www.samajalive.in
Saturday, December 6, 2025
14.1 C
Bhubaneswar

ଚୀନ୍‌ରେ ଲୋକପ୍ରିୟ ହେଉଛି ‘ହିଚ୍‌କି’

ଭାରତୀୟ ଚଳଚ୍ଚିତ୍ରଗୁଡ଼ିକର ଆଦର ଏବେ ବିଦେଶୀ ରାଇଜରେ ବଢ଼ିବାରେ ଲାଗିଛି। ସୁଲତାନ୍, ଦଙ୍ଗଲ, ବାହୁବଳୀ ପରି ଚଳଚ୍ଚିତ୍ର ଜାପାନ, ଚୀନ୍, ଆମେରିକା, କାନାଡାରେ ସର୍ବାଧିକସ୍ତରରେ ବ୍ୟବସାୟ କରିବା ପରେ ଏବେ ରାଣୀ ମୁଖାର୍ଜୀ ଅଭିନୀତ ‘ହିଚ୍‌କି’ ମଧ୍ୟ ସେଠାରେ ଖୁବ୍ ଲୋକପ୍ରିୟ ହୋଇଛି। ଗତ ଅକ୍ଟୋବର ୧୨ରେ ସେଠାରେ ‘ହିଚ୍‌କି’ ଚଳଚ୍ଚିତ୍ର ମୁକ୍ତିଲାଭ କରିଥିଲା। ମାତ୍ର ଦିନ କେଇଟାରେ ଚଳଚ୍ଚିତ୍ରଟି ୩୧ କୋଟି ୮ଲକ୍ଷ ଟଙ୍କା ବ୍ୟବସାୟ କରିଛି। ଏ ବାବଦରେ ରାଣୀ କହିଛନ୍ତି ବିଦେଶୀ ରାଷ୍ଟ୍ରରେ ହିଚ୍‌କି ସଫଳତା ପାଇବା ନିହାତି ଭାବେ ଖୁସିର କଥା। ଏଇ ଚଳଚ୍ଚିତ୍ରର ଯେତେବେଳେ ଚୀନ୍ ଭାଷାରେ ଡବିଂ ହେଲା, ରାଣୀ ଷ୍ଟୁଡିଓରେ ହସିହସି ଗଡ଼ିଯାଉଥିଲେ। ତାଙ୍କ ଧାରଣା ଆଦୌ ନଥିଲା ଯେ ଚଳଚ୍ଚିତ୍ରଟି ସତରେ ଚୀନ୍‌ରେ ଏତେ ମାତ୍ରାରେ ଲୋକପ୍ରିୟ ହେବ। ଏବର ପରିସ୍ଥିତି ଦେଖଇ ରାଣୀ କହିଛନ୍ତି ପ୍ରଥମେ ଚୀନ୍‌‌ ଭାଷାରେ ଚଳଚ୍ଚିତ୍ର ନିର୍ମାଣ କରିବେ, ପରେ ତାହାକୁ ହିନ୍ଦୀରେ ଡବିଂ କରିବେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories