କ୍ଷୀର ଓ ତୁଳସୀ ପତ୍ରର ମିଶ୍ରଣ କୌଣସି ମହୌଷଧୀରୁ କମ୍ ନୁହେଁ

ସାଧାରଣତଃ ଏହା ଆମେ ସମସ୍ତେ ଜାଣନ୍ତି କ୍ଷୀର ସ୍ବାସ୍ଥ୍ୟ ପାଇଁ ବହୁତ ଲାଭକାରୀ ହୋଇଥାଏ। ଏହାସହିତ ତୁଳସୀ ମଧ୍ୟ କୌଣସି ମହୌଷଧୀରୁ କମ୍ ନୁହେଁ। ଏହି ଦ୍ବୟର ମିଶ୍ରଣ ଅନେକ ରୋଗ ନିବାରଣ କରିବାରେ ସହାୟକ ହୋଇଥାଏ। କ୍ଷୀରରେ ତୁଳସୀ ପତ୍ର ପକାଇ ଫୁଟାଇ ପିଇବା ଦ୍ବାରା ଅନେକ ମାରାତ୍ମକ ରୋଗରୁ ରକ୍ଷା ମିଳିପାରିବ। ତେବେ ଚାଲନ୍ତୁ ଜାଣିବା ତୁଳସୀ କ୍ଷୀରର ଉପକାରିତା ବିଷୟରେ –

 

ଥଣ୍ଡାରୁ ମୁକ୍ତି ମିଳେ :
ତୁଳସୀରେ ଆଣ୍ଟି-ଇନଫ୍ଲାମେଟୋରୀ ଗୁଣ ରହିଥାଏ ଯାହା ଥଣ୍ଡାରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ। କ୍ଷୀରରେ ତୁଳସୀ ପତ୍ର ଫୁଟାଇ ସେବନ କଲେ ଥଣ୍ଡା ଆପଣଙ୍କ ପାଖ ପଶିବ ନାହିଁ।

prayash

ମାଇଗ୍ରେନ ସମସ୍ୟା ଦୂର ହୁଏ :
ଯଦି ଆପଣ ମାଇଗ୍ରେନ ସମସ୍ୟା ଯୋଗୁଁ ଅସହ୍ୟ ଯନ୍ତ୍ରଣା ଅନୁଭବ କରୁଛନ୍ତି ତେବେ ଏଥିରୁ ରକ୍ଷା ପାଇବା ପାଇଁ ଆପଣ ହଳଦୀ ଏବଂ ତୁଳସୀକୁ କ୍ଷୀରରେ ମିଶାଇ ସେବନ କରନ୍ତୁ। ଏହା ଆପଣଙ୍କ ମାଇଗ୍ରେନ ସମସ୍ୟା ଦୂର କରିବା ସହିତ ଶରୀର ପାଇଁ ଅନେକ ଲାଭକାରୀ ହୋଇଥାଏ।

ଷ୍ଟୋନ ସମସ୍ୟାରୁ ମୁକ୍ତି ଦେଇଥାଏ :
କ୍ଷୀରରେ ତୁଳସୀ ମିଶାଇ ସେବନ କଲେ କିଡ଼ନୀରେ ହେଉଥିବା ଷ୍ଟୋନ ସମସ୍ୟା ମଧ୍ୟ ଦୂର ହୋଇଥାଏ। ଏହାକୁ ନିୟମିତ ସେବନ କରିବା ଦ୍ବାରା ଷ୍ଟୋନ ସମସ୍ୟା ଧୀରେ-ଧୀରେ ଦୂର ହୋଇଯାଏ।

କର୍କଟ ରୋଗଠାରୁ ଦୂରେଇ ରଖେ :
ତୁଳସୀ ଏବଂ କ୍ଷୀରକୁ ମିଶାଇ ସେବନ କରିବା ଦ୍ବାରା କର୍କଟ ଭଳି ପ୍ରାଣଘାତୀ ରୋଗରୁ ମଧ୍ୟ ମୁକ୍ତି ମିଳିଥାଏ। ତୁଳସୀରେ ଆଣ୍ଟି-ବାୟୋଟିକ ଓ ଆଣ୍ଟି-ଅକ୍ସିଡେଣ୍ଟ୍ ଗୁଣ ରହିଥାଏ। ଏହାସହିତ ଅନେକ ପୋଷକ ତତ୍ତ୍ବ ମଧ୍ୟ ରହିଥାଏ। ସର୍ବଦା ଏହାକୁ ସେବନ କରିବା ଦ୍ବାରା ଶରୀରରେ କେବେହେଲେ ଦୁର୍ବଳତା ଅନୁଭବ ହୁଏନାହିଁ ଏବଂ ଅନେକ ରୋଗରୁ ରକ୍ଷା ମିଳିବା ସହ ଶରୀର ସୁସ୍ଥ ରହିଥାଏ।

Comments are closed.