www.samajalive.in
Tuesday, December 9, 2025
15.1 C
Bhubaneswar

ପେଟ ଜନିତ ସମସ୍ୟା ଦୂର କରେ ଏହି ଉପାୟ

ସ୍ୱାସ୍ଥ୍ୟ ପାଇଁ କେତେକ ଏଭଳି ଉପାୟ ରହିଛି। ଯାହାକୁ ଆପଣାଇବା ଦ୍ୱାରା ସ୍ୱାସ୍ଥ୍ୟଜନିତ ଅନେକ ସମସ୍ୟା ଦୂର ହୋଇଥାଏ।
ମିଶ୍ରି ପାଣି ସପ୍ତାହକୁ ୨ କିମ୍ବା ୩ ଥର ପିଇଲେ ପେଟ ଥଣ୍ଡା ହୋଇଥାଏ। ଶରୀରରେ ହିମୋଗ୍ଲୋବିନର ମାତ୍ରା କମିଲେ ରକ୍ତ ତିଆର ହୋଇପାରେ ନାହିଁ। ଫଳରେ ବ୍ୟକ୍ତିଙ୍କୁ ହାଲିଆ ଅନୁଭବ ହୋଇଥାଏ। ନିୟମିତ ମିଶ୍ରିର ସେବନ କରିବା ଦ୍ୱାରା ଏହି ସମସ୍ୟା ଦୂର ହୋଇଥାଏ।
ମିଶ୍ରିର ସେବନ କରିବା ଦ୍ୱାରା ପାଚନ ତନ୍ତ୍ର ସୁସ୍ଥ ରହିବା ସହ ଖାଦ୍ୟ ଭଲ ଭାବେ ହଜମ ହୋଇଥାଏ।
ଖାଦ୍ୟ ଖାଇବା ପରେ ମିଶ୍ରି ଖାଇଲେ ଅଧିକ ଶକ୍ତି ମିଳିବା ସହ ମାନସିକ ଶାନ୍ତି ମିଳିଥାଏ।
ବହୁ ସମୟରେ ପାଟି ଭିତରେ ଲାଲ ଦାଗ ଭଳି ହୋଇଯାଏ। ଏହି ସମୟରେ ମିଶ୍ରି ଓ ଗୁଜୁରାତିକୁ ପେଷ୍ଟ କରି ଦାଗ ସ୍ଥାନରେ ଲଗାଇଲେ ଏହି ସମସ୍ୟାରୁ ମୁକ୍ତି ମିଳିଥାଏ।
ମିଶ୍ରି ଏକ ଏପରି ଦ୍ରବ୍ୟ ଯାହା ପ୍ରତ୍ୟେକ ଘରେ ଉପଲବ୍ଧ। ଏହାକୁ ପୂଜାର୍ଚ୍ଚନା ସମୟରେ ମଧ୍ୟ ଭୋଗ କରିବାରେ ବ୍ୟବହାର କରାଯାଏ। ପାଟି ଦୁର୍ଗନ୍ଧ ଦୂର କରିବା ପାଇଁ ମିଶ୍ରି ବ୍ୟବହାର କରାଯାଏ। ଏଥିରେ ବହୁ ଔଷଧୀୟ ଗୁଣ ରହିଛି।
ଅନେକ ସମୟରେ ଆମ ଖାଦ୍ୟପେୟରେ ବ୍ୟତିକ୍ରମ ହୋଇଥାଏ, ହାଲିଆ ଲାଗିଥାଏ, ବାନ୍ତି ହେବା ବେଳେ ବେଳେ ଜ୍ୱର ମଧ୍ୟ ହୋଇଥାଏ। ଏପରି ସମସ୍ୟାରୁ ମୁକ୍ତି ପାଇବା ପାଇଁ କିଛି ଘରୋଇ ଉପାୟ ଆପଣାନ୍ତୁ ।
ପୁଦିନା ସ୍ୱାସ୍ଥ୍ୟ ପାଇଁ ବେଶ ଉପକାରୀ ଅଟେ। ଏହା ପେଟକୁ ଥଣ୍ଡା ରଖିଥାଏ। ଏଥିରେ ଥିବା ଆଣ୍ଟିଅକ୍ସିଡ଼ାଣ୍ଟ ପାଚନ କ୍ରିୟାକୁ ଠିକ ରଖିଥାଏ। ଖାଦ୍ୟ ଭଲ ଭାବେ ହଜମ ହୋଇଥାଏ। ତେଣୁ ଏହା ମଧ୍ୟ ପେଟ ଜନିତ ସମସ୍ୟାକୁ ଦୂର କରେ।
ପେଟ ଜନିତ ସମସ୍ୟା ଥିଲେ ଅଦାର ବ୍ୟବହାର ଖୁବ ଉତ୍ତମ ହୋଇଥାଏ। ଏଥିରେ ଆଣ୍ଟିଫଙ୍ଗଲ ଓ ଆଣ୍ଟିବ୍ୟାକ୍ଟିରିଅଲ ତତ୍ତ୍ୱ ରହିଛି। ତେଣୁ ଏକ ଚାମଚ ଅଦା ଗୁଣ୍ଡ କ୍ଷୀରରେ ମିଶାଇ ପିଅନ୍ତୁ। ଏପରି କରିବା ଦ୍ୱାରା ପେଟ ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ।
କଦଳୀରେ ଥିବା ପୋଷକ ତତ୍ତ୍ୱ ପେଟ ଜନିତ ସମସ୍ତ ସମସ୍ୟା ଦୂର କରିବା ପାଇଁ ଖୁବ ଉତ୍ତମ ଅଟେ। ତେଣୁ ପେଟ ସମସ୍ୟା ସମୟରେ କଦଳୀ ଖାଇବା ଉଚିତ।
ପେଟ ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ଦହି ଖାଇବା ଅତ୍ୟନ୍ତ ଲାଭ ଦାୟକ ହୋଇଥାଏ। ଦହିରେ ଥିବା ବ୍ୟାକ୍ଟେରିଆ ପେଟ ସମସ୍ୟାକୁ ସନ୍ତୁଳିତ କରିଥାଏ। ଏହା ପେଟ ପାଇଁ ଖୁବ ଉପକାରୀ ଅଟେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories