇଛନ୍ତି ଏକ ନିଶ୍ଚିତ ଦୁର୍ଘଟଣାରୁ। ତେବେ ଘର ଭାଙ୍ଗିଯାଇଥିବା ଯୋଗୁଁ ଏହି ପରିବାର ଏବେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ କେତେବେଳେ କାହା ବାରଣ୍ଡାରେ ରୋଷେଇ କରି ଜୀବନ ବିତାଉଛନ୍ତି। ଏଭଳି ସ୍ଥଳେ ଭୁଷୁଡ଼ି ପଡ଼ିଥିବା ଘରର କାନ୍ଥ ତିଆରି ପାଇଁ ଆର୍ଥିକ ସହାୟତ ପାଇଁ ସେ ଆଜି ଲିଖିତ ଭାବେ କ.ନୂଆଗାଁ ତହସିଲଦାରଙ୍କୁ ଜଣାଇବା ସହିତ ପଂଚାୟତର ସରପଂଚ ଓ ସମିତିସଭ୍ୟଙ୍କୁ ମଧ୍ୟ ଜଣାଇଛନ୍ତି।

ଅନ୍ୟପକ୍ଷରେ କରୋନା କଟକଣା ଯୋଗୁଁ ହୋଇଥିବା ଲକ୍‍ଡ଼ାଉନ୍‍ ଓ ସଟ୍‍ ଡ଼ାଉନ୍‍ କାରଣ ଯୋଗୁଁ ଶ୍ରମିକ ଭାବେ କାମ କରୁଥିବା ଗେଲି ବେହେରା କାମଧନ୍ଦା କରିପାରି ନ ଥିବା ଯୋଗୁଁ ତାଙ୍କ ପକ୍ଷେ ଘର ତିଆରି କରିବାକୁ ଆର୍ଥିକ ସ୍ଥିତି ଭଲ ନାହିଁ ବୋଲି ମଧ୍ୟ ଦର୍ଶାଇ ମରାମତି କରିବା ପାଇଁ ନିବେଦନ କରିଛନ୍ତି।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories