www.samajalive.in
Saturday, December 6, 2025
17.1 C
Bhubaneswar

କରୋନା ଅପଡେଟ: ଆଜି ସୁଦ୍ଧା ୯୦ ହଜାର ଆକ୍ରାନ୍ତ – ସ୍ପଷ୍ଟ କଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

ସମାଜ ପୋର୍ଟାଲ ଡେସ୍କ: ବିଶ୍ୱର ୬୭ଟି ଦେଶରେ ୯୦ ହଜାରରୁ ଅଧିକ ଲୋକ କରୋନା ଭୁତାଣୁ ସଂକ୍ରମଣ ହୋଇଥିବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ-ହୁ ସ୍ପଷ୍ଟ କରିଛି। ସେହିପରି ସାରା ବିଶ୍ୱରେ ଏହି ସଂକ୍ରମଣରେ ଏ ଯାବତ ୩ ହଜାର ୫୬ ଜଣଙ୍କ ମୃତ୍ୟୁ ହୋଇଥିବା ହୁ ରିପୋର୍ଟ ପ୍ରକାଶ କରିଛି। ଇତି ମଧ୍ୟରେ ଚୀନରେ ଗତ ୨୪ ଘଂଟାରେ ୩୧ ଜଣଙ୍କ ମୃତ୍ୟୁ ହେବା ଫଳରେ ଏହି ସଂକ୍ରମଣ ଜନିତ ମୃତ୍ୟୁ ସଂଖ୍ୟା ୨ ହଜାର ୯୪୩କୁ ବୃଦ୍ଧି ପାଇଛି। ଚୀନର ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି, ସେଠାରେ କରୋନା ଭୁତାଣୁ ସଂକ୍ରମଣ ହେବା ପରଠାରୁ ଗତକାଲି ସର୍ବନିମ୍ନ ୧୨୫ ଜଣ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି।

ଚୀନ୍‌ ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି ଯେ କରୋନା ଭୁତାଣୁ ମହାମାରୀ ବିଷୟରେ ଦେଶ ରିପୋର୍ଟ କରିବା ଆରମ୍ଭ କରିବା ପରଠାରୁ ଗତକାଲି ଏହି ସଂଖ୍ୟା ସର୍ବନିମ୍ନ ଥିଲା। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମହାସଚିବ ଟେଡ୍ରୋସ୍ ଆଡାନୋମ୍ ଟ୍ୱିଟ୍ କରି କହିଛନ୍ତି, ଏହି ସଂକ୍ରମଣକୁ ବୁଝିବା ହେଉଛି ପ୍ରଥମ ପଦକ୍ଷେପ ଯାହା ଦ୍ୱାରା ଏହାକୁ ଅଟକାଯାଇ ପାରିବ। ସେ କହିଛନ୍ତି ଯେ ଅତୀତରେ ଏହା କେବେ ଦେଖାଯାଇ ନଥିଲା ଏବଂ ଜାଣିବା ସମ୍ଭବ ନ ଥିଲା ଯେ ଏହା ଶ୍ୱାସକ୍ରିୟା ଜନିତ ରୋଗ। ସେ କହିଛନ୍ତି ଯେ ସଂକ୍ରମିତ ବ୍ୟକ୍ତି କଥା ହେବା, କାଶ କିମ୍ବା ଛିଙ୍କିବା ସମୟରେ ଏହି ଭୁତାଣୁ ଜଣଙ୍କଠାରୁ ଅନ୍ୟ ଜଣକୁ ବ୍ୟାପିଥାଏ। ଦେଶମାନଙ୍କୁ ପରାମର୍ଶ ଦେଇ ସେ କହିଛନ୍ତି ଯେ ଯେଉଁ ଦେଶରେ ଏହି ସଂକ୍ରମଣ ପ୍ରଥମେ ଦେଖାଦେଉଛି ସେହି ଦେଶ ଏହାର ସଠିକ ମୁକାବିଲା କରିବା ଆବଶ୍ୟକ।

- Advertisement -

ଅନ୍ୟପକ୍ଷରେ ଇରାନରୁ ଆସୁଥିବା ବ୍ୟକ୍ତିଙ୍କୁ ୧୪ ଦିନ ପାଇଁ ଆବଦ୍ଧ ଯାଞ୍ଚ ପ୍ରକ୍ରିୟା ମଧ୍ୟରେ ରହିବାକୁ କାନାଡା କହିଛି। ଇରାନରେ ୧ ହଜାର ୫ ଶହରୁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୬ ଜଣଙ୍କର ମୃତ୍ୟୁ ଘଟିଛି। ବାହାରୁ ଆସୁଥିବା ଯାତ୍ରୀମାନଙ୍କୁ ସ୍ଵ-ଚିକିତ୍ସା ବ୍ୟବସ୍ଥା ଆପଣେଇବାକୁ କାନାଡ଼ା ସରକାର କହିଛନ୍ତି। ଚୀନର ହୁବେଇ ପ୍ରଦେଶରୁ ଆସୁଥିବା ଯାତ୍ରୀମାନଙ୍କ ପାଇଁ ମଧ୍ୟ ସମାନ ପ୍ରୋଟୋକଲ୍ ଲାଗୁ କରାଯାଇଛି।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories