www.samajalive.in
Monday, December 15, 2025
24.1 C
Bhubaneswar

ହାଇସିକ୍ୟୁରିଟି ନମ୍ୱର ପ୍ଲେଟକୁ ତୀବ୍ର ବିରୋଧ କଲା ଓଡ଼ିଶା ରାଜ୍ୟ କୃଷକ ସଂଗଠନ ଅତାବିରା ଶାଖା

ରେଙ୍ଗାଲିକ୍ୟାମ୍ପ: ବର୍ତ୍ତମାନ ଯାନ ବାହନରେ ଲାଗୁଥିବା ହାଇ ସିକ୍ୟୁରିଟି ନମ୍ୱର ପ୍ଲେଟ ପାଇଁ ଚାଷୀଙ୍କୁ ବାଧ୍ୟ ନକରିବାକୁ ଓଡ଼ିଶା ରାଜ୍ୟ କୃଷକ ସଂଗଠନ ବୁଧବାର ଅତିରିକ୍ତ ତହସିଲଦାର ମୟୁରେଶ ପଣ୍ଡାଙ୍କୁ ଦାବି ପତ୍ର ପ୍ରଦାନ କରିଛି। ଜଣାପଡ଼ିଛି ଅକ୍ଟୋବର ସୁଦ୍ଧା ଦୁଇଚକିଆ ଯାନଠାରୁ ଆରମ୍ଭ କରି ସମସ୍ତ ଯାନ ବାହାନରେ ଏହି ହାଇ ସିକ୍ୟୁରିଟି ନମ୍ୱର ନଲାଗିଲେ ଜୋରିମାନା । କେନ୍ଦ୍ର ସରକାରଙ୍କ ଏହି ଯୋଜନା କଣ ପାଇଁ, କି ପ୍ରକାର ସୁରକ୍ଷା ପାଇଁ ଏହା କରାଯାଉଛି କେହି ଜାଣି ନାହାନ୍ତି । କେବଳ ନିୟମ ମାନିବାକୁ ଯାଇ ବାଧ୍ୟ ହେଉଛନ୍ତି ଏହା କରିବାକୁ । ତେଣୁ ଓଡ଼ିଶା ରାଜ୍ୟ କୃଷକ ସଂଗଠନ ଏହାକୁ ତୀବ୍ର ବିରୋଧ କରିଛି। ଗାଡ଼ି କିଣିବା ବେଳେ ବିକ୍ରି କର ନେବା ସହ ପରିବହନ ବିଭାଗ ଟ୍ୟାକ୍ସ ନିଅନ୍ତି ଗାଡ଼ି ପାଇଁ ଏକ ରେଜିଷ୍ଟ୍ରେସନ ନମ୍ୱର ଦିଅନ୍ତି । ଏହି ନମ୍ୱରରେ ଆଜିଯାଏ ଗାଡ଼ିଗୁଡିକ ଠିକ୍ ଭାବରେ ଚାଲି ଆସୁଛି । କିନ୍ତୁ ଏବେ ପୁଣି କେନ୍ଦ୍ର ସରକାରଙ୍କ ସଡ଼କ ପରିବହନ ମନ୍ତ୍ରାଳୟ ପକ୍ଷରୁ ପ୍ରତି ଯାନ ଵାହନରେ ହାଇ ସିକ୍ୟୁରିଟି ନମ୍ୱର ପ୍ଲେଟ ଲଗାଇବା ପାଇଁ ବାଧ୍ୟ କରାଯାଉଛି । କିନ୍ତୁ ଚାଷୀ ମାନେ ଆର୍ଥିକ ଅନଟନ ଭିତରେ ରହୁଛନ୍ତି । ଏହା ବ୍ୟତୀତ ସେମାନେ ଚାଷ ପାଇଁ ବେଶୀ ପରିମାଣରେ ଟ୍ରାକ୍ଟର ବ୍ୟବହାର କରିଥାନ୍ତି । ଚାଷ କାମ ପାଇଁ ସେମାନଙ୍କ ପାଖରେ ଫୁରସତ ନାହିଁ ଓ ଅନ୍ୟ ପକ୍ଷରେ ଚାଷୀମାନେ ନମ୍ୱର ପ୍ଲେଟ ପାଇଁ କିଣିଲା ବେଳେ ଟେକ୍ସ ରାଶି ଦେଇସାରିଛନ୍ତି। ପୁଣି କେଉଁ କାରଣରୁ ଏହି ନମ୍ୱର ପ୍ଲେଟ କରାଯାଉଛି ? କିନ୍ତୁ ଯାହା ବି ହେଉ, ଚାଷୀଙ୍କୁ ଏହି ନମ୍ୱର ପ୍ଲେଟ ପାଇଁ ବାଧ୍ୟ କରାନଯାାଉ ବୋଲି ଆଜି ଏହି କୃଷକ ସଂଗଠନ ଦାବି ଜଣାଇଛି। ଏ ନେଇ ସଂଗଠନର ସଭାପତି ଷଡାନନ ଆଜି ଅତାବିରା ତହସିଲଦାରଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି। ଏନେଇ ଚାଷୀଙ୍କଠାରୁ ଯଦି ଜୋରିମାନା କରନ୍ତି ତେବେ ଭବିଷ୍ୟତରେ, ଓଡ଼ିଶା ରାଜ୍ୟ କୃଷକ ସଂଗଠନ ତାର ଜବାବ ଦେବ ବୋଲି ସଂଗଠନ କହିଛି। ଗୋଟିଏ ନମ୍ବର ପ୍ଲେଟ‍‍ ପାଇଁ ଦୁଇ ଦୁଇ ଥର ଟେକ୍ସ ନେବା ପଛରେ କି ରହସ୍ୟ ରହିଛି ତାହା ସେମାନଙ୍କୁ ଜଣା। ଯଦି କିଛି ସୁରକ୍ଷା ଦେବାପାଇଁ ଏହି ବ୍ୟବସ୍ଥା କରାଯାଉଛି ତେବେ ତାହା ମାଗଣାରେ କରାଯିବା କଥା କିନ୍ତୁ ଦୁଇଥର ପଇସା ଗୋଟିଏ କାମ ପାଇଁ ବଡ ଅସହନୀୟ ହୋଇପଡିଛି। ଦାବିପତ୍ର ପ୍ରଦାନ ସମୟରେ ସଂଗଠନର ସମ୍ପାଦକ ଲୋକେଶ୍ଵର ପ୍ରଧାନ, ବସନ୍ତ ବାରିକ, ବ୍ଳକ ସଭାପତି ହାରାଧନ ପ୍ରଧାନ, ଭିକାରୀ ବାରିକ, ପଳଉ ମାଝି ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

Related Articles

Popular Categories