କଲବଲ କରୁଛି ଗରମ ଓ ଗୁଳୁଗୁଳି ; ୪୪.୮ ଡ଼ିଗ୍ରୀ ସହ ସୁବର୍ଣ୍ଣପୁର ଉତ୍ତପ୍ତ ସହର

ଭୁବନେଶ୍ବର : ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଅସହ୍ୟ ତାତି ସାଙ୍ଗକୁ ଗରମ ଓ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରି ଦେଇଛି। ତେବେ ପଶ୍ଚିମ ଓଡ଼ିଶାରେ ଅସହ୍ୟ ତାତି ଲାଗି ରହିଥିବା ବେଳେ ଉପକୂଳ ଅଞ୍ଚଳରେ ଗୁଳୁଗୁଳି ଏବଂ ଅଘୋଷିତ ବିଦ୍ୟୁତ କାଟ୍ ସମସ୍ତଙ୍କୁ କଲବଲ କରୁଛି। ୪୪.୮ ଡ଼ିଗ୍ରୀ ସହ ସୁବର୍ଣ୍ଣପୁର ଗୁରୁବାର ରାଜ୍ୟର ଉତ୍ତପ୍ତ ସହର ହୋଇଛି । ଆଜି ରାଜ୍ୟର ୯ ସହରରେ ପାରଦ ୪୩ ଡ଼ିଗ୍ରୀ ଅତିକ୍ରମ କରିଛି। ସେହିପରି ୧୫ଟି ସହରରେ ଦିନ ତାପମାତ୍ରା ୪୦ ଡ଼ିଗ୍ରୀ କିମ୍ବା ଅଧିକ ରେକର୍ଡ କରାଯାଇଛି।

prayash

ତେବେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ କାଳବୈଶାଖୀ ସାଙ୍ଗକୁ ବର୍ଷା ହେବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ସ୍ଥିତ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ୬ ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
ଏହାପରେ ୨ ଦିନ ରାଜ୍ୟରେ ତାପମାତ୍ରା ସାମାନ୍ୟ ବୃଦ୍ଧି ଘଟିବାର ଆକଳନ କରାଯାଇଛି। ତେବେ ଜୁନ୍ ୫ ତାରିଖ ପରଠାରୁ ରାଜ୍ୟରେ ପୁଣି କାଳବୈଶାଖୀ ଜନିତ ବର୍ଷା ହେବାର ସମ୍ଭାବନା ରହିଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟପକ୍ଷରେ ଆସନ୍ତା ୪ ରୁ ୫ ଦିନ ମଧ୍ୟରେ ରାଜ୍ୟର ଅନେକ ସ୍ଥାନରେ ସର୍ବାଧିକ ତାପମାତ୍ରାରେ କୌଣସି ବଡ଼ ଧରଣର ପରିବର୍ତନର ସମ୍ଭାବନା ନାହିଁ।

kalyan agarbati

Comments are closed.