ଏନ୍‌‌.ଏସ୍‌‌ ପୁଲିସ ହାଇସ୍କୁଲରେ ହିନ୍ଦୀ ଦିବସ

କେନ୍ଦୁଝରଗଡ଼ :  ନରସିଂହ ସ୍ୱାଇଁ ପୁଲିସ ହାଇସ୍କୁଲରେ ବରିଷ୍ଠ ଶିକ୍ଷକ ଗୁରୁଦେବ ମହାନ୍ତଙ୍କ ଅଧ୍ୟକ୍ଷତାରେ ଗୁରୁବାର ବ୍ଲକସ୍ତରୀୟ ହିନ୍ଦୀ ଦିବସ ପାଳିତ ହୋଇଯାଇଛି । ଆଞ୍ଚଳିକ ଭବିଷ୍ୟନିଧି ପାଣ୍ଠି କାର୍ଯ୍ୟାଳୟ କେନ୍ଦୁଝରର କମିଶନର ଆନନ୍ଦ ବିକାଶ ମୁଖ୍ୟଅତିଥି ଭାବେ ଯୋଗଦେଇ ହିନ୍ଦୀ ଭାଷାର ବ୍ୟାପକ ପ୍ରଚାର ପ୍ରସାର ପାଇଁ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ ଦେଇଥିଲେ । ଏନସିସି ଶିକ୍ଷକ ବିଜୟ କୁମାର ବେହେରା ମୁଖ୍ୟବକ୍ତା ଭାବେ ଯୋଗଦେଇ ସମଗ୍ର ଦେଶରେ ହିନ୍ଦୀ ଭାଷାର ପ୍ରଭାବ କିଭଳି ଦିନକୁ ଦିନ ପରିଲକ୍ଷିତ ହେଉଛି ସେ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ଉଦ୍‌‌ବୋଧନ ଦେଇଥିଲେ। ହିନ୍ଦୀ ଶିକ୍ଷକ କମଳଲୋଚନ ପ୍ରଧାନ ପ୍ରାରମ୍ଭରେ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ ଅବସରରେ ହିନ୍ଦୀ ଭାଷାର ଆବଶ୍ୟକତା ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ମୋଚ୍ଚିବନ୍ଧ ହାଇସ୍କୁଲର ହିନ୍ଦୀ ଶିକ୍ଷକ ଶାନ୍ତନୁ କୁମାର ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ ହିନ୍ଦୀ ଦିବସ ପାଳନର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ଅବସରରେ ହିନ୍ଦୀ ଭାଷାରେ ଆୟୋଜିତ ତର୍କ ଓ ସଙ୍ଗୀତ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ଅତିଥିଗଣ ପୁରସ୍କୃତ କରିଥିଲେ। ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଶିକ୍ଷା କର୍ମଚାରୀ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମ ଆୟୋଜନ ଓ ପରିଚାଳନାରେ ସହଯୋଗ କରିଥିବା ବେଳେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ହିନ୍ଦୀ ଶିକ୍ଷୟିତ୍ରୀ ସୁଷମା ମହାନ୍ତ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.