www.samajalive.in
Tuesday, December 9, 2025
15.1 C
Bhubaneswar

‘ହିନ୍ଦ ରତନ’ ପୁରସ୍କାର ପାଇଲେ ବିଶ୍ୱମୋହନ ଜେନା

ସମ୍ବଲପୁର: ସମ୍ବଲପୁରର ନେତାଜୀ ସୁବାଷ ଚନ୍ଦ୍ର ବୋଷ ମହାବିଦ୍ୟାଳୟର ବାଣିଜ୍ୟ ବିଭାଗର ମୁଖ୍ୟ ଡ. ବିଶ୍ୱ ମୋହନ ଜେନାଙ୍କୁ ସର୍ବୋଚ୍ଚ ପ୍ରବାସୀ ଭାରତୀୟ ସମ୍ମାନ ‘ହିନ୍ଦ ରତନ’ ପୁରସ୍କାର ପ୍ରଦାନ କରାଯାଇଛି। ରାଜଧାନୀ ନୂଆଦିଲ୍ଲୀଠାରେ ଆୟୋଜିତ ୪୧ତମ ପ୍ରବାସୀ ଭାରତୀୟ ସମ୍ମିଳନୀରେ ଡ. ଜେନାଙ୍କୁ ସମ୍ବଲପୁର ଜିଲାରେ ନିରନ୍ତର ଭାବରେ ଶିକ୍ଷା ଓ ଅଣ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଜିଲା ଜାତୀୟ ସେବା ଯୋଜନାର ମୁଖ୍ୟ ସଂଯୋଜକ ଡ. ଜେନା ୨୫ଟି ପୁସ୍ତକ ରଚନାରେ ସହଭାଗିତା ଏବଂ ୧୦ଟି ପୁସ୍ତକକୁ ସମ୍ପାଦକନା କରି ସାରିଛନ୍ତି। ଏଥି ସହ ଡ. ଜେନା ରକ୍ତଦାନ, ଟ୍ରାଫିକ ସଚେତନତା, ଚାରାରୋପଣ, ଦୁର୍ଘଟଣା ରୋକିବା ପାଇଁ ସଚେତନତା, ତମାଖୁ ନିରୋଧି ଅଭିଯାନ, ବର୍ଜ୍ୟବସ୍ତୁ ପରିଚାଳନା, ସ୍ୱଚ୍ଛତା ଅଭିଯାନ ଆଦି ବିଭିନ୍ନ ସାମାଜିକ ଓ ଜନସେବାରେ ନିରନ୍ତର ଜାରି ରଖିଥିବାରୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ଓଡିଶାରୁ ଏକ ମାତ୍ର ବ୍ୟକ୍ତି ଭାବରେ ସମ୍ବର୍ଦ୍ଧିତ ହୋଇଥିବା ଡ. ଜେନାଙ୍କ ଏହି କୃତୀତ୍ୱ ପାଇଁ ତାଙ୍କୁ ସବୁ ମହଲରୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଯାଉଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories