www.samajalive.in
Saturday, December 13, 2025
14.1 C
Bhubaneswar

ଏ.ଏସ୍‌.ବି.ଏମ୍‌ ବିଶ୍ୱବିଦ୍ୟାଳୟରେ ଅଷ୍ଟମ ଆନ୍ତର୍ଜାତୀୟ ପ୍ରବନ୍ଧନ ମହାଧିବେଶନ ଅନୁଷ୍ଠିତ

ଭୁବନେଶ୍ୱର –  ଏଏସ୍‌ବିଏମ୍‌ ବିଶ୍ୱବିଦ୍ୟାଳୟ ଅନୁକୁଲ୍ୟରେ ଏ.ସି.ବି.ଏସ୍‌.ପି ଯୁକ୍ତରାଷ୍ଟ୍ର ଆମେରିକା, ଲୋଭାଚେସ୍କି ବିଶ୍ୱବିଦ୍ୟାଳୟ ରୁଷ ଓ ଭାରତୀୟ ପ୍ରବନ୍ଧନ ସଂସ୍ଥାନ, ସମ୍ବଲପୁର ର ସହଯୋଗୀତାରେ ଅଷ୍ଟମ ଆନ୍ତର୍ଜାତୀୟ ପ୍ରବନ୍ଧନ ମହାଧିବେଶନ “ସ୍ଥିତି ସ୍ଥାପକତା ଓ ଗନ୍ତବ୍ୟ ଅନୁଶୀଳନ” ଶୀର୍ଷକ ବିଷୟବସ୍ତୁକୁ ନେଇ ଅନୁଷ୍ଠାନିକ ଭାବେ ଅନୁଷ୍ଠିତ ହୋଇଯାଇଅଛି । ମହାଧିବେଶନକୁ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉଦ୍‌ଘାଟନ କରିଥିଲେ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ।
ବିଶ୍ୱ ବିଦ୍ୟାଳୟର ପ୍ରତିଷ୍ଠାତା ଓ କୁଳାଧ୍ୟକ୍ଷ ପ୍ରଫେସର (ଡଃ) ବିଶ୍ୱଜିତ ପଟ୍ଟନାୟକ ପ୍ରାରମ୍ଭରେ ବିଷୟବସ୍ତୁର ସଂକ୍ଷିପ୍ତ ସାର ଓ ଭୂମିକା ସୂଂର୍କରେ ଆଲୋକପାତ କରି ଆଲୋଚନାକୁ ପ୍ରବାହମାନ କରିଥିଲେ । ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଗନ୍ତବ୍ୟ ଅନୁଶୀଳନର ସୂକ୍ଷ୍ମ ତତ୍ତ୍ୱକୁ ବିଷ୍ଲେଷଣ କରିବାକୁ ଯାଇ ଆତ୍ମନିରୀକ୍ଷଣ ଉପାଦେୟତା ଉପରେ ଗୁରୁତ୍ୱାରୋପ କରିଥିଲେ । ଶ୍ରୀମଦ୍‌ ଭଗବତ୍‌ ଗୀତା ଓ ମହାଭାରତର କେତୋଟି ମାର୍ମିକ ଶ୍ଲୋକକୁ ଉର୍ଦ୍ଧୃତ କରି “ସ୍ଥିତି ସ୍ଥାପକତା” ବହୁମୁଖୀ ବିଚାର ବ୍ୟବସ୍ଥାର ସୂତ୍ରପାତ କରିଥାଏ ଏବଂ ବହୁ ବାଧାରୁ ମୁକ୍ତ କରିଥାଏ ବୋଲି ମତବ୍ୟକ୍ତ କରିଥିଲେ । ଏହାର ଉପାଦେୟତା ମାଧ୍ୟମରେ ଅର୍ଥନୈତିକ ବିକାଶର ଧାରାକୁ ସୁଦୃଢ଼ ଓ ସଙ୍ଗଠିତ କରାଯାଇ ପାରେ ବୋଲି ମଧ୍ୟ ତାଙ୍କର ପ୍ରଭାବଶାଳୀ ଚିନ୍ତନର ପରିବ୍ୟକ୍ତ କରିଥିଲେ ।

ଉକ୍ତ ମହାଧିବେଶନରେ ସମ୍ମାନୀତ ଅତିଥି ଭାବେ ଯୋଗଦାନ କରିଥିବା ସଂଘ ଲୋକସେବା ଆୟୋଗର ପ୍ରାକ୍ତନ ଅଧ୍ୟକ୍ଷ ଡଃ. ଡ଼ି. ପି. ଅଗ୍ରୱାଲ ଆଧୁନିକ ଓ  ପ୍ରଗତୀନ୍ମୁଖୀ ବିଶ୍ୱକୁ ସ୍ଥିତି ସ୍ଥାପକତା ନୂତନ ଆଲୋକର ସଞ୍ଚାର କରିପାରେବୋଲି ନିଜର ଗଭୀର ଆସ୍ଥା ପ୍ରକଟ କରିଥିଲେ । ମହାମାରୀ ସୃଷ୍ଟ ଅସ୍ଥିରତା ଓ ସ୍ଥାଣୁତାକୁ ଦୂର କରିବାରେ ଏବଂ ପ୍ରଗତୀର ବର୍ତ୍ତାବହ ସାଜିବାରେ ସ୍ଥିତି ସ୍ଥାପକତା କାର୍ଯ୍ୟ କରିବ ବୋଲି ଆଶାବ୍ୟକ୍ତ କରିଥିଲେ ।

- Advertisement -

ମୁଖ୍ୟବକ୍ତା ଭାବେ ଯୋଗଦାନ କରି କେ.ପି.ଏମ୍‌.ଜି, ବୋର୍ଡ ସଦସ୍ୟ-ଦୁବାଇ ଶ୍ରୀଯୁକ୍ତ ରିଚାର୍ଡ଼ ରେଖି ତାଙ୍କର ଓଜ୍ଜ୍ୱସ୍ୱିନୀ ବକ୍ତବ୍ୟ ମାଧ୍ୟମରେ ସ୍ଥାପକତା ମାନବ ଜାତିର ଭବିଷ୍ୟ ନିର୍ମାଣ ଦିଗରେ ମନ୍ତ୍ର ଓ ତତ୍ତ୍ୱ ଭାବେ କାର୍ଯ୍ୟ କରିବ ବୋଲି ତାଙ୍କର ଦୃଢୋ଼କ୍ତି ବ୍ୟକ୍ତ କରିଥିଲେ ।ତତ୍‌ପରେ ମହାଧିବେଶନରେ ବ୍ଲୁମସ୍‌ ମେରୀ ପ୍ରକାଶିତ “ବିଲଡ଼ିଙ୍ଗ ରେଜିଲେନ୍ସ୍‌ – ଦି ୱେଏ ଫରୁଆଡ଼” ଶୀର୍ଷକ ଏକ ଗବେଷଣା ଲବ୍ଧ ପୁସ୍ତକ, ବିଶ୍ୱବିଦ୍ୟାଳୟର ମୁଖପତ୍ର “ଫିନିକ୍ସ” ଓ ଅଧୀବେଶନର ଆଲେକ୍ଷ୍ୟ ଆଦି ପୁସ୍ତକ ତ୍ରୟକୁ ଅନାବରଣ କରିଥିଲେ ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । କୁଳାଧ୍ୟକ୍ଷ ପ୍ରଫେସର ବିଶ୍ୱଜିତ ପଟ୍ଟନାୟକ ମାନ୍ୟବର ରାଜ୍ୟପାଳଙ୍କୁ ଉପଢ଼ୌକନ ପ୍ରଦାନ କରି ସମ୍ମାନିତ କରିଥିଲେ । ମହାଧିବେଶନର ପ୍ରାରମ୍ଭରେ କୁଳପତି ପ୍ରଫେସର (ଡ଼ଃ) କଲ୍ୟାଣ ଶଙ୍କର ରାୟ ଅତିଥି ପରିଚୟ ପ୍ରଦାନ କରିଥିଲେ । ଶେଷରେ ଛାତ୍ରଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।

ମହାଧିବେଶନର ଦ୍ୱିତୀୟ ଦିବସର ପର୍ଯ୍ୟାୟ ସମୁହରେ ତତ୍ତ୍ୱ ବିଷ୍ଲେଷକ ଓ ପ୍ରବକ୍ତା ଭାବେ ଯୋଗଦାନ କରିଥିଲେ ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୁଳପତି ତଥା ଓଡ଼ିଶା ଉଚ୍ଚଶିକ୍ଷା ପରିଷଦର ଉପାଧ୍ୟକ୍ଷ ପ୍ରଫେସର ଅଶୋକ କୁମାର ଦାସ, ନାଲକୋର ନିର୍ଦ୍ଦେଶକ ମାନବ ସମ୍ବଳ ଶ୍ରୀଯୁକ୍ତ ରାଧେଶ୍ୟାମ ମହାପାତ୍ର, ଟି.ପି.ସି.ଓ.ଡ଼ି.ଏଲ୍‌ର ମାନବ ସମ୍ବଳ ମୁଖ୍ୟ ଶ୍ରୀଯୁକ୍ତ ଭାରତ ଛାବ୍ରା ଓ ହିତୈଶୀ କନସଲଟିଙ୍ଗର ପରିଚାଳନା ନିର୍ଦ୍ଦେଶକ ଡ଼ଃ ଶୁଭେନ୍ଦୁ ଦାସ, ଏ.ସି.ବି.ଏସ୍‌.ପି. ଆୟୁକ୍ତ ଡ଼ଃ. ରାଜେଶ ଖଜୁରୀୟା, ଓରିକ୍ଲିନ୍‌ ପରିଚାଳନା ନିର୍ଦ୍ଦେଶକ ଶ୍ରୀଯୁକ୍ତ ବି.ସି. ମହାନ୍ତି, କ୍ୟାମେଡ଼ ବି-ସ୍କୁଲ, କାମ୍ବୋଡ଼ିଆର ଉପାଧ୍ୟକ୍ଷ ଡ଼ଃ. ଶୋକ ଉତ୍ତରା ଓ ଇଷ୍ଟ ୱେଷ୍ଟ ୟୁନିଭରସିଟି, ବାଙ୍ଗଲାଦେଶର ପ୍ରଫେସର ଅବୁଲ ଅଜାମ୍‌ । ଉକ୍ତ ମହାଧିବେଶନରେ ଆନ୍ତର୍ଜାତୀୟ ଓ ଜାତୀୟ ସ୍ତରର ଶତାଧିକ ଗବେଷକ, ଶିକ୍ଷକ ଓ ଛାତ୍ର ଗବେଷକ ମାନେ ଯୋଗଦାନ କରିଥିଲେ ଏବଂ ସେମାନଙ୍କର ଗବେଷଣାତ୍ମକ ରଚନା ଉପସ୍ଥାପନ କରିଥିଲେ ।

 

Hot this week

ଛତିଶା ନିଯୋଗ ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି: ଜାନୁଆରୀ ୩ରେ ଦୁର୍ଲଭ ସୁନାବେଶ

ପୁରୀ: ଚଳିତ ମାସ ୧୬ରୁ ଜାନୁଆରୀ ୧୩ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ହେବାକୁ...

ପ୍ରତିଶ୍ରୁତି ପରେ ଶିକ୍ଷକ ଆନ୍ଦୋଳନ ସ୍ଥଗିତ

ଭୁବନେଶ୍ବର : ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ବୟ...

ଜୁନାଗଡ଼-ପାଣ୍ଡୁରଙ୍ଗାପୁରମ୍‌ ନୂତନ ରେଳପଥ ମଞ୍ଜୁରୀକୁ ୯ବର୍ଷ, ସରୁନି ଜମି ଅଧିଗ୍ରହଣ

ନବରଙ୍ଗପୁର: ପଛୁଆ ଓ ଆଦିବାସୀ ଅଧ୍ୟୁଷିତ ଓଡ଼ିଶା ସହ ଛତିଶଗଡ଼ ଏବଂ...

ଜାନୁଆରୀ ୩୦ରୁ ଅନଶନରେ ବସିବେ ଆନ୍ନା

ମୁମ୍ବଇ: ବିଶିଷ୍ଟ ଗାନ୍ଧୀବାଦୀ ନେତା ତଥା ସମାଜସେବୀ ଆନ୍ନା ହଜାରେ ଜାନୁଆରୀ...

“ବଳଦଙ୍କୁ ଖାଇଗଲା ବୋଲି, ବାଘକୁ ବିଷ ଦେଇ ମାରିଦେଲି”

ବଣାଇ : ତିନି ବଳଦ ଜଙ୍ଗଲକୁ ଚରିବାକୁ ଯାଇ ଆଉ ଫେରି...

Related Articles

Popular Categories