www.samajalive.in
Monday, December 15, 2025
14.1 C
Bhubaneswar

ହୋଲି ୨୦୨୦ ; ରାଶି ଅନୁଯାୟୀ ଚୟନ କରନ୍ତୁ ରଙ୍ଗ , ମିଳିବ ଶୁଭଫଳ

ଚଳିତ ବର୍ଷ ମାର୍ଚ୍ଚ ୧୦ ହେଉଛି ରଙ୍ଗ ଓ ଆନନ୍ଦ ଉଲ୍ଲାସର ପର୍ବ ହୋଲି। ହୋଲି ହେଉଛି ଏକ ଧାର୍ମିକ ଓ ସାଂସ୍କୃତିକ ପର୍ବ। ପରସ୍ପର ଭିତରେ ଭୁଲ ବୁଝାମଣା ଦୂର କରିବାକୁ ଓ ଭାଇଚାରାର ଏହା ସନ୍ଦେଶ ଦେଇଥାଏ। ଜ୍ୟୋତିଷଶାସ୍ତ୍ର ଅନୁଯାୟୀ, ଆପଣ ନିଜ ରାଶି ଅନୁଯାୟୀ ରଙ୍ଗ ଖେଳିବା ଦ୍ୱାରା ଜୀବନରେ ନୂତନ ଓ ସକରାତ୍ମକ ଶକ୍ତିର ଆଗମନ ହୋଇଥାଏ। ରାଶି ଅନୁଯାୟୀ ରଙ୍ଗ ଚୟନ ମଧ୍ୟ ଆପଣଙ୍କୁ ଖୁବ ଫଳ ପ୍ରଦାନ କରିଥାଏ।
ମେଷ ରାଶି – ଏହି ରାଶିର ବ୍ୟକ୍ତି ଓ ମହିଳା ଲାଲ ଓ ହଳଦିଆ ରଙ୍ଗ ଖେଳି ହୋଲି ପର୍ବକୁ ପାଳନ କରନ୍ତୁ। ଏହି ରଙ୍ଗରେ ହୋଲି ଖେଳିବା ଦ୍ୱାରା ଆପଣଙ୍କ ଜୀବନରେ ପ୍ରେମ ଓ ସକରାତ୍ମକ ଶକ୍ତିର ସଞ୍ଚାର ହୋଇଥାଏ।
ବୃଷ ରାଶି – ଏହି ରାଶିର ବ୍ୟକ୍ତି ଓ ମହିଳାଙ୍କୁ ଧଳା ରଙ୍ଗର ବସ୍ତ୍ର ପିନ୍ଧି ନାରଙ୍ଗୀ ଓ ବାଇଗଣୀ ରଙ୍ଗରେ ହୋଲି ଖେଳିବା ଉଚିତ। ଏପରି କରିବା ଦ୍ୱାରା ସୌଭାଗ୍ୟ ପ୍ରାପ୍ତି ହୋଇଥାଏ।
ମିଥୁନ ରାଶି – ଏହି ରାଶିର ବ୍ୟକ୍ତି ଓ ମହିଳାଙ୍କୁ ସବୁଜ ରଙ୍ଗରେ ହୋଲି ଖେଳିବା ଉଚିତ। ଏପରି କରିବା ଦ୍ୱାରା ସମ୍ପର୍କରେ ମଧୁରତା ଆସିବା ସହ ମାନସମ୍ମାନ ବୃଦ୍ଧି ହୋଇଥାଏ।
କର୍କଟ ରାଶି – ଏହି ରାଶିର ବ୍ୟକ୍ତି ଓ ମହିଳାଙ୍କୁ ଧଳା ପୋଷାକ ପିନ୍ଧି ହୋଲି ଖେଳିବା ଉଚିତ। ଏପରି କରିବା ଦ୍ୱାରା ଧନ,ଯଶ ଓ ଶାନ୍ତି ପ୍ରାପ୍ତି ହୋଇଥାଏ।
ସିଂହ ରାଶି – ଏହି ରାଶିର ବ୍ୟକ୍ତି ଓ ମହିଳାଙ୍କୁ ସୁନେଲି, ହଳଦିଆ, ଲାଲ, ନାରଙ୍ଗୀ ରଙ୍ଗରେ ହୋଲି ଖେଳିବା ଉଚିତ। ଏପରି କରିବା ଦ୍ୱାରା ଖୁବ ଶୁଭଫଳ ପ୍ରାପ୍ତି ହେବା ସହ ଅନ୍ୟମାନଙ୍କ ସହ ଉତ୍ତମ ସମ୍ପର୍କ ସ୍ଥାପନ ହୋଇଥାଏ।
କନ୍ୟା ରାଶି – ଏହି ରାଶିର ବ୍ୟକ୍ତି ଓ ମହିଳାଙ୍କୁ ସବୁଜ, ନାରଙ୍ଗୀ ରଙ୍ଗରେ ହୋଲି ଖେଳିବା ଉଚିତ। ଏହି ରଙ୍ଗରେ ହୋଲି ଖେଳିବା ଦ୍ୱାରା ଆର୍ଥିକ ସଙ୍କଟ ଦୂର ହୋଇଥାଏ।
ତୁଳା ରାଶି – ଏହି ରାଶିର ବ୍ୟକ୍ତି ଓ ମହିଳାଙ୍କୁ ଧଳା ଓ ହାଲକା ଗୋଲାପି ରଙ୍ଗର ପୋଷାକ ପିନ୍ଧି ହୋଲି ଖେଳିବା ଉଚିତ।
ବିଛା ରାଶି – ଏହି ରାଶିର ବ୍ୟକ୍ତି ଓ ମହିଳାଙ୍କୁ ଲାଲ , ମେରୁନ, ହଳଦିଆ ରଙ୍ଗରେ ହୋଲି ଖେଳିବା ଉଚିତ। ଏପରି କରିବା ଦ୍ୱାରା ଆର୍ଥିକ ସଙ୍କଟ ଦୂର ହୋଇଥାଏ।
ଧନୁ ରାଶି – ଏହି ରାଶିର ବ୍ୟକ୍ତି ଓ ମହିଳାଙ୍କୁ ଲାଲ , ହଳଦିଆ ରଙ୍ଗର ବ୍ୟବହାର କରିବା ଉଚିତ। ଏପରି କରିବା ଦ୍ୱାରା ଆପଣଙ୍କ ସମ୍ପର୍କୀୟଙ୍କ ସହ ସୁସମ୍ପର୍କ ରହିବା ସହ ଜୀବନର ବିଭିନ୍ନ ସମସ୍ୟା ମଧ୍ୟ ଦୂର ହୋଇଥାଏ।
ମକର ରାଶି – ଏହି ରାଶିର ବ୍ୟକ୍ତି ଓ ମହିଳାଙ୍କୁ ନୀଳ, କଳା ରଙ୍ଗର ବ୍ୟବହାର କରିବା ଉଚିତ। ଏପରି କରିବା ଦ୍ୱାରା ଖୁବ ଶୀଘ୍ର ଆପଣ ନିଜର ଲକ୍ଷ୍ୟସ୍ଥଳରେ ପହଞ୍ଚି ପାରିବେ।
କୁମ୍ଭ ରାଶି – ଏହି ରାଶିର ବ୍ୟକ୍ତି ଓ ମହିଳାଙ୍କୁ କଳା, ବାଇଗଣୀ, ଲାଲ ରଙ୍ଗରେ ହୋଲି ଖେଳିବା ଉଚିତ। ଏପରି କରିବା ଦ୍ୱାରା କଠିନ ସମସ୍ୟାରୁ ମଧ୍ୟ ଆପଣ ସହଜରେ ମୁକ୍ତି ପାଇପାରିବେ।
ମୀନ ରାଶି – ଏହି ରାଶିର ବ୍ୟକ୍ତି ଓ ମହିଳାଙ୍କୁ ହଳଦିଆ ରଙ୍ଗରେ ହୋଲି ଖେଳିବା ଉଚିତ। ଏହି ରାଶିର ବ୍ୟକ୍ତି ଶିବଲିଙ୍ଗରେ ହଳଦିଆ ରଙ୍ଗ ଅର୍ପଣ କରିବା ପରେ ହୋଲି ଖେଳିବା ଶୁଭ ଦାୟକ। ଏପରି କରିବା ଦ୍ୱାରା ଧନ ଓଐଶ୍ୱର୍ଯ୍ୟ ପ୍ରାପ୍ତି ହୋଇଥାଏ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories