ଭାରତକୁ ୬ଟି ଆପାଚେ ହେଲିକପ୍ଟର ବିକିବ ଆମେରିକା

0

ନୂଆଦିଲ୍ଲୀ: ଭାରତୀୟ ପ୍ରତିରକ୍ଷା ବିଭାଗକୁ ପୁଣି ଶକ୍ତି ମିଳିଛି। ଭାରତକୁ ୬ଟି ଅତ୍ୟାଧୁନିକ ଆପାଚେ ଯୁଦ୍ଧ ବିମାନ ବିକ୍ରି ନିମନ୍ତେ ଆମେରିକା ସହମତି ପ୍ରକାଶ କରିଛି। ଏହି ବୋଇଂ ଏଏଚ୍‍-୬୪ଇ ଆପାଚେ ହେଲିକପ୍ଟରଗୁଡିକ ପ୍ରଦାନ ନିମନ୍ତେ ଭାରତ ସରକାରଙ୍କ ପକ୍ଷରୁ ଆମେରିକାକୁ ନିବେଦନ କରାଯାଇଥିଲା। ଏହି କାରବାର ଦ୍ୱାରା ଭାରତ-ଆମେରିକା ଦ୍ୱିପାକ୍ଷିତ ସାମରିକ ସମ୍ପର୍କ ଦୃଢିଭୂତ ହେବ। ଏଥିସହ ଦକ୍ଷିଣ ଏସିଆରେ ରାଜନୈତିକ ସ୍ଥିରତା, ଶାନ୍ତି ଏବଂ ଅର୍ଥନୈତିକ ଅଭିବୃଦ୍ଧି ଦିଗରେ ୠୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବା ଏକ ପ୍ରମୁଖ ସହଯୋଗୀ ରାଷ୍ଟ୍ରର ନିରାପତ୍ତା ସୁଦୃଢ଼ ହେବ ବୋଲି ପ୍ରତିରକ୍ଷା ବିଭାଗ ପକ୍ଷରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି। ଏଥିସହ ୪ଟି ଏଏନ/ଏପିଜି-୭୮ ଅଗ୍ନି ନିର୍ବିପାକ ରାଡାର, ୧୮୦ ଏଜିଏମ୍‍-୧୧୪ଏଲ୍‍-୩ ହେଲଫାୟାର ଲଙ୍ଗବୋ କ୍ଷେପଣାସ୍ତ୍ର, ୯୦ ଏଜିଏମ୍‍-୧୧୪ଆର୍‍-୩ ହେଲଫାୟାର ଦ୍ୱିତୀୟ କ୍ଷେପଣାସ୍ତ୍ର, ଜିପିଏସ୍‍ ବ୍ୟବସ୍ଥା, ୩୦ ଏମ୍‍ଏମ୍‍ କ୍ୟାନୋନ୍‍ ପ୍ରଭୃତି ଭାରତକୁ ଯୋଗାଇ ଦେବାକୁ ଆମେରିକା ପ୍ରତିଶ୍ରୁତି ଦେଇଛି। ଏନେଇ ଉଭୟ ଦେଶ ମଧ୍ୟରେ ୯୩୦ ମିଲିୟନ ଡଲାରର କାରବାର ହେବ ବୋଲି ଜଣାପଡିଛି।

Leave A Reply