www.samajalive.in
Sunday, December 7, 2025
13.1 C
Bhubaneswar

ଖୁବଶୀଘ୍ର ବୈଦ୍ୟୁତିକ ଯାନ ଲଞ୍ଚ୍‌ କରିବ ଆମ୍ବାସାଡ଼ର ନିର୍ମାଣକାରୀ କମ୍ପାନୀ

ଡେସ୍କ: ନିଜ ସମୟର ପ୍ରସିଦ୍ଧ ଗାଡ଼ି ଆମ୍ବାସାଡ଼ର ନିର୍ମାତା ହିନ୍ଦୁସ୍ତାନ ମୋଟର୍ସ ଆସନ୍ତା ବର୍ଷ ବୈଦ୍ୟୁତିକ ଯାନ ଲଞ୍ଚ୍‌ କରିବାକୁ ପ୍ରସ୍ତୁତି କରୁଛି। କମ୍ପାନୀର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ୟୁରୋପୀୟ ଅଂଶୀଦାର ସହିତ ମିଳିତ ଉଦ୍ୟମରେ ଏକ ବୈଦ୍ୟୁତିକ ଦୁଇ ଚକିଆ ଯାନର ବଜାର ପ୍ରବେଶ ପାଇଁ ପ୍ରସ୍ତୁତି ଚଳାଇଛୁ। ସେ କହିଛନ୍ତି, ଆଗାମୀ ଦିନରେ କମ୍ପାନୀ ବୈଦ୍ୟୁତିକ ଯାନ ମଧ୍ୟ ତିଆରି କରିପାରେ।

ହିନ୍ଦୁସ୍ତାନ ମୋଟର୍ସ ନିର୍ଦ୍ଦେଶକ ଉତ୍ତମ ବୋଷ କହିଛନ୍ତି ଯେ, ଉଭୟ କମ୍ପାନୀର ଆର୍ଥିକ ଅଡିଟ୍ ଜୁଲାଇରୁ ଆରମ୍ଭ ହେବ, ଯାହା ଦୁଇ ମାସ ଲାଗିବ। ଏହାପରେ ମିଳିତ ଉଦ୍ୟୋଗର ବୈଷୟିକ ଦିଗ ଉପରେ ବିଚାର କରାଯିବ। ଏଥିପାଇଁ ଆଉ ମାସେ ଲାଗିବ। ସେ କହିଛନ୍ତି, ତା’ପରେ ହିଁ ପୁଞ୍ଜିନିବେଶ ଉପରେ ନିଷ୍ପତ୍ତି ନିଆଯିବ ଏବଂ ନୂତନ କମ୍ପାନୀ ଗଠନ କରାଯିବ। ଏ ସମସ୍ତ କାମ ଫେବୃଆରୀ ୧୫ ସୁଦ୍ଧା ଶେଷ ହେବ ବୋଲି ଆଶା କରାଯାଉଛି। ଆସନ୍ତା ଆର୍ଥିକ ବର୍ଷ ଶେଷ ସୁଦ୍ଧା ଚୂଡ଼ାନ୍ତ ଉତ୍ପାଦ ଲଞ୍ଚ ହେବାର ସମ୍ଭାବନା ରହିଛି ବୋଲି ବୋଷ କହିଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories