www.samajalive.in
Saturday, December 6, 2025
19.1 C
Bhubaneswar

୭ ଦିନ ପାଇଁ ଦୁତିମେଣ୍ଡି ପଞ୍ଚାୟତର ୭ଟି ୱାର୍ଡ଼ ବନ୍ଦ ଘୋଷଣା

ଫୁଲବାଣୀ: କନ୍ଧମାଳ ଜିଲା ଖଜୁରିପଡ଼ା ବ୍ଳକ ଅନ୍ତର୍ଗତ ଦୁତିମେଣ୍ଡି ପଞ୍ଚାୟତର ଏକ ସାହିରୁ ୮ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ପରେ ସଂପୃକ୍ତ ସାହିକୁ ପ୍ରଶାସନ ପକ୍ଷରୁ କଣ୍ଟେନମେଣ୍ଟ ଘୋଷଣା କରାଯାଇଥିଲେ ମଧ୍ୟ ଏହାକୁ ଅନେକ ଅମାନ୍ୟ କରିବାକୁ ଆଜି ଏହାକୁ ନେଇ ସରପଞ୍ଚ ଧନଞ୍ଜୟ ମଲିକଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ୱାର୍ଡ଼ ମେମ୍ବର ତାପସ ଦଣ୍ଡିଆ, ଉତ୍କଳମଣି ଯୁବକ ସଂଘର ସଭାପତି ଦେବରାଜ ମୁଖୀ, ସଂପାଦକ ସମିର ପ୍ରସାଦ ଝାଙ୍କର, ଅସିତ୍‍ ମଲିକ, ଗୋଲକ ମଲିକ, ଲ୍ୟାମ୍ପସ୍‍ ର ପରିଚାଳନା ନିର୍ଦ୍ଦେଶକ ପ୍ରଦୀପ କୁମାର ସେଠୀ, ବିିିଭିନ୍ନ ବ୍ୟବସାୟୀ, ଗ୍ରାମବାସୀ ପ୍ରମୁଖ ଉପସ୍ଥିତିରେ ବିିଭିନ୍ନ ଦିଗ ଉପରେ ଆଲେଚନା ହେବା ସହିତ ଗ୍ରାମରେ ଏହା ଯେଭଳି ଭବେ ନ ବ୍ୟାପିବ ତାହାକୁ ଦୃଷ୍ଟିରେ ରଖି ଆସନ୍ତା ୭ ଦିନ ପାଇଁ ପଂଚାୟତର ୭ଟି ୱାର୍ଡ଼କୁ ସଂପୂର୍ଣ୍ଣଭାବେ ବନ୍ଦ ପାଇଁ ନିଷ୍ପତି ନିଆଯାଇ ବନ୍ଦ କରାଯାଇଛି। ଏହି ଦିନ ମଧ୍ୟରେ କୌଣସି ଦୋକାନ ବଜାର ଖୋଲିବ ନାହିଁ କିମ୍ବା ସଭା ସମିତି ଓ କୌଣସି ପ୍ରକାର ଭୋଜିଭାତ ମଧ୍ୟ ନକରିବା ପାଇଁ ନିଷ୍ପତି ନିଆଯାଇ ଏନେଇ ପ୍ରଶାସନକୁ ମଧ୍ୟ ଅବଗତ କରାଯାଇଥିବା ସରପଂଚ ପ୍ରକାଶ କରିଛନ୍ତିା

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories