ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ : ସଂକଳ୍ପ ପତ୍ର ଜାରି କଲେ ନଡ୍ଡା
ସିମଳା : ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତାପାର୍ଟି ରବିବାର ସିମଳା ଠାରେ ତାର ସଂକଳ୍ପ ପତ୍ର ଜାରି କରିଛି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଏହି ସଂକଳ୍ପପତ୍ର ଜାରି କରିଛନ୍ତି । ସମାନ ନାଗରିକ ସଂହିତା, ଆଠ ଲକ୍ଷ ନିଯୁକ୍ତି ସୁଯୋଗ, ପ୍ରତି ଗାଁ ପାଇଁ ସବୁଦିନିଆ ସଡ଼କ, ଭିତ୍ତିଭୂମି ନିର୍ମାଣ ପାଇଁ ୧୦ ବର୍ଷରେ ୧୨
ହଜାର କୋଟି ଟଙ୍କା ଖର୍ଚ୍ଚ ଆଦି ୧୧ଟି ପ୍ରତିଶ୍ରୁତି ସମ୍ପର୍କରେ ଏହି ସଂକଳ୍ପ ପତ୍ରରେ ଉଲ୍ଲେଖ ରହିଛି । ସେହିପରି ମହିଳା ସଶକ୍ତିକରଣକୁ ସ୍ୱତନ୍ତ୍ର ଗୁରୁତ୍ୱ ପ୍ରଦାନ କରିବା, ବିପିଏଲ୍ ପରିବାରକୁ ଆର୍ଥିକ ସହାୟତା ଯୋଗାଣ ଆଦି ବିଷୟରେ ଉଲ୍ଲେଖ ରହିଛି । ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ଏବଂ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ଏହି ଅବସରରେ ଉପସ୍ଥିତ ଥିଲେ ।
ଅନ୍ୟପକ୍ଷରେ କଂଗ୍ରେସ ଦଳ ପକ୍ଷରୁ ନିର୍ବାଚନ ଇସ୍ତାହାର ‘କଂଗ୍ରେସ ପ୍ରତିଜ୍ଞାପତ୍ର’ ଶନିବାର ଉନ୍ମୋଚିତ ହୋଇଛି । ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ଭୂପେଷ ବଘେଲ, ଏଆଇସିସି ସଦସ୍ୟ ରାଜୀବ ଶୁକ୍ଳା, ହିମାଚଳ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ପ୍ରତିଭା ସିଂ ଓ ଇସ୍ତାହାର କମିଟିର ଅଧ୍ୟକ୍ଷ ଧନୀରାମ ସାଣ୍ଡିଲଙ୍କ ଉପସ୍ଥିତିରେ ଏହି ଇସ୍ତାହାର ଉନ୍ମୋଚିତ ହୋଇଥିଲା । ଇସ୍ତାହରରେ ପୁରୁଣା ପେନସନ ଯୋଜନାକୁ ପୁନଃପ୍ରଚଳନ କରିବାର ପ୍ରତିଶ୍ରୁତି ସହିତ ସରକାର ଗଠନର ପ୍ରଥମ କ୍ୟାବିନେଟ୍ ବୈଠକ ପରେ ୧ଲକ୍ଷ ଚାକିରି ଯୋଗାଇବା ଭଳି ପ୍ରତିଶ୍ରୁତି ରହିଛି ।
Comments are closed.