ଲାଞ୍ଜିଗଡ଼: କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ସ୍ଥିତ ଛତ୍ରପୁର ପଞ୍ଚାୟତର ଟାଙ୍ଗକଣା ଗାଁ’ରେ ୧୫ ଦିନହେଲା ଝାଡ଼ାବାନ୍ତି ବ୍ୟାପିଛି। ଏଥିରେ ୩୦ରୁ ଅଧିକ ଲୋକ ଆକ୍ରାନ୍ତ ଥିବା ଜଣାପଡିଛି। ସେମାନଙ୍କ ମଧ୍ୟରୁ ସୋମବାର ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ଜଣକ ହେଉଛନ୍ତି ସୀତା ମାଝୀ। ଏହା ସହିତ ୩ ଜଣ- ରୀନା ମୀଝୀ, ପୁରୁଷୋତ୍ତମ ମାଝୀ ଓ ଟିଲତମା ମାଝୀଙ୍କ ଅବସ୍ଥା ଗୁରୁତର ରହିଛି। ଏମାନଙ୍କ ବ୍ୟତୀତ ଆହୁରି ଅନେକ ଲୋକ ଏହି ରୋଗରେ ଆକ୍ରାନ୍ତ ଅଛନ୍ତି। ଜଣଙ୍କର ମୃତ୍ୟୁ ପରେ ଖବର ପାଇ ଲାଞ୍ଜିଗଡ଼ ସ୍ୱାସ୍ଥ୍ୟକେନ୍ଦ୍ରରୁ ଡାକ୍ତର ଆସି ରୋଗୀଙ୍କୁ ଔଷଧ ଦେଇଥିଲେ। ବର୍ତ୍ତମାନ ମଧ୍ୟ ଗାଁରେ ପରିସ୍ଥିତି ଉଦ୍ବେଗଜନକ ରହିଛି।
Popular Categories



