ହିନ୍ଦୁ ଜାଗରଣ ମଞ୍ଚ ଆଠଗଡ ଶାଖା ପୁନର୍ଗଠିତ

ଆଠଗଡ :  ହିନ୍ଦୁ ଜାଗରଣ ମଞ୍ଚର ଆଠଗଡ ଶାଖା ପୁନର୍ଗଠିତ ହୋଇଛି। ଗୁରୁବାର ସନ୍ଧ୍ୟାରେ ସ୍ଥାନୀୟ ସାଇ ଭବନଠାରେ ଆୟୋଜିତ ଏକ ବୈଠକରେ ଆଠଗଡ ଶାଖାର ସଭାପତି ରୂପେ ସମାଜସେଵୀ ତଥା ପୂର୍ବତନ କାଉନସିଲର ଲକ୍ଷ୍ମୀ ନାରାୟଣ ଭଞ୍ଜଙ୍କୁ  ମନୋନୀତ କରାଯାଇଛି। ଚଳିତ ବର୍ଷ ରାମ ନବମୀ ଅବସରରେ ଠାକୁରଙ୍କ ବିଗ୍ରହ ନେଇ ଏକ ବିରାଟ ପଟୁଆର ନଗର ଓ ବ୍ଲକ ଅଞ୍ଚଳ ପରିକ୍ରମା କରିବ। ପ୍ରତିବର୍ଷ ପରି ଚଳିତ ବର୍ଷ କିପରି ଅଧିକ ସଂଖ୍ୟାରେ ଯୁବ ଗୋଷ୍ଠୀ ସାମିଲ ହୋଇ ପ୍ରଭୁଙ୍କ କଥାମୃତ ପ୍ରଚାର କରିବେ ସେଥିପାଇଁ ବୈଠକରେ ଆଲୋଚନା ହୋଇଥିଲା । ଆଜିର ଏହି ପ୍ରଥମ ପ୍ରସ୍ତୁତି ବୈଠକରେ ମନୋରଞ୍ଜନ ଦାସ, ତଥାଗତ ପଟ୍ଟନାୟକ, ବିକ୍ରମ ରାୟସାମନ୍ତ, ଶ୍ରୀନିବାସ ସାମଲ, ଶ୍ରୀତମ ଶତପଥୀ, ଅନୁପମ ଜେନା, ପ୍ରଶାନ୍ତ ପାଇଲଟ, ତାପସ ରାଉତ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Comments are closed.