www.samajalive.in
Monday, December 15, 2025
24.1 C
Bhubaneswar

ଏସିଏଫ୍ ଓ ଫରେଷ୍ଟ ରେଞ୍ଜର ନିଯୁକ୍ତି ମାମଲା: ଓପିଏସସି ନିଷ୍ପତ୍ତିକୁ ବେଆଇନ କହିଲେ ହାଇକୋର୍ଟ

ସମାଜ ଡିଜିଟାଲ ଡେସ୍କ: ସହକାରୀ ବନ ସଂରକ୍ଷକ(ଏସିଏଫ) ଏବଂ ଫରେଷ୍ଟ ରେଞ୍ଜର ନିଯୁକ୍ତି ମାମଲାରେ ଓଡ଼ିଶା ଲୋକସେବା ଆୟୋଗ(ଓପିଏସସି) ନେଇଥିବା ନିଷ୍ପତ୍ତି ବେଆଇନ ବୋଲି କହିଛନ୍ତି ହାଇକୋର୍ଟ। ଏହି ମାମଲାର ଶୁଣାଣି କରି ଉଚ୍ଚ ନ୍ୟାୟାଳୟ ଏପରି ରାୟ ଶୁଣାଇବା ସହିତ ଲିଖିତ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀ ଶାରିରୀକ ପରୀକ୍ଷାରୁ ବଞ୍ଚିତ ହୋଇପାରିବେ ନାହିଁ ବୋଲି ହାଇକୋର୍ଟ କହିଛନ୍ତି।

ମାମଲା ବିବରଣୀରୁ ପ୍ରକାଶ ଯେ, ଏସିଏଫ୍ ଓ ଫରେଷ୍ଟ ରେଞ୍ଜର ନିଯୁକ୍ତି ପାଇଁ ଲିଖିତ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା କିଛି ଆବେଦନକାରୀଙ୍କୁ ଶାରିରୀକ ପରୀକ୍ଷାରୁ ବାଦ ଦେଇଥିଲା ଓପିଏସସି। ପରୀକ୍ଷାର୍ଥୀମାନଙ୍କର ଉଚ୍ଚ ରକ୍ତଚାପ ଥିବାରୁ ଶାରିରୀକ ପରୀକ୍ଷାରୁ ବାଦ୍‌ ଦିଆଯାଇଥିବା ଓପିଏସସି ଦର୍ଶାଇଥିଲା। ଓପିଏସସିର ଏହି ନିଷ୍ପତ୍ତି ବେଆଇନ ବୋଲି ଦର୍ଶାଇ ହାଇକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା। ଓପିଏସସି ପକ୍ଷରୁ ନିଯୁକ୍ତି ବିଜ୍ଞାପନ ବେଳେ ଏଭଳି କୌଣସି ନିୟମ ଦର୍ଶାଯାଇନାହିଁ। ତେଣୁ ଉଚ୍ଚ ରକ୍ତଚାପ ଯୋଗୁଁ ଲିଖିତ ପରୀକ୍ଷାରେ କୃତକାର୍ଯ୍ୟ ପ୍ରାର୍ଥୀଙ୍କୁ ଶାରୀରିକ ପରୀକ୍ଷାରୁ ବାଦ ଦିଆଯାଇପାରିବ ନାହିଁ ବୋଲି ହାଇକୋର୍ଟ ରାୟ ଦେଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ରାଜୀବ ରଥ ମାମଲା ପରିଚାଳନା କରୁଥିଲେ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories