www.samajalive.in
Saturday, December 6, 2025
15.1 C
Bhubaneswar

ଜାଣନ୍ତୁ, ଜଳଖିଆରେ ଅଣ୍ଡା ଖାଇବା ଦ୍ୱାରା ହୋଇଥାଏ ଏହି ଉପକାର

ଅଣ୍ଡା ସ୍ୱାସ୍ଥ୍ୟ ପାଇଁ ଏକ ପୁଷ୍ଟିକର ଖାଦ୍ୟ ଅଟେ। ଅଣ୍ଡାରେ ଭିଟାମିନ, ଫସଫରସ, ସେଲେନିୟମ, ପ୍ରୋଟିନ, ସୋଡ଼ିୟମ, କାବ୍ରୋହାଇଡ଼୍ରେଡ଼, ଆଇରନ, ମ୍ୟାଗ୍ନେସିୟମ, ପୋଟାସିୟମ ଭଳି ବହୁ ପୋଷକ ତତ୍ତ୍ୱ ରହିଛି। ମାତ୍ର ଏହାକୁ ଖାଇବାର ଏକ ସଠିକ ସମୟ ଅଛି। ସକାଳର ଜଳଖିଆରେ ଅଣ୍ଡା ଖାଇବା ଦ୍ୱାରା ଆମର ସ୍ୱାସ୍ଥ୍ୟ ପାଇଁ ଖୁବ ଲାଭଦାୟକ ହୋଇଥାଏ। ଜାଣନ୍ତୁ ଜଳଖିଆରେ ଅଣ୍ଡା ଖାଇବା ଦ୍ୱାରା ଆମର କି ଉପକାର ହୋଇଥାଏ….
ବାରମ୍ବାର ଭୋକ ହୋଇନଥାଏ….
ଜଳଖିଆରେ ଅଣ୍ଡା ଖାଇବା ଦ୍ୱାରା ଆମକୁ ବାରମ୍ବାର ଭୋକ ହେବା ସମସ୍ୟାରୁ ମୁକ୍ତି ମିଳିଥାଏ। ଅଧିକ ସମୟ ପର୍ଯ୍ୟନ୍ତ ପେଟ ଭର୍ତ୍ତି ହୋଇରହିଥାଏ। ଦିନ ଯାକ ଶରୀରର ଆବଶ୍ୟକତା ଅନୁଯାୟୀ ପ୍ରଚୁର ପରିମାଣରେ କାର୍ଯ୍ୟ କରିବାକୁ ଶକ୍ତି ମିଳିଥାଏ।
ସ୍ମରଣ ଶକ୍ତି ବୃଦ୍ଧି ହୋଇଥାଏ –
ଅଣ୍ଡାରେ ପ୍ରଚୁର ପରିମାଣରେ କୋଲିନ ଥାଏ, ଯାହା ମସ୍ତିଷ୍କର କାର୍ଯ୍ୟ କରିବାର ଦକ୍ଷତାକୁ ବଢାଇଥାଏ। ଫଳରେ ଏକାଗ୍ରତା ଓ ସ୍ମରଣ ଶକ୍ତି ବୃଦ୍ଧି ହୋଇଥାଏ।
ଦୃଷ୍ଟି ଶକ୍ତି ବୃଦ୍ଧି ହୋଇଥାଏ –
ଅଣ୍ଡାରେ ଆଣ୍ଟି-ଅକ୍ସିଡ଼ାଣ୍ଟ ପ୍ରଚୁର ପରିମାଣରେ ରହିଛି। ଏହା ଦୃଷ୍ଟି ଶକ୍ତି ବୃଦ୍ଧି କରିବାରେ ସହାୟକ ହୋଇଥାଏ।
ମାଂସପେଶୀକୁ ଶକ୍ତ କରିଥାଏ –
ଅଣ୍ଡାରେ ଥିବା ପୋଷକ ତତ୍ତ୍ୱ ମାଂସପେଶୀକୁ ଅଧିକ ମଜଭୂତ କରିଥାଏ। ଏହାକୁ ନିୟମିତ ଜଳଖିଆରେ ଖାଇବା ଦ୍ୱାରା ଉତ୍ତମ ସ୍ୱାସ୍ଥ୍ୟ ପ୍ରାପ୍ତି ହୋଇଥାଏ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories