ପୋଖରୀରୁ ଦଳ ସଫା କଲେ ବିଜୁ ଯୁବବାହିନୀ ସଭ୍ୟ

0

ସୁଆଣ୍ଡୋ : ପୁରୀ ଜିଲା ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ଆଳିଶ ପଞ୍ଚାୟତର ଚୁରାଳି ଗ୍ରାମରେ ଥିବା( ଡୋମ ) ପୋଖରୀରୁ ବିଜୁ ଯୁବବାହିନୀ ପକ୍ଷରୁ ଯୁବକମାନଙ୍କ ଦ୍ଵାରା ରବିବାର ଦିନ ଦଳ ସଫା କରାଯାଇଛି । ଅନେକ ଦିନ ଧରି ଉକ୍ତ ପୋଖରୀଟି କଲକତି ଦଳରେ ପୂର୍ଣ୍ଣ ହୋଇ ରହିଥିଲା । ଆଗରୁ ଗ୍ରାମବାସୀମାନେ ପୋଖରୀରେ ଗାଧୋଇବା ସହ ଚାଷ କାର୍ଯ୍ୟ ପାଇଁ ପାଣି ବ୍ୟବହାର କରୁଥିଲେ। ଏହାସହ ଗାଈଗୋରୁ, ପଶୁପକ୍ଷୀ ଆଦି ଏହି ପୋଖରୀର ପାଣି ପିଉଥିଲେ। ବିଜୁ ଯୁବ ବାହିନୀର ସମ୍ପାଦକ ତାପସ ରଞ୍ଜନ ପରିଡାଙ୍କ ନେତୃତ୍ଵରେ ବିକାଶ ପ୍ରଧାନ, ତପନ ଜେନା, ଭାଗି ବସ୍ତି, ମିଚୁନ ପ୍ରଧାନ, ସୁଜିତ କୁମାର ପ୍ରଧାନ ପ୍ରମୁଖ ସଦସ୍ୟମାନଙ୍କ ସହଯୋଗରେ ପୋଖରୀରୁ ଦଳ ସଫା କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ପରିବେଶ ସୁରକ୍ଷା, ଗ୍ରାମ ସ୍ୱଚ୍ଛତା, ନିଶା ବର୍ଜନ କରିବା ଭଳି ସାମାଜିକ କାର୍ଯ୍ୟକ୍ରମ ବିଷୟରେ ବିଜୁ ଯୁବବାହିନୀ ତରଫରୁ ଜନ ସଚେତନତା କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଗ୍ରାମବାସୀମାନେ ସ୍ୱାଗତ କରିଥିଲେ ବୋଲି ଜଣାପଡ଼ିଛି ।

Leave A Reply