www.samajalive.in
Saturday, December 6, 2025
16.1 C
Bhubaneswar

ଜାଣନ୍ତୁ ଆମର କେଉଁ ଅଭ୍ୟାସ ସ୍ୱାସ୍ଥ୍ୟ ପାଇଁ ହାନିକାରକ

ଶରୀର ସଠିକ ଭାବେ କାର୍ଯ୍ୟ କରିବା ପାଇଁ ଆବଶ୍ୟକ ମାତ୍ରାରେ ଶକ୍ତିର ଆବଶ୍ୟକତା ରହିଛି। ମାତ୍ର ବର୍ତ୍ତମାନର ବ୍ୟସ୍ତ ବହୁଳ ଜୀବନ ମଧ୍ୟରେ ନିଜ ସ୍ୱାସ୍ଥ୍ୟର ଯତ୍ନ ନେବା କଷ୍ଟକର ହୋଇପଡ଼ୁଛି। ଆମର କେତେକ ଛୋଟ ଛୋଟ ଭୁଲ ଆମ ଶରୀର ଉପରେ ବହୁ କୁପ୍ରଭାବ ପଡ଼ିଥାଏ। ଜାଣନ୍ତୁ ଆମର କେଉଁ ଅଭ୍ୟାସ ଆମ ସ୍ୱାସ୍ଥ୍ୟ ପାଇଁ ବିଭିନ୍ନ ସମସ୍ୟା ସୃଷ୍ଟି କରୁଛି….
ଅଧିକ ଓଜନ ହ୍ରାସ କରିବା ପାଇଁ ଚେଷ୍ଟା କରିବା –
ଓଜନ ହ୍ରାସ କରିବା ନିମନ୍ତେ ବହୁ ଲୋକେ ଭିନ୍ନ ଭିନ୍ନ ଉପାୟ ଅବଲମ୍ବନ କରିଥାଆନ୍ତି। କେତେକ ଲୋକଙ୍କ ଧାରଣା ରହିଛି ଯେ, ଖାଦ୍ୟ କମ ପରିମାଣରେ ଖାଇଲେ ଓଜନ ହ୍ରାସ ହୋଇଥାଏ। ମାତ୍ର ଶରୀର ଅନୁଯାୟୀ ଆବଶ୍ୟକ ପରିମାଣରେ ଖାଦ୍ୟ ନଖାଇବା ଦ୍ୱାରା କାର୍ଯ୍ୟ କରିବାକୁ ସଠିକ ପରିମାଣରେ ଶକ୍ତି ମିଳିନଥାଏ। ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପଡ଼ିବା ସହ ଶରୀରରେ ବହୁ ରୋଗ ସୃଷ୍ଟି ହୋଇଥାଏ।
ଯଥେଷ୍ଟ ପରିମାଣରେ ନ ଶୋଇବା –
ଶରୀର ସୁସ୍ଥ ରହିବାକୁ ପର୍ଯ୍ୟାପ୍ତ ମାତ୍ରାରେ ଶୋଇବା ନିତ୍ୟାନ୍ତ ଆବଶ୍ୟକ। ଭଲ ଭାବେ ନ ଶୋଇଲେ ବିଭିନ୍ନ ରୋଗ ହେବା ସହ ମୁଣ୍ଡ ବିନ୍ଧା, ଖାଦ୍ୟ ହଜମ ହେବାରେ ସମସ୍ୟା, ଚିଡ଼ଚିଡ଼ା ଭାବ ଭଳି ସମସ୍ୟା ଦେଖାଦିଏ। ନିୟମିତ ୭ ରୁ ୮ ଘଣ୍ଟା ଶୋଇବା ନିତ୍ୟାନ୍ତ ଆବଶ୍ୟକ।
ଚିନ୍ତାଗ୍ରସ୍ତ ରହିବା –
ବହୁ ଲୋକେ ବିଭିନ୍ନ କାରଣରୁ ସର୍ବଦା ଚିନ୍ତାଗ୍ରସ୍ତ ରହିଥାଆନ୍ତି। ଏହା ସ୍ୱାସ୍ଥ୍ୟ ପାଇଁ ଖୁବ କ୍ଷତିକାରକ। ଏହାର କୁପ୍ରଭାବ ମସ୍ତିଷ୍କ ଉପରେ ପଡ଼ିଥାଏ। ଫଳରେ ସ୍ମରଣ ଶକ୍ତି ହ୍ରାସ ହେବା, କାର୍ଯ୍ୟରେ ଆଗ୍ରହ ନ ଲାଗିବା ଭଳି ବହୁ ସମସ୍ୟା ସୃଷ୍ଟି ହୋଇଥାଏ।
ମୃଦୁ ପାନୀୟ –
ଅଧିକ ପରିମାଣରେ ମୃଦୁ ପାନୀୟର ସେବନ ମଧ୍ୟ ସ୍ୱାସ୍ଥ୍ୟ ପକ୍ଷେ ହାନିକାର ଅଟେ। ଏହା ଶରୀରରେ ଶକ୍ତିର ମାତ୍ରାକୁ କମ କରିଥାଏ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories