ଆପଣ ଓଜନ ନିୟନ୍ତ୍ରଣ କରିବା ପାଇଁ ଅନେକ ପ୍ରକାରର ଖାଦ୍ୟ ଖାଇଥାଆନ୍ତି। ଏହାସହ ଡାଏଟ ମଧ୍ୟ କରିଥାଆନ୍ତି। କିନ୍ତୁ ଓଟସକୁ ନିଜ ଖାଦ୍ୟ ରୂପେ ସାମିଲ କରିବା ଦ୍ବାରା ଓଜନ ନିୟନ୍ତ୍ରିତ ହୋଇଥାଏ। ଓଟସ୍ ଖାଇବା ଦ୍ବାରା ସ୍ବାସ୍ଥ୍ୟ ସମ୍ବନ୍ଧୀୟ ଅନେକ ସମସ୍ୟାରୁ ମୁକ୍ତି ମିଳିଥାଏ।
ନିଜ ଡାଏଟରେ ଓଟସ୍ ସାମିଲ କରିବା ଉଚିତ।
ଓଟସ୍ରେ କ୍ୟାଲୋରୀର ପରିମାଣ କମ ମାତ୍ରାରେ ରହିଛି। ଏହି କାରଣରୁ କୋଲେଷ୍ଟ୍ରୋଲ ହେବାର ସମ୍ଭାବନା କମ ରହିଥାଏ।
ଏଥିରେ ବିଟା ଗ୍ଲୁକନ ଅଧିକ ମାତ୍ରାରେ ରହିଥିବାରୁ କୋଷ୍ଠକାଠିନ୍ୟ ସମସ୍ୟାରୁ ମୁକ୍ତି ମିଳିଥାଏ।
ଓଟସ୍ ଖାଇବା ଦ୍ବାରା ରକ୍ତରେ ଶର୍କରାର ପରିମାଣ ନିୟନ୍ତ୍ରିତ ହୋଇଥାଏ।
ଏହାସହ ମୁହଁର ତୈଳାକ୍ତ ଅଂଶ ବାହାରିବାରେ ସହାୟକ ହୋଇଥାଏ।
ଓଟସ୍ରେ ଥିବା ବିଭିନ୍ନ ପୋଷକ ତତ୍ତ୍ବ ଶରୀରକୁ ଅନେକ ଜରୁରୀ ଭିଟାମିନ ଯୋଗାଇଥାଏ।



