www.samajalive.in
Monday, December 8, 2025
27.1 C
Bhubaneswar

ବଜାରକୁ ଆସିଲା ଭିନଫାଷ୍ଟର ଏହି ୨ ଇଲେକ୍ଟ୍ରିକ୍ କାର୍, ଜାଣନ୍ତୁ ଦାମ୍ ଓ ଫିଚର୍..

ଭୁବନେଶ୍ବର : ଭିଏତନାମର ଗାଡି ନିର୍ମାତା କମ୍ପାନୀ ଭିନଫାଷ୍ଟ ଭାରତୀୟ ଇଲେକ୍ଟ୍ରିକ୍ କାର ବଜାରରେ ନିଜ ବ୍ୟବସାୟକୁ ମଜଭୁତ କରିବା ପାଇଁ ଏକ ବଡ ପଦକ୍ଷେପ ଉଠାଇଛି । ଭିଏଫ୬ ଓ ଭିଏଫ୭ ଇଲେକ୍ଟ୍ରିକ୍ ଏସୟୁଭି ଲଞ୍ଚ୍ କରିବା ପରେ କମ୍ପାନୀ ଏବେ ୨ ନୂଆ ଇଲେକ୍ଟ୍ରିକ୍ କାର ମିନିୟୋ ଗ୍ରୀନ୍ ଓ ଲିମୋ ଗ୍ରୀନ୍ ପାଇଁ ପେଟେଣ୍ଟ ପାଇଲ୍ କରିଦେଇଛି । ଆସନ୍ତୁ ଜାଣିବା..

ବିନଫାଷ୍ଟ ମିନିୟୋ ଗ୍ରୀନକୁ ଏମଜି କମେଟ୍ ଇଭିର ସିଧା ଚାଲେଞ୍ଜର  କୁହାଯାଉଛି । ଏହାର ଲମ୍ବ ୩୧୦୦ ଏମଏମ ଓ ହ୍ବିଲବେସ୍ ୧୦୬୫ ଏମଏମ । ଏହା ଛୋଟ ଇଲେକ୍ଟ୍ରିକ୍ ହ୍ୟାଚବ୍ୟାକ୍ ୧୪.୭ କିଲୋଓ୍ବାଟର ବ୍ୟାଟେରୀ ପ୍ୟାକ୍ ସହିତ ଆସିଥାଏ । ଏଥିରେ ୨୬ ବିଏଚପିର ମୋଟର ମଧ୍ୟ ମିଳିବ । ଏହାର ସର୍ବାଧିକ ସ୍ପିଡ୍ ୮୦ କିଲୋମିଟର ପ୍ରତି ଘଣ୍ଟା ଏବଂ ଫୁଲ ଚାର୍ଜରେ ୧୭୦ କିଲୋମିଟର ଯାତ୍ରା କରିପାରିବ । ଏଲଇଡି ଲାଇଟ୍ସ, ଡୁଆଲ ସ୍ପିକର, ମାନୁଆଲ ଏସି ଓ ୨ ଡ୍ରାଇଭ୍ ମୋଡ୍ସ ଭଳି ଫିଚର୍ ଦିଆଯାଇଛି ।

- Advertisement -

ବିନଫାଷ୍ଟ ଲିମୋ ଗ୍ରୀନ୍ ଏକ ୭ ସିଟର ଇଲେକ୍ଟ୍ରିକ୍ ଏମପିଭ୍ ଯାହା କିଆ କ୍ୟାରେନ୍ସ କ୍ଲିଭିସ୍ ଇଭିକୁ ସିଧା ଟକ୍କର ଦେବ । ଏହାର ଲମ୍ବ ୪୭୦୦ ଏମଏମ ଓ ପ୍ରସ୍ଥ ୧୮୦୦ ଏମଏମମ୍ ଓ ଉଚ୍ଚତା ୧୭୦୦ ଏମଏମ୍ । ଏଥିରେ ୬୦.୧୩ କିଲୋଓ୍ବାଟର ବ୍ୟାଟେରୀ ପ୍ୟାକ୍ ମିଳିବ ଯାହା ଥରେ ଚାର୍ଜ କଲେ ୪୫୦ କିଲୋମିଟର ଯାତ୍ରା କରିପାରିବ । ଏଥିରେ ଏଲଇଡି ଲାଇଟ୍ସ, ୧୮ ଇଞ୍ଚର ଆଲୟ ହ୍ବିଲ୍, ଭେଣ୍ଟିଲେଟେଡ୍ ସିଟ୍ସ କ୍ଲାଇମେଟ୍ କଣ୍ଟ୍ରୋଲ ଓ ଡୁଆଲ ଡ୍ରାଇଭ୍ ମୋଡ୍ସ ଭଳି ଫିଚର ମିଳିବ ।

Hot this week

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ଏମଭି-୨୬ ଗାଁରେ ପୁଲିସ ଛାଉଣୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

Related Articles

Popular Categories