ବଜାରକୁ ଆସିବ ହିରୋର ସବୁଠାରୁ ଶସ୍ତା ଇ-ସ୍କୁଟର, ଥରେ ଚାର୍ଜ କଲେ ଯିବ ୬୪ କି.ମି.
ନୂଆଦିଲ୍ଲୀ : ଭାରତୀୟ ବଜାରରେ ଲଗାତର ଇ-ସ୍କୁଟରର ଚାହିଦା ବଢିବାରେ ଲାଗିଛି । ଏହି ସେଗମେଣ୍ଟରେ ଓଲା ଏସଓ୍ବାନ୍ ପ୍ରୋ, ଟିଭିଏସ୍ ଆଇକ୍ୟୁବ୍ ଓ ହିରୋ ଭିଡା ଭି-ଓ୍ବାନ୍ ଭଳି ସ୍କୁଟର ସାମିଲ । ବଢୁଥିବା ଚାହିଦାକୁ ଦେଖି ହିରୋ ମୋଟୋକର୍ପ କମ୍ ଦାମରେ ଏକ ଇ-ସ୍କୁଟର ଆଣିବାକୁ ପ୍ରସ୍ତୁତ ହେଉଛି । କମ୍ପାନୀର ଅପକମିଂ ଇ-ସ୍କୁଟର ହିରୋ ଭିଡା ଭି୨ ଲାଇଟ୍ ହେବ ।
ହିରୋ ଭିଡା ଭି୨ ଲାଇଟ ବର୍ତ୍ତମାନର ଭିଓ୍ବାନ୍ ସ୍କୁଟର ଭଳି ଡିଜାଇନ୍ ହେବ । ତେବେ ଏଥିରେ ଗ୍ରାହକଙ୍କୁ ନୂଆ ରଙ୍ଗର ବିକଳ୍ପ ମିଳିବ । ଆସୁଥିବା ସ୍କୁଟରରେ ୨.୨ କେଡବ୍ଲୁଏଚର ବ୍ୟାଟେରୀ ପ୍ୟାକ୍ ବ୍ୟବହାର କରାଯାଇପାରେ ଯାହାକୁ ଥରେ ଚାର୍ଜ କଲେ ୬୪ କିଲୋମିଟର ଯାତ୍ରା କରିହେବ । ଏହାର ସର୍ବାଧିକ ସ୍ପିଡ୍ ୬୯ କିଲୋମିଟର ପ୍ରତି ଘଣ୍ଟା ହେବ । ସାଢେ ୩ ଘଣ୍ଟାରେ ଏହା ୮୦ ପ୍ରତିଶତ ଚାର୍ଜ ହୋଇଯିବ । ଏହାର ଦାମ୍ ୯୦ ହଜାର ଟଙ୍କା(ଏକ୍ସ ଶୋରୁମ୍) ହୋଇପାରେ ।
Comments are closed.