www.samajalive.in
Sunday, December 7, 2025
14.1 C
Bhubaneswar

ବେଦାନ୍ତକୁ ହାଇକୋର୍ଟ ଛାଟ: ଅଟକିଲା ସମ୍ପ୍ରସାରଣ ଜନଶୁଣାଣି

ଝାରସୁଗୁଡ଼ା ବେଦାନ୍ତ ଆଲୁମିନିୟମର ସ୍ମେଲଟର ଉତ୍ପାଦନ କ୍ଷମତା ବୃଦ୍ଧି ପାଇଁ ଆସନ୍ତା ୩୦ ତାରିଖ କୁରେବଗା ପଞ୍ଚାୟତରେ ହେବାକୁ ଥିବା ଜନ ଶୁଣାଣିକୁ ଘୁଞ୍ଚାଇବା ପାଇଁ ବିଭିନ୍ନ ମହଲରେ ଦାବି ହୋଇଥିଲା ।  ଝାରସୁଗୁଡ଼ା ଜିଲ୍ଲାରେ କରୋନା ଦ୍ରୁତ ଗତିରେ ବୃଦ୍ଧି ପାଉଥିବାବେଳେ ଜନ ଶୁଣାଣି କିପରି ଭାବରେ ଆୟୋଜନ ହେବ। ଲୋକେ ଉପସ୍ଥିତ ହୋଇ ସେମାନଙ୍କ ମତ ଉପସ୍ଥାପନ କରିବାରେ ସମସ୍ୟା ସୃଷ୍ଟି ହେବ। ଏହାସହ ବେଦାନ୍ତର ଉତ୍ପାଦନ କ୍ଷମତା ବୃଦ୍ଧି ହେଲେ ଯେଉଁ ଅଞ୍ଚଳ ପ୍ରଭାବିତ ହେବ ସେଠାକାର ଲୋକଙ୍କୁ ପ୍ରଥମେ ଏ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବରେ ଅବଗତ କରାଯାଉ ଏବଂ ପରେ ଜନ ଶୁଣାଣିର ଆୟୋଜନ କରାଯାଉ ବୋଲି ପ୍ରଶାସନ ନିକଟରେ ଜିଲ୍ଲା ଓକିଲ ସଂଘ, ଆଞ୍ଚଳିକ ପରିବେଶ ସୁରକ୍ଷା ସଂଘ ସମେତ ବିଜେପି ଦାବି କରିଥିଲା । ଏବଂ ଜନ ଶୁଣାଣି ଘୁଞ୍ଚାଇବା ପାଇଁ ହାଇକୋର୍ଟ ରେ ମଧ୍ୟ ଦ୍ୱାରସ୍ଥ ହୋଇଥିଲେ ।ଶେଷରେ ମାନ୍ୟବର ହାଇକୋର୍ଟ ବିଚାର କରି ଆସନ୍ତା କାଲି ହେବାକୁ ଥିବା ଜନ ଶୁଣାଣି କୁ ସ୍ଥଗିତ କରିଛନ୍ତି ।   ।

High Court Order (1)

- Advertisement -

ବେଦାନ୍ତ କାରଖାନାର କ୍ଷମତା ବାର୍ଷିକ ୧୬ଲକ୍ଷ ମେଟ୍ରିକ ଟନ୍‍ରୁ ୧୮ଲକ୍ଷ ମେଟ୍ରିକ ଟନ୍‍କୁ ସମ୍ପ୍ରସାରଣ ପାଇଁ ୩୦ତାରିଖ ଦିନ ସାଧାରଣ ବୈଠକ ଡାକିବାକୁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଅଗଷ୍ଟ ୨୭ ତାରିଖରେ ବିଜ୍ଞାପନ ଦିଆଯାଇଥିଲା। ତେବେ ଜିଲ୍ଲାରେ  କୋରୋନା  ସଂକ୍ରମଣ ହୁ ହୁ ହୋଇ ବଢୁଥିବାରୁ ଜିଲ୍ଲାର ଅଧିକାଂଶ ଅଞ୍ଚଳରେ କଣ୍ଟେନମେଣ୍ଟ ଲାଗୁ ହୋଇଛି। ଏପରି   ସମୟରେ କରୋନା ମହାମାରୀ ନିୟନ୍ତ୍ରଣ ପାଇଁ ଚାମ୍ବର ଅଫ୍‍ କମର୍ସ ଓ ଝାରସୁଗୁଡା ଜିଲ୍ଲା ପ୍ରଶାସନ ମିଳିତ ଭାବେ ଚଳିତମାସ ୨୬ରୁ ୩୦ ତାରିଖ ପର୍ଯ୍ୟନ୍ତ ଝାରସୁଗୁଡା ଓ ଏହାର ଆଖପାଖ ଅଞ୍ଚଳ ପାଇଁ ସଟ୍‍ଡାଉନ୍‍ ଘୋଷଣା କରିଛନ୍ତି। ଏପରି ସ୍ଥଳେ ଜନଶୁଣାଣୀ ଏକ ଅସମ୍ଭବ ବ୍ୟାପାର ମାତ୍ର ରାଜ୍ୟ ସରକାର ଙ୍କ ପ୍ରଦୂଷଣ ନିୟନ୍ତ୍ରଣ ବିଭାଗ ଜନଶୁଣାଣୀ ପାଇଁ ଦିନ ଧାର୍ଯ୍ୟ କରିବା ଜିଲ୍ଲାବାସୀ ଙ୍କ ପାଇଁ ସହଜ ଗ୍ରହଣୀୟ ନଥିଲା ।ଏଣୁ ଲୋକେ ଏହାର ବିରୋଧ କରି ଆସୁଥିଲେ ।

ବିଜେପି ନେତା ଦିନେଶ ଜୈନ, ସୁନ୍ଦରଗଡ ବିଧାୟିକା କୁସୁମ ଟେଟେ ପ୍ରମୁଖ  ଜନଶୁଣାଣୀ କୁ ବନ୍ଦ କରିବା ପାଇଁ  ସରକାରଙ୍କ ଠାରେ ଦାବି କରିଥିଲେ ।କେତେକ ସ୍ଥାନୀୟ ଲୋକେ ହାଇକୋର୍ଟର ଆଶ୍ରୟ ନେଇଥିଲେ ।ଯାହାର ବିଚାର କରି ମାନ୍ୟବର ହାଇକୋର୍ଟ ସମସ୍ତ ପ୍ରତିପକ୍ଷ ଙ୍କୁ ନୋଟିସ ଜାରି କରିବା ସହ ପରବର୍ତ୍ତୀ ତାରିଖ ଯାଏ ଜନଶୁଣାଣୀ କୁ ସ୍ଥଗିତ ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଫଳରେ  ଜନଶୁଣାଣୀ କୁ ନିଜ ସପକ୍ଷରେ କରାଇନେଵାର ବେଦାନ୍ତ ସମସ୍ତ ଯୋଜନା  ଫସର ଫାଟି ଯାଇଛି ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories